ETV Bharat / entertainment

ଗୋଟିଏ ଫ୍ରେମ୍‌ରେ ପୁରା 'ଖାନ ପରିବାର', ଏମିତି ଶୌରାଙ୍କ ହାତ ଧରିଲେ ଅରବାଜ

author img

By ETV Bharat Odisha Team

Published : Dec 26, 2023, 10:20 AM IST

Arbaaz Khan And Shura Khan Nikah Ceremony: ଅରବାଜ ଖାନ ତାଙ୍କ ପ୍ରେମିକା ଶୌରା ଖାନଙ୍କୁ ବର୍ତ୍ତମାନ ଜୀବନ ସାଥୀ କରିଛନ୍ତି । ଅଭିନେତା କ୍ରମାଗତ ଭାବରେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରଥମେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଥିବା ବେଳେ ବର୍ତ୍ତମାନ ବିବାହ ସମୟର ଫଟୋ ସେୟାର କରିଛନ୍ତି ଅରବାଜ । ଦେଖନ୍ତୁ ଫଟୋ,

ଗୋଟିଏ ଫେମରେ ପୁରା 'ଖାନ ପରିବାର', ଏମିତି ଶୌରାଙ୍କ ହାତ ଧରିଲେ ଅରବାଜ

ହାଇଦ୍ରାବାଦ: ବଲିଉଡ ଅଭିନେତା ଅରବାଜ ଖାନ ପୁଣି ଥରେ ବିବାହ କରିଛନ୍ତି । ମଲାଇକା ଆରୋରାଙ୍କୁ ଛାଡପତ୍ରର ୬ ବର୍ଷ ପରେ ଅଭିନେତା ଦ୍ବିତୀୟ ବିବାହ କରିଛନ୍ତି । ଡିସେମ୍ବର ୨୪ରେ, ଅରବାଜ ଖାନ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ତାଙ୍କ ଗାର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରିଛନ୍ତି । ଅଭିନେତା କ୍ରମାଗତ ଭାବରେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରଥମେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଥିବା ବେଳେ ବର୍ତ୍ତମାନ ବିବାହ ସମୟର ଫଟୋ ସେୟାର କରିଛନ୍ତି ଅର୍‌ବାଜ ।

୨୪ ଡିସେମ୍ବରରେ ଅରବାଜ ପତ୍ନୀ ଶୌରାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ୨୫ ଡିସେମ୍ବରରେ ସେ ଉଭୟଙ୍କ ବିବାହର ସ୍ପେଶାଲ ମୁହୁର୍ତ୍ତର ଫଟୋ ସେୟାର କରିଛନ୍ତି । ଅରବାଜ 'ନିକାହା'(ବିବାହ) ସମାରୋହର ଫଟୋ ସେୟାର କରିଛନ୍ତି ଯେଉଁଥିରେ କାଜୀ ତାଙ୍କ 'ନିକାହା'(ବିବାହ) କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଫଟୋରେ ସଲମାନ ଖାନ, ଅଲଭିରା, ସଲିମ୍‌ ଖାନ ଏବଂ ସଲମା ଖାନ ଏହି ଦମ୍ପତିଙ୍କ ସହ ନଜର ଆସିଛନ୍ତି । କାଜୀ ଅରବାଜ ଏବଂ ଶୌରାଙ୍କ ସାମ୍ନାରେ ବସିଛନ୍ତି ଏବଂ ସେମାନଙ୍କୁ ବିବାହ ଶପଥ ପାଠ କରାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ 'କୁବୁଲ ହେ' କହି ବିବାହ ସମ୍ପନ୍ନ କରିଛନ୍ତି ।

ଅରବାଜ ଏବଂ ଶୌରାଙ୍କ ବିବାହରେ ପୁରା ଖାନ ପରିବାର ଏକାଠି ଗୋଟିଏ ଫ୍ରେମ୍‌ରେ ନଜର ଆସିଛନ୍ତି । ସମସ୍ତେ ବେଶ ଖୁସି ଥିବା ଜଣା ପଡ଼ିଛି । ସଲମାନ ଖାନ୍‌ଙ୍କ ପାଖରେ ଅର୍‌ବାଜଙ୍କ ପୁଅ ଅରହାନ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, 'ତୁମେ, ମୁଁ ଆଉ ଆମେ।' କହିରଖିଛୁ କି, ଅରବାଜ ଏବଂ ଶୌରାଙ୍କ ବିବାହ ଉଭଣୀ ଅର୍ପିତା ଖାନଙ୍କ ବାସଭବନରେ ଆୟୋଜିତ ହୋଇଥିଲା । ପରିବାର ସମେତ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅରବାଜଙ୍କ ବିବାହରେ ନାଚିଲେ ଭାଇଜାନ, ଭାବିଜାନଙ୍କ ସହ 'ଦିଲ ଦିଆଁ ଗଲା' ଗୀତରେ ଲଗାଇଲେ ଠୁମକା

ସୂଚନା ଥାଉ କି, ୧୯୯୮ରେ ଅରବାଜ ଖାନ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ । ପ୍ରାୟ ୧୯ ବର୍ଷ ପରେ ୨୦୧୬ରେ ଉଭୟ ଅଲଗା ହୋଇଥିଲେ । ଅଲଗା ହେବା ପରେ ସେମାନେ ୨୦୧୭ରେ ଛାଡ଼ପତ୍ର ନେଇଥିଲେ । ଉଭୟଙ୍କ ଏକ ପୁଅ ଅରହାନ ଖାନ୍‌ ରହିଛନ୍ତି । ମଲାଇକାଙ୍କଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନି ସହ ଦୀର୍ଘ ସମୟ ଧରି ଡେଟ୍‌ କରୁଥିଲେ । ଜର୍ଜିଆ ପରେ, ଅରବାଜ ଶୌରାଙ୍କୁ ଡେଟ୍‌ କରିଥିଲେ । ଶୌରାଙ୍କଠାରୁ ଅରବାଜ ୧୫ ବର୍ଷ ବଡ଼ ହେବେ । କୁହାଯାଉଛି ଯେ ରବିନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ତାଙ୍କ ନୂଆ ଚଳଚ୍ଚିତ୍ର 'ପାଟନା ଶୁକ୍ଲା'ର ସୁଟିଂ କରୁଥିବାବେଳେ ଅରବାଜ ଶୌରାଙ୍କୁ ଭେଟିଥିଲେ । ସେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା । ତେବେ ବର୍ତ୍ତମାନ ଉଭୟ ବିବାହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.