ହାଇଦ୍ରାବାଦ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ (Bharti Singh) ଏବଂ ହର୍ଷ ଲିମ୍ବାଚିୟା (Haarsh Limbachiyaa) ଆଜି (ଡିସେମ୍ବର 3) ସେମାନଙ୍କର ପଞ୍ଚମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ଭାରତୀ ସୋସିଆଲ ମିଡିଆରେ ସ୍ୱାମୀ ହର୍ଷଙ୍କ ପାଇଁ ଏକ ବିଶେଷ ନୋଟ୍ ଲେଖିଛନ୍ତି। ଏହି ନୋଟ୍ ସହିତ ଭାରତୀ ତାଙ୍କ ବିବାହ ଫଟୋସୁଟର କିଛି ଫଟୋ ସେୟାର କରି ସ୍ୱାମୀଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି।
- " class="align-text-top noRightClick twitterSection" data="
">
ଭାରତୀ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ଶୁଭ ବିବାହ ବାର୍ଷିକୀ ସ୍ୱାମୀ ଲଭ୍ ୟୁ... 3 ଡିସେମ୍ବର ମୋ ଜୀବନର ସୁବର୍ଣ୍ଣ ଦିନ... "। ଭାରତୀ ପୋଷ୍ଟ କରିବା ମାତ୍ରେ ଟିଭି ଏବଂ ବଲିଉଡ ତାରକାମାନେ ଉଭୟଙ୍କୁ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଇବା ସହ ମନ୍ତବ୍ୟ ଦେଉଛନ୍ତି। ସାରା ଖାନ, ମୋନାଲିସା, ଅର୍ଚ୍ଚନା ପୁରନ ସିଂ, ରୋହନପ୍ରୀତ ସିଂ, ସୁନୈନା ଫୈଜଦାରଙ୍କ ସହ ଅନେକ ତାରକା ତାଙ୍କୁ ହୃଦୟ ଏବଂ ଫୁଲ ଇମୋଜି ଦେଇ ଅଭିନନ୍ଦନ ଜଣାଇଛନ୍ତି।
![ଭାରତ-ହର୍ଷ](https://etvbharatimages.akamaized.net/etvbharat/prod-images/17100252_1.png)
ଉଲ୍ଲେଖନୀୟ ଯେ, ଭାରତ ଏବଂ ହର୍ଷ 2017 ଡିସେମ୍ବର 3 ରେ ବିବାହ କରିଥିଲେ। ଭାରତୀ ସିଂ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ନିଜର ଚମତ୍କାର ହାସ୍ୟରସ ପାଇଁ ଜଣାଶୁଣା ହୋଇଥିବାବେଳେ ସ୍ୱାମୀ ହର୍ଷ ଲିମ୍ବାଚିଆ ଜଣେ ଲେଖକ ତଥା ତାଙ୍କ ହୋଷ୍ଟ ଭାବରେ ଚର୍ଚ୍ଚିତ । ହର୍ଷ 'ପିଏମ ନରେନ୍ଦ୍ର ମୋଦୀ ବାୟୋପିକ'ର ସଂଳାପ ଲେଖିଥିଲେ। ଏହା ବ୍ୟତୀତ ସେ ଫିଲ୍ମ 'ମଲଙ୍ଗ'ର ଟାଇଟଲ୍ ଟ୍ରାକ୍ ମଧ୍ୟ ଲେଖିଥିଲେ ।
ଭାରତୀ ତାଙ୍କ ସ୍ୱାମୀଙ୍କ ସହ କଲର୍ସ ଟିଭି ଶୋ ହୁନରବାଜ ହୋଷ୍ଟ କରିଛନ୍ତି । ଏହା ବ୍ୟତୀତ ଉଭୟ ଅନ୍ୟ ଶୋ’ ସେଟ୍ରେ ହସମଜା କରୁଥିବା ଦେଖାଯାଏ । ବିବାହର ପ୍ରାୟ 4 ବର୍ଷ ପରେ ଭାରତୀ ତାଙ୍କ ପୁଅ ଗୋଲାଙ୍କୁ ଜନ୍ମ ଦେଇଛନ୍ତି । ଭାରତୀ-ହର୍ଷ ପ୍ରାୟତଃ ନିଜ ପୁଅ ସହିତ ନଜର ଆସିଥାନ୍ତି । ଏହା ସହିତ ଉଭୟ ନିଜ ପୁଅ ସହିତ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ହୃଦୟ ଜିତନ୍ତି ।