ETV Bharat / entertainment

କରୀନାଙ୍କ OTT ଡେବ୍ୟୁ: ଫିଲ୍ମ 'ଜାନେ ଜାନ୍‌'ର ଟିଜର ଆଉଟ୍‌, ମାଆ ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Aug 25, 2023, 3:42 PM IST

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଅଭିନୀତ 'ଜାନେ ଜାନ୍‌' ଚଳଚ୍ଚିତ୍ରର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ କରୀନା ଜଣେ ମାଆ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ଜାନେ ଜାନ୍‌
ଜାନେ ଜାନ୍‌

ହାଇଦ୍ରାବାଦ: ବଲିଉଡର ବେବୋ ତଥା କରୀନା କପୁର ଦୀର୍ଘ ସମୟ ପରେ ପୁଣି ଥରେ ପରଦାକୁ ଧମାଲ ମଚାଇବାକୁ ଆସୁଛନ୍ତି । ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିବା କରୀନା ଏକ ଦମଦାର କମ୍‌ବ୍ୟାକ୍‌ ଘୋଷଣା କରିଛନ୍ତି। କରୀନା କପୁର ଖାନ ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଆଗାମୀ କ୍ରାଇମ ଥ୍ରୀଲର 'ଜାନେ ଜାନ୍‌' ଘୋଷଣା କରିଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ବିଜୟ ବର୍ମା ଏବଂ ଜୟଦୀପ ଅହଲାବତ ମଧ୍ୟ ଅଭିନୟ କରିବେ। ନେଟଫ୍ଲିକ୍ସରେ ଆସୁଥିବା ଏହି ଚଳଚ୍ଚିତ୍ରର ଟିଜର କରୀନା କପୁର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାପୂର୍ବରୁ କରୀନା ଗତକାଲି ଫିଲ୍ମ ବିଷୟରେ ଏକ ଭିଡିଓ ସେୟାର କରିଥିଲେ।

'ଜାନେ ଜାନ୍‌'ର ପ୍ରଥମ ଲୁକ୍

ଫିଲ୍ମର ପ୍ରଥମ ଲୁକ୍ ସହିତ କରୀନା କପୁର ଖାନ୍‌, ଜୟଦୀପ ଅହଲାବତ ଏବଂ ବିଜୟ ବର୍ମାଙ୍କ ଅଭିନୀତ ତଥା ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ 'ଜାନେ ଜାନ୍‌' 21 ସେପ୍ଟେମ୍ବର 2023ରେ ମୁକ୍ତିଲାଭ କରିବ। ଏହି ଘୋଷଣାକୁ କରୀନୀଙ୍କ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, କାରଣ 21 ତାରିଖ ଦିନ କରୀନା ତାଙ୍କର 42ତମ ଜନ୍ମଦିନ ପାଳନ କରିବେ । ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ୍‌ ଏକ ନୂଆ ଅବତାରରେ ଜଣେ ମାଆ ଭୂମିକାରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: KKBKKJ in Bangladesh: ବାଂଲାଦେଶରେ ଧମାଲ ମଚାଇବ ସଲମାନଙ୍କ ଫିଲ୍ମ, ଆଜି ରିଲିଜ୍‌

ଏହି ଦିନ ରିଲିଜ୍ ହେବ ଫିଲ୍ମ

ଫିଲ୍ମରେ ଜୟଦୀପ ଅହଲାବତଙ୍କ ଲୁକ୍ ଆପଣଙ୍କୁ ସବୁଠୁ ଅଧିକା ଖୁସି କରାଇଦେବ । ଏଥିରେ ବିଜୟ ବର୍ମା ଜଣେ ହ୍ୟାଣ୍ଡସମ୍‌ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି କାଲିମ୍ପଂ ଉପରେ ଆଧାରିତ। ନେଟଫ୍ଲିକ୍ସରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛି, 'ଜାନେ ଜାନ୍‌ ଆମ ନିଜର ଜାନେ ଜାନ୍‌ଙ୍କ ଜନ୍ମଦିନରେ ଆସୁଛି କରୀନା କପୁର ଖାନ। ଅନ୍ୟ କାହାର ଉପଯୁକ୍ତ ଉପହାରକୁ ଅପେକ୍ଷା ନକରି ନିଜ କ୍ୟାଲେଣ୍ଡରରେ ତାରିଖ ମାର୍କ କରନ୍ତୁ । ଜାନେଜାନ୍‌ 21 ସେପ୍ଟେମ୍ବରରେ ପରଦାକୁ ଆସିବ, କେବଳ ନେଟଫ୍ଲିକ୍ସରେ !

ମାଆ ଭୂମିକାରେ ନଜର ଆସିବେ କରୀନା

ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ସୁଜୟ ଘୋଷ ତାଙ୍କର ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ କହିଛନ୍ତି, " 'ଜାନେ ଜାନ୍‌' ଏକ ପୁସ୍ତକ ଉପରେ ଆଧାରିତ । ଯାହାକି ଜୀବନ ବ୍ୟାପୀ ପ୍ରେମ କାହାଣୀ ଉପରେ ଆଧାରିତ । ଯେଉଁ ଦିନଠାରୁ ମୁଁ 'ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ' ପଢିଲି । ମୁଁ ଏହାକୁ ଏକ ଫିଲ୍ମର ରୂପ ଦେବାକୁ ଚାହୁଁଥିଲି । ଏହା ମୋର ବର୍ତ୍ତମାନ ସୁଦ୍ଧା ପଢିଥିବା ସବୁଠୁ ଅଦ୍ଭୁତ ପ୍ରେମ କାହାଣୀ ଥିଲା ଏବଂ ଆଜି କରୀନା, ଜୟଦୀପ ଏବଂ ବିଜୟଙ୍କୁ ଯୋଗୁଁ ଏହା ପରଦାରେ ଜୀବନ୍ତ ହୋଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.