ETV Bharat / entertainment

ହଲ୍‌ ବାହାରେ ଡିମ୍ପଲ୍ କପାଡିଆ, ଫ୍ୟାନ୍ସ ପଚାରିଲେ କାହା ଫିଲ୍ମ ଦେଖିଲ ପ୍ରେମିକ ନା ଜ୍ବାଇଁ ?

author img

By ETV Bharat Odisha Team

Published : Aug 23, 2023, 11:35 AM IST

ଡିମ୍ପଲ୍ କାପାଡିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ଡିମ୍ପଲ୍ ଥିଏଟରରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ଡିମ୍ପଲ ଅକ୍ଷୟଙ୍କ ଫିଲ୍ମ ଦେଖିଛନ୍ତି ନା ସନ୍ନିଙ୍କର, ତାହା ଜାଣିବାକୁ ଚାହୁଁଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

ହଲ୍‌ ବାହାରେ ଡିମ୍ପଲ୍ କାପାଡିଆ
ହଲ୍‌ ବାହାରେ ଡିମ୍ପଲ୍ କାପାଡିଆ

ମୁମ୍ବାଇ: ଅଗଷ୍ଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ 3ଟି ବଡ ଚଳଚ୍ଚିତ୍ରକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗୋଟିଏ ରଜନୀକାନ୍ତଙ୍କ 'ଜେଲର', ଦ୍ୱିତୀୟ ସନ୍ନି ଦେଓଲଙ୍କ 'ଗଦର ୨' ଏବଂ ତୃତୀୟ ଅକ୍ଷୟ କୁମାରଙ୍କ 'ଓଏମଜି ୨'। ଏହି ତିନୋଟି ଚଳଚ୍ଚିତ୍ର ଦର୍ଶକଙ୍କ ଠାରି ପ୍ରଶଂସା ସାଉଁଟିବାରେ ଲାଗିଛି । କେବଳ ସାଧାରଣ ଦର୍ଶକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଗୁଡ଼ିକର ମଜା ନେଉଛନ୍ତି । ଏହି ସମୟରେ, ଡିମ୍ପଲ୍ କପାଡିଆଙ୍କୁ ମଧ୍ୟ ପ୍ରେକ୍ଷାଳୟ ବାହାରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଡିମ୍ପଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଥିଏଟରରୁ ବାହାରକୁ ବାହାରିଛନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ସେ କେଉଁ ଫିଲ୍ମ ଦେଖିଛନ୍ତି ?

ଡିମ୍ପଲ୍ କପାଡିଆଙ୍କ ଭିଡିଓରେ ସେ କଳା ଟୋପି ପିନ୍ଧିଥିବାର ନଜର ଆସିଛନ୍ତି । ଧଳା ବ୍ୟାଗୀ ସାର୍ଟ ପିନ୍ଧି ଡିମ୍ପଲ୍ ଜଲଦି ଜଲଦି ତାଙ୍କ କାର ଆଡକୁ ଯାଉଥିବାର ଦେଖାଯାଇଛି । ଏହି ସମୟରେ ସେ କ୍ୟାମେରାକୁ ଏଡାଇବା ପାଇଁ ତାଙ୍କ ମୁହଁ ଆଗରେ ଫୋନ୍ ଧରିଥିବାର ଦେଖାଯାଇଛି । ଡିମ୍ପଲଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ସେ 'ଗଦର 2' ଦେଖିଛନ୍ତି ନା 'ଓଏମ୍‌ଜି 2'।

ଏହା ମଧ୍ୟ ପଢନ୍ତୁ: Gadar 2 ସଫଳତା ଦେଖି ଖୁସି ହେଲେ ନିକ-ପ୍ରିୟଙ୍କା, ଫିଲ୍ମ ନିର୍ଦ୍ଦେଶକଙ୍କୁ ଦେଲେ ଶୁଭେଚ୍ଛା ବାର୍ତ୍ତା

ପୁରୁଣା ପ୍ରେମ କାହାଣୀକୁ ମନେ ପକାଇଲେ ଫ୍ୟାନ୍ସ

ଏକ ସମୟ ଥିଲା, ଯେତେବେଳେ ଡିମ୍ପଲ୍ ଏବଂ ସନ୍ନିଙ୍କ ଚଳଚ୍ଚିତ୍ର ବଡ଼ ପରଦାରେ ଧମାଲ ମଚାଉଥିଲା । ବିବାହ ସତ୍ତ୍ୱେ ସନ୍ନି ଡିମ୍ପଲଙ୍କୁ ଡେଟ କରୁଥିଲେ ବୋଲି ମଧ୍ୟ ଖବର ଆସିଥିଲା । ତେବେ ଆଜି ମଧ୍ୟ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହୁଏ । ଏଭଳି ସ୍ଥିତିରେ ଥିଏଟରରୁ ଡିମ୍ପଲ ବାହାରକୁ ଆସୁଥିବା ଭିଡିଓ ଇଣ୍ଟରନେଟରେ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଜଣେ ପ୍ରଶଂସକ ପଚାରିଛନ୍ତି, ତୁମେ କାହାର ଫିଲ୍ମ ଦେଖିଲ, ପ୍ରେମିକ କିମ୍ବା ଜ୍ୱାଇଁ ? ଏଥିସହିତ କିଛି ୟୁଜର୍ସ କହିଛନ୍ତି ଯେ ଡିମ୍ପଲ୍ ସନ୍ନି ପାଜିଙ୍କ ଟୋପି ପିନ୍ଧିଛନ୍ତି । ବାସ୍ତବରେ, ଗୋଟିଏ ପଟେ ସନ୍ନିଙ୍କ 'ଗଦର ୨' ଏବଂ ଅନ୍ୟ ପଟେ ଅକ୍ଷୟ କୁମାରଙ୍କ 'ଓଏମ୍‌ଜି 2' ପ୍ରେକ୍ଷାଳୟରେ ଧମାଲ ମଚାଉଛି ।

କଲେକ୍ସନ ଆକଳନକୁ ଦେଖିଲେ ହିନ୍ଦୀ ବେଲ୍ଟରେ ସନ୍ନିଙ୍କ ଫିଲ୍ମ 'ଗଦର ୨' ଧମାଲ ମଚାଉଛି । ସନିଙ୍କ ଫିଲ୍ମ 12 ଦିନରେ 500 କୋଟି ଛୁଇଁଛି । ଯେତେବେଳେ କି, ଅକ୍ଷୟଙ୍କ 'ଓଏମ୍‌ଜି 2' ଟିକିଏ ଧୀରେ ଗତି କରୁଛି । ଏହି ଫିଲ୍ମ ପାଖାପାଖି 120 କୋଟିରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.