ETV Bharat / entertainment

ସୋନମ କପୁରଙ୍କ ଉପରେ ବିବାଦୀୟ ବୟାନ ଦେଇ କ୍ଷମା ମାଗିଲେ ରାଣା ଡଗୁବତୀ

ନିକଟରେ ରାଣା ଡଗୁବତୀ ସୋନମ କପୁରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ରାଣା ଡଗୁବତୀ ସୋନମ କପୁର ଏବଂ ଦୁଲକର ସଲମାନଙ୍କୁ କ୍ଷମା ମାଗିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ଷମା ମାଗିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 16, 2023, 7:42 AM IST

ସୋନମ କପୁରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରାଣା ଡଗୁବତୀ

ହାଇଦ୍ରାବାଦ: ରାଣା ଡଗୁବତୀ ସାଉଥ ସିନେମାର ଜଣେ ଜଣାଶୁଣା ଚେହେରା, ଯିଏ 'ବାହୁବଳୀ' ଭଳି ଚଳଚ୍ଚିତ୍ରରେ ନିଜ ପାଇଁ ସୁନାମ ଅର୍ଜନ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ରାଣା ତାଙ୍କର ଅନ୍ଦାଜ ପାଇଁ ମଧ୍ୟ ବେଶ ଲୋକପ୍ରିୟ । ନିକଟରେ ସେ ସୋନମ କପୁରଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ସୋନମ କପୁର ଦୁଲକର ସଲମାନ ଖାନଙ୍କ ସମୟ ନଷ୍ଟ କରିଛନ୍ତି । ତେବେ ଏହି ବିବୃତ୍ତି ପରେ ବର୍ତ୍ତମାନ ଅଭିନେତା ରାଣା ସୋନମଙ୍କୁ କ୍ଷମା ମାଗିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ଷମା ପ୍ରାର୍ଥନା କରିଛନ୍ତି ।

  • I am genuinely troubled by the negativity that has been aimed at Sonam due to my comments, that are totally untrue and were meant entirely in a light-hearted manner. As friends, we often exchange playful banter, and I deeply regret that my words have been misinterpreted.
    I take…

    — Rana Daggubati (@RanaDaggubati) August 15, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଦୁଲକର ସଲମାନଙ୍କ ଫିଲ୍ମ 'କିଙ୍ଗ ଅଫ୍ କୋଠା'ର ପ୍ରି-ରିଲିଜ୍ ଇଭେଣ୍ଟରେ ପହଞ୍ଚିଥିଲେ ରାଣା ଡଗୁବତୀ । ଏହି ସମୟରେ ସେ ସୋନମ କପୁରଙ୍କ ବିଷୟରେ ଏକ ଖୁଲାସା କରିଥିଲେ । ସେ ନାମ ନନେଇ କହିଥିଲେ ଯେ ସୋନମ କପୁର ଦୁଲକର ସଲମାନ ଖାନଙ୍କ ସମୟ ନଷ୍ଟ କରିଛନ୍ତି । ଯାହା ପରେ ସୋନମ କପୁର ଅନେକ ଟ୍ରୋଲର ଶିକାର ହୋଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ରାଣା ଡଗୁବତୀ ସୋନମ କପୁରଙ୍କୁ କ୍ଷମା ମାଗିଛନ୍ତି ।

  • Though he is a Son of Such a Huge Star Dulquer is such a humble guy... We have known this through your words Rana anna and you spoke nothing wrong... TBH apologies are unwarranted in this matter!

    — Ujjwal Reddy (@HumanTsunaME) August 15, 2023 " class="align-text-top noRightClick twitterSection" data=" ">

ସେ ଟ୍ୱିଟ୍‌ କରି କହିଛନ୍ତି ଯେ, "ମୋର ବିବୃତ୍ତି ହେତୁ ସୋନମ କପୁରଙ୍କ ବିରୁଦ୍ଧରେ ଦିଆଯାଇଥିବା ନକରାତ୍ମକ ପ୍ରତିକ୍ରିୟା ମୋତେ ପ୍ରକୃତରେ ବିବ୍ରତ କରିଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହାକୁ ଅତି ସାଧାରଣ ଭାବରେ କହିଛି । ବନ୍ଧୁ ଭାବରେ ଆମେ ସବୁବେଳେ ପରସ୍ପର ସହ ମଜା କରୁଥାଉ, ଥଟ୍ଟା କରୁଥାଉ ଏବଂ ମୋର ଶବ୍ଦର ଭୁଲ ପ୍ରୟୋଗ କରାଯାଇଥିବାରୁ ମୁଁ ଦୁଃଖିତ । "ରାଣା ଡଗୁବତୀ ଆହୁରି ଲେଖିଛନ୍ତି, "ମୁଁ ସୋନମ ଏବଂ ଦୁଲକରଙ୍କୁ କ୍ଷମା ମାଗୁଛି । ମୋର ଉଭୟଙ୍କ ପ୍ରତି ମୋର ଅତ୍ୟଧିକ ସମ୍ମାନ ଅଛି । ମୁଁ ଆଶା କରୁଛି ଯେ ଏହି ସ୍ପଷ୍ଟୀକରଣ କୌଣସି ବି କଳ୍ପନା ଏବଂ ଭୁଲ ବୁଝାମଣାକୁ ଶେଷ କରିବ । ଆପଣଙ୍କ ବୁଝାମଣା ପାଇଁ ଧନ୍ୟବାଦ ।"

  • We are also genuinely troubled when u spoke ur mind why ur apologizing to the worst actress 😆

    — BALAJI (@BALAJIPALEM) August 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ତୃତୀୟ ବିବାହ ବାର୍ଷିକୀ ପାଳିଲେ ସାଉଥଷ୍ଟାର ରାଣା ଡଗୁବତୀ, ସେୟାର କଲେ ରୋମାଣ୍ଟିକ ଫଟୋ

ସୂଚନା ଥାଉ କି, ଏହି ଇଭେଣ୍ଟରେ ଦୁଲକର ସଲମାନଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହିଥିଲେ । ରାଣା କହିଛନ୍ତି ଯେ ଦୁଲକର ଜଣେ ଶାନ୍ତ ବ୍ୟକ୍ତି । ଏକ ଉଦାହରଣ ଦେଇ ସେ ଆହୁରି କହିଛନ୍ତି, ସେ ଏକ ହିନ୍ଦୀ ଚଳଚ୍ଚିତ୍ର କରୁଥିଲେ। ମୋ ଘର ନିକଟରେ ସୁଟିଂ ହୋଇଥିଲା । ମୁଁ ଦୁଲକରଙ୍କୁ ଭେଟିବାକୁ ସେଠାକୁ ଯାଇଥିଲି। ସେ (ଦୁଲକର୍) ଏକ କୋଣରେ ଠିଆ ହୋଇଥିବାବେଳେ ସେହି ଚଳଚ୍ଚିତ୍ରରେ କାମ କରୁଥିବା ଜଣେ ଅଗ୍ରଣୀ ହିନ୍ଦୀ ହିରୋଇନ୍ ଲଣ୍ଡନରେ ସପିଂ ବିଷୟରେ ତାଙ୍କ ସ୍ୱାମୀଙ୍କ ସହ ଫୋନରେ କଥା ହେବାରେ ବ୍ୟସ୍ତ ଥିଲେ । "ତାଙ୍କର ଫୋକସର ଅଭାବ ସର୍ଟ୍ସକୁ ପ୍ରଭାବିତ କରିଥିଲା । ଯାହା ସମସ୍ତଙ୍କୁ ସେଟରେ ନିରାଶ କରିଥିଲା। ଏହି ସମୟରେ ଦୁଲକର୍ ପରିସ୍ଥିତିକୁ ସ୍ୱାଭାବିକ ରଖିଥିଲେ।" ତେବେ ସୂଚନା ଥାଉ କି, 2019 ମସିହାରେ ଦୁଲକର ସଲମାନ ସୋନମ କପୁରଙ୍କ ସହ 'ଜୋୟା ଫ୍ୟାକ୍ଟର'ରେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଶେଷ ଚାଲିପାରିଲା ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.