ETV Bharat / entertainment

Indian 2: ନୂଆ ପୋଷ୍ଟର ରିଲିଜ, ଖାକି ପୋଷାକରେ ନଜର ଆସିଲେ କମଲ ହାସନ

author img

By

Published : Aug 15, 2023, 9:36 PM IST

କମଲ ହାସନଙ୍କ ଅଭିନୀତ ଫିଲ୍ମ ଇଣ୍ଡିଆନ 2 ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ଏଥିରେ କମଲ ହାସନଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ନୂଆ ପୋଷ୍ଟର ରିଲିଜ, ଖାକି ପୋଷାକରେ ନଜର ଆସିଲେ କମଲ ହାସନ

ହାଇଦ୍ରାବାଦ: କମଲ ହାସନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ତାମିଲ ଫ୍ଲିକର ନିର୍ମାତାମାନେ ସ୍ୱାଧୀନତା ଦିବସ ଅବସରରେ ଫିଲ୍ମରୁ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରଟି ଏସ୍ ଶଙ୍କର ନିର୍ଦ୍ଦେଶନା ଦେଉଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ନିର୍ମାତାମାନେ ପ୍ରଶଂସକମାନଙ୍କୁ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି।

ଇଣ୍ଡିଆନ୍ 2 ର ନିର୍ଦ୍ଦେଶକ ଶଙ୍କର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଶଂସକମାନଙ୍କୁ ଏକ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ 'ଇଣ୍ଡିଆନ୍ ୨'ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି।ଏବଂ ସେ କ୍ୟାପସନ୍ ଦେଇଛନ୍ତି: "INDIAN2"। "ସ୍ୱାଧୀନତା ଦିବସର ଶୁଭେଚ୍ଛା।"ଏଥିରେ କମଲ ହାସନଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି। ପୋଷ୍ଟରରେ କମଲ ହାସନଙ୍କୁ ଚିହ୍ନିବା କଷ୍ଟକର ହୋଇଛି। କମଲ ହାସନଙ୍କୁ ଖାକି ୟୁନିଫର୍ମରେ ଦେଖିବାକୁ ମିଳିଛି। ଫ୍ରିଡମ୍ ଫାଇଟର୍ ଅବତାରରେ କମଲ ହାସନ ଖୁବ ସୁନ୍ଦର ଦେଖାଯାଉଛନ୍ତି। ଏବଂ 'ଇଣ୍ଡିଆନ୍ ୨'ର ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗତ ବର୍ଷ ମଧ୍ୟ ଶଙ୍କର କମଲ ହାସନଙ୍କ 'ଇଣ୍ଡିଆନ୍ ୨'ର ଆଉ ଦୁଇଟି ପୋଷ୍ଟର ସେୟାର କରିଥିଲେ, ଯାହା ଭଲ ପ୍ରତିକ୍ରିୟା ପାଇଥିଲା। କମଲ ହାସନ ଏକ ହ୍ବାଇଟ୍ ରଙ୍ଗର ଲୁକରେ ନଜର ଆସିଥିଲେ। ତାଙ୍କର ଭୟାବହ ଆଖି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ଏବଂ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ। ତେବେ ଏବେ ରିଲିଜ ହୋଇଥିବା ଦ୍ୱିତୀୟ ପୋଷ୍ଟରରେ କମଲ ହାସନଙ୍କୁ ଖାକି ୟୁନିଫର୍ମରେ ଦେଖିବାକୁ ମିଳିଛି। ଯାହା ଫ୍ୟାନ୍ସଙ୍କ ଉତ୍ସାହ ସ୍ତରକୁ ଆହୁରି ବଢାଇଦେଇଛି। 'ଇଣ୍ଡିଆନ୍ ୨'ର ସୁଟିଂ ଶେଷ ହୋଇଛି।

ଲାଇକା ଏବଂ ରେଡ୍ ଜଏଣ୍ଟ୍ ଚଳଚ୍ଚିତ୍ର ଦ୍ୱାରା ପ୍ରଯୋଜିତ ହୋଇଥିବା ବେଳେ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ତେବେ କମଲ ହାସନଙ୍କ ବ୍ୟତୀତ ଫିଲ୍ମରେ କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ରକୁଲ ପ୍ରୀତ ସିଂ, ପ୍ରିୟା ଭବାନୀ ଶଙ୍କର, କାଳିଦାସ ଜୟରାମ, ଗୁଲଶାନ ଗ୍ରୋଭର, ନେଡୁମୁଡି ଭେନୁ, ବିବେକ, ସାମୁଥିରାକାନି, ବବି ସିମା, ଗୁରୁ ସୋମାସୁନ୍ଦରମ୍, ଦିଲ୍ଲୀ ଗଣେଶ, ଜୟପ୍ରକାଶ, ମନୋବାଲା, ଭେନେଲା କିଶୋର ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଖୁବ୍ ଶୀଘ୍ର ଏହାର ରିଲିଜ୍ ମଧ୍ୟ ଘୋଷଣା ହେବାର ସମ୍ଭାବନା ଅଛି।

ଏହା ମଧ୍ୟ ପଢନ୍ତୁ: ପ୍ରୋଜେକ୍ଟ କେ'ରେ କମଲ ହାସନଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

ଇଣ୍ଡିଆନ୍ 2 ବ୍ୟତୀତ କମଲ ହାସନ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପ୍ରୋଜେକ୍ଟ କେ' ଅର୍ଥାତ୍ 'କଲ୍କି 2898 AD' ରେ ନଜର ଆସିବେ। ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ, ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ରିଲିଜ ହେବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.