ମୁମ୍ବାଇ: ଆବୁଧାବିରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଫିଲ୍ମ ଏକାଡେମୀ ଆୱାର୍ଡ୍ସ(IIFA) 2022 ସରିଲା । ଶ୍ରେଷ୍ଠ ଅଭିନେତା ଭାବେ ଭିକ୍କି କୌଶଲ ମନୋନୀତ ହୋଇ ଥିବାବେଳେ କୀର୍ତ୍ତି ସାନନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ଭିକ୍କି, 'ସରଦାର ଉଧମ ସିଂହ' ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇଥିବାବେଳେ 'ମିମି'ରେ ଶ୍ରେଷ୍ଠ୍ ପ୍ରଦର୍ଶନ ପାଇଁ କୀର୍ତ୍ତିଙ୍କୁ ମିଳିଛି ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ।
IIFA ଆୱାର୍ଡ ହେଉଛି ଏକ ସ୍ୱତନ୍ତ୍ର ଶୋ, ଯେଉଁଥିରେ ପ୍ରଶଂସକଙ୍କ ବିଶ୍ବସ୍ତରୀୟ ଭୋଟ୍ ଆଧାରରେ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଗାୟକ, ଗାୟିକା, ସଙ୍ଗୀତଜ୍ଞ, ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସମ୍ମାନିତ କରାଯାଇଥାଏ । ତେବେ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଭାବେ କୀର୍ତ୍ତି ସାନନ ଏବଂ ଭିକ୍କି କୌଶଲଙ୍କୁ ଆୱାର୍ଡ ମିଳିଥିବାବେଳେ ଆସିସ୍ କୌରଙ୍କୁ ରାତାଁ ଲମ୍ବିଆ(ଶେରଶାହ) ପାଇଁ ବେଷ୍ଟ ଫିମେଲ ପ୍ଲେ-ବାକ୍ ସିଙ୍ଗର ଆୱାର୍ଡ ମିଳିଛି । ଜୁବିନ୍ ନୌଟାଲାଙ୍କୁ ରାତାଁ ଲମ୍ବିଆ(ଶେରଶାହ) ପାଇଁ ଶ୍ରେଷ୍ଠ ମେଲ ପ୍ଲେ-ବାକ୍ ସିଙ୍ଗର ଆୱାର୍ଡ ମିଳିଛି । ସେହିପରି "83" ଚଳଚ୍ଚିତ୍ରରୁ "ଲହରା ଦୋ" ଗୀତ ପାଇଁ ବେଷ୍ଟ ଲିରିକ୍ସ ଆୱାର୍ଡ ପାଇଛନ୍ତି କୌସର ମୁନିର୍ ।
- ବେଷ୍ଟ ଡେବ୍ୟୁ ମେଲ- ଆହାନ୍ ଶେଟ୍ଟୀ ('ତାଡାପ୍')
- ବେଷ୍ଟ ଡେବ୍ୟୁ ଫିମେଲ- ଶରବରୀ ବାଘ(ବଣ୍ଟି ଅର ବବଲି ୨)
- ବେଷ୍ଟ ଷ୍ଟୋରୀ ଗ୍ରହଣକାରୀ- (83)
- ବଷ୍ଟ ଷ୍ଟୋରୀ ଅରିଜିନାଲ- ଅନୁରାଗ ବସୁଙ୍କ ଫିଲ୍ମ ଲୁଡୋ
- ସପୋର୍ଟିଂ ରୋଲ ମେଲ- ଅଭିନେତା ପଙ୍କଜ ତ୍ରିପାଠୀ(ଲୁଡୋ)
- ଶାନଦାର ନିର୍ଦ୍ଦେଶନା- ବିଷ୍ଣୁବର୍ଦ୍ଧନ(ଶେରଶାହ)
- ବେଷ୍ଟ ମୁଭି-(ଶେରଶାହ)