ETV Bharat / entertainment

200 Crore Extortion Case: ସିଂହଳ ସୁନ୍ଦରୀଙ୍କୁ ଆଶ୍ବସ୍ତି, ମିଳିଲା ଅନ୍ତରୀଣ ଜାମିନ - Jacqueline Fernandez gets interim bail

ଅଭିନେତ୍ରୀ ଜ୍ୟାକଲିନଙ୍କୁ ମିଳିଲା ବଡ ଆଶ୍ବସ୍ତି । ୨୦୦ କୋଟି ମନି ଲଣ୍ଡରିଙ୍ଗ୍‌ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

author img

By

Published : Sep 26, 2022, 11:54 AM IST

ହାଇଦ୍ରାବାଦ: ଅଭିନେତ୍ରୀ ଜ୍ୟାକଲିନଙ୍କୁ ମିଳିଲା ବଡ ଆଶ୍ବସ୍ତି । ୨୦୦ କୋଟି ‘ମନି ଲଣ୍ଡ୍ରିଂ’ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ । 50,000 ଟଙ୍କାର ମୁଚାଲିକା (ବଣ୍ଡ୍‌) ବିନିମୟରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା 200 କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଜଡିତ ଥିଲା । ଏହି ମାମଲାରେ ଜ୍ୟାକଲିନଙ୍କୁ କ୍ରମାଗତ ପଚରାଉଚରା କରାଯାଉଛି। ଏହି ମାମଲାରେ ଗତ ସପ୍ତାହରେ ଜାକ୍‌ଲିନ୍‌ଙ୍କ ଷ୍ଟାଇଲିଷ୍ଟ୍‌ ଲିପାକ୍ଷି ଏଲାୱାଡ଼ିଙ୍କୁ ମଧ୍ୟ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ପ୍ରାୟ ୮ ଘଣ୍ଟା ଜେରା କରିଥିଲା । ତେବେ ଏହି ସମସ୍ତ ଯାଞ୍ଚ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଦାବି କରିଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କର ସମ୍ପର୍କ ଅଛି, ଏହା ପରେ ଅଭିନେତ୍ରୀଙ୍କୁ ପଟିଆଲା ହାଉସ କୋର୍ଟ ଡକାଇଥିଲେ । ଏଥିସହିତ ବର୍ତ୍ତମାନ ଜ୍ୟାକଲିନ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।

  • #UPDATE | Additional Sessions Judge Shailender Malik sought a response from the ED on the bail plea. Till then her regular bail is pending before the court... On the request of Jacqueline's lawyer, the court granted interim bail to Jacqueline on a bail bond of Rs 50,000.

    — ANI (@ANI) September 26, 2022 " class="align-text-top noRightClick twitterSection" data=" ">

ଜ୍ୟାକଲିନଙ୍କ ଓକିଲ ତାଙ୍କ ପାଇଁ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏଥି ସହିତ ଅତିରିକ୍ତ ସେସନ୍ସ ଜଜ୍ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି ପକ୍ଷରୁ ଜବାବ ମାଗିଛନ୍ତି । ସେପର୍ଯ୍ୟନ୍ତ ତାଙ୍କର ନିୟମିତ ଜାମିନ କୋର୍ଟରେ ବିଚାରାଧୀନ ଅଛି । ଜ୍ୟାକଲିନଙ୍କ ଓକିଲଙ୍କ ଅନୁରୋଧ କ୍ରମେ କୋର୍ଟ 50,000 ଟଙ୍କା ଜାମିନରେ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ନିକଟରେ ଦିଲ୍ଲୀର ଅର୍ଥନୈତିକ ଅପରାଧ ଶାଖା ଜ୍ୟାକଲିନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଏହି ପଚରାଉଚରା ପ୍ରାୟ 15 ଘଣ୍ଟା ଧରି ଚାଲିଥିଲା, ଯେଉଁଥିରେ ଜ୍ୟାକଲିନଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ​​। ଏସବୁ ମଧ୍ୟରେ ଇଡି ଏହାର ଚାର୍ଜସିଟ୍ ଦାଖଲ କରିଥିଲା ।​​ ଅନେକ ସାକ୍ଷୀ ଏବଂ ପ୍ରମାଣକୁ ଆଧାର କରାଯାଇଛି ।

ଏହା ବି ପଢନ୍ତୁ: 200 Crore Extortion Case: ଆଜି ପୁଣି ଜେରା ହେବେ ସିଂହଳ ସୁନ୍ଦରୀ

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସ୍ୱୀକାର କରିଛନ୍ତି ଯେ, ସେ ଠକ ସୁକେଶଙ୍କଠାରୁ ବହୁ ଦାମୀ ଉପହାର ନେଇଛନ୍ତି। ଜ୍ୟାକଲିନଙ୍କ ବ୍ୟତୀତ ନୋରା ଫତେହି ଏବଂ ନିକ୍କି ତାମ୍ବୋଲିଙ୍କ ସମେତ ଏହି ଘଟଣାରେ ଅନେକ ଅଭିନେତ୍ରୀ ଜଡିତ ଅଛନ୍ତି । ଉଭୟ ଅଭିନେତ୍ରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି । ସୂଚନାଯୋଗ୍ୟ ଯେ 200 କୋଟି ଟଙ୍କା ଚୋରି ଅଭିଯୋଗରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀ ଜେଲରେ ଅଛନ୍ତି ଏବଂ ତାଙ୍କ ବିରୋଧରେ 10 ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.