ETV Bharat / entertainment

ଜଣାଶୁଣା ବଲିଉଡ ନିର୍ମାତା-ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ - ବଲିଉଡ ନିର୍ମାତା ତଥା ନିର୍ଦ୍ଦେଶକ ରାଜକୁମାର କୋହଲି

ଅରମାନ କୋହଲିଙ୍କ ବାପା ତଥା ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ-ନିର୍ମାତା ରାଜକୁମାର କୋହଲିଙ୍କ ନିଧନ । ଖବର ଅନୁଯାୟୀ ଭେଟେରାନ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ,

ଜଣାଶୁଣା ବଲିଉଡ ନିର୍ମାତା-ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ

author img

By ETV Bharat Odisha Team

Published : Nov 24, 2023, 1:54 PM IST

ହାଇଦ୍ରାବାଦ: ପୁଣି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ନାଗିନ୍ ଏବଂ ଜାନି ଦୁଶମନ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ନିର୍ମାତା ରାଜକୁମାର କୋହଲିଙ୍କ ଦେହାନ୍ତ ହୋଇଛି । ପ୍ରସିଦ୍ଧ ନିର୍ଦ୍ଦେଶକ-ନିର୍ମାତା ରାଜକୁମାର କୋହଲି ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ହୃଦଘାତରେ ରାଜକୁମାର କୋହଲିଙ୍କର ମୃତ୍ୟୁ ଘଟିଛି

ବଲିଉଡ ଅଭିନେତା ଅରମାନ କୋହଲିଙ୍କ ବାପା ହେଉଛନ୍ତି ରାଜକୁମାର କୋହଲି । ଖବର ଅନୁଯାୟୀ ରାଜକୁମାର କୋହଲିଙ୍କର ଶୁକ୍ରବାର ଦିନ ୮ଟା ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟାରେ ଭେଟେରାନ୍ ନିର୍ଦ୍ଦେଶକ-ନିର୍ମାତାଙ୍କର ଶେଷ ରୀତିନୀତି କରାଯିବ । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ରାଜକୁମାର କୋହଲି ୧୪ ସେପ୍ଟେମ୍ବର ୧୯୩୦ ରେ ଜନ୍ମ ହୋଇଥିଲେ । ଭେଟେରାନ ନିର୍ଦ୍ଦେଶକ ରାଜକୁମାର କୋହଲି, ଯିଏ ୧୯୬୩ ମସିହାରେ ନିର୍ମାତା ତଥା ୧୯୭୩ ମସିହାରେ ନିର୍ଦ୍ଦେଶକ ଭାବରେ ଅନେକ ସଫଳ ଚଳଚ୍ଚିତ୍ର ଦେଇଛନ୍ତି । ୧୯୬୩ ମସିହାରେ ସେ ପଞ୍ଜାବୀ ଚଳଚ୍ଚିତ୍ର 'ପିଣ୍ଡ ଦି କୁଡି' ପ୍ରଡ୍ୟୁସର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହା ପରେ ସେ ଗୋରା ଔର କାଲା, ଡଙ୍କା, ଦୁଲ୍ଲା ଭଟ୍ଟି, ମେନ୍ ଜଟ୍ଟୀ ପଞ୍ଜାବ ଦି ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

୧୯୭୩ ମସିହାରେ 'କାହାନି ହମ୍ ସବକି'ର ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିବା ରାଜକୁମାର କୋହଲି ନାଗିନ୍, ମୁକାବଲା, ଜାନି ଦୁଶମନ, ବଦଲେ କି ଆଗ, ଇନସାନିଆତ କା ଦୁଶମନ, ଜାନି ଦୁଶମନ ଏକ: ଅନୋକି କାହାନିଙ୍କ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ । ଏହିପରି ସେ ଧର୍ମେନ୍ଦ୍ର, ଜିତେନ୍ଦ୍ର, ହେମା ମଲିନୀ, ସନ୍ନି ଦେଓଲ, ଅକ୍ଷୟ କୁମାର ଏବଂ ରାଜ ବାବରଙ୍କ ସହ ଅନେକ କଳାକାରଙ୍କ ସହ କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ଧୁମ୍ ନିର୍ଦ୍ଦେଶକ ସଞ୍ଜୟ ଗଡବୀ

ତାଙ୍କ ପତ୍ନୀ ନିଶି କୋହଲି ହିନ୍ଦୀ ଏବଂ ପଞ୍ଜାବୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ, ୧୯୯୨ ମସିହାରେ ସେ ତାଙ୍କ ପୁଅ ଅରମାନ କୋହଲିଙ୍କୁ ମଧ୍ୟ ପରିଚିତ କରାଇଥିଲେ । ରାଜକୁମାର କୋହଲି ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ବିରୋଧୀ' ସହ ତାଙ୍କ ପୁଅ ଅରମାନକୁ ଲଞ୍ଚ୍‌ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପରୀତ ଚରିତ୍ରରେ ହର୍ଷ ମେହେରା ନଜର ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.