ETV Bharat / entertainment

Laal Singh Chaddha: ସୁଟିଂ ବେଳେ ଆଣ୍ଠୁରେ ଲାଗିଥିଲା ଆଘାତ, ହାର୍‌ ମାନିନଥିଲେ ଅମିର

author img

By

Published : Jul 13, 2022, 12:42 PM IST

ଆପଣ ଜାଣନ୍ତି କି ଫିଲ୍ମର ସୁଟିଂ ସମୟରେ ଅମିର ଖାନ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏଥିପାଇଁ ତାଙ୍କୁ ଫିଜିଓଥେରାପି କରିବାକୁ ପଡିଥିଲା, ତଥାପି ସେ ହାର ମାନିନଥିଲେ । ଅଧିକ ପଢନ୍ତୁ

ସୁଟିଂ ବେଳେ ଆଣ୍ଠୁରେ ଲାଗିଥିଲା ଆଘାତ, ତଥାପି ହାର୍‌ ମାନିନଥିଲେ ମିଷ୍ଟର ପରଫେକ୍ସନିଷ୍ଟ

ମୁମ୍ବାଇ: ଆଜିକାଲି ଅମିର ଖାନ ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଢା'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ରିଲିଜ୍ ପାଇଁ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମର ସୁଟିଂ ସମୟରେ ଅମିରଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ସୁଟିଂ ସମୟରେ ଯେତେବେଳେ ଅମିର ଖାନ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବା ଆରମ୍ଭ କଲେ, ସେତେବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ​​ଏବଂ ଏଥିପାଇଁ ତାଙ୍କୁ ଫିଜିଓଥେରାପି କରିବାକୁ ପଡିଥିଲା । କିନ୍ତୁ ତଥାପି ସେ ହାର ମାନିନଥିଲେ ବରଂ ଯନ୍ତ୍ରଣାକୁ ଏଡାଇବା ପାଇଁ ଔଷଧ ସେବନ କରି ଦୌଡ଼ିଥିଲେ ।

  • " class="align-text-top noRightClick twitterSection" data="">

ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର ଖାନ ମଧ୍ୟ ଗୋଟେ ମିନିଟ ନଷ୍ଟ କରିବାକୁ ଚାହୁଁନଥିଲେ, କାରଣ କୋରୋନା ମହାମାରୀ ହେତୁ ଫିଲ୍ମର ସୁଟିଂ ପୂର୍ବରୁ ବିଳମ୍ବ ହୋଇସାରିଥିଲା । ତେଣୁ ସେ ଆଉ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ଏହି ସିକ୍ବେନ୍ସର ସୁଟିଂକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଯଦିଓ ଅମିର ଖାନଙ୍କ ପାଇଁ ସୁଟିଂ କରିବା ସହଜ ନଥିଲା, ସେ ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ । 'ରନିଂ ସିକ୍ୱେନ୍ସ'ରେ ଲାଲ ସିଂ ଚଢା ବର୍ଷ ବର୍ଷ ଧରି ଦୌଡି ଜୀବନରେ ଏକ ମାଇଲଖୁଣ୍ଟ ହାସଲ କରିଥିଲେ ।

100ରୁ ଅଧିକ ସ୍ଥାନରେ ସୁଟିଂ ହୋଇଛି 'ଲାଲ ସିଂ ଚଢା'

ଦେଶର 100 ରୁ ଅଧିକ ସ୍ଥାନରେ ଅମିର ଖାନ ଏବଂ କରୀନା କପୁରଙ୍କ 'ଲାଲ ସିଂ ଚଢା'ର ସୁଟିଂ କରାଯାଇଛି । ଏହା ସହିତ ଏହି ଚଳଚ୍ଚିତ୍ରର ସୁଟିଂ 200 ଦିନରୁ ଅଧିକ ସମୟ ଧରି ଚାଲିଛି । ଅମିର ଖାନଙ୍କ ଫିଲ୍ମ 'ଲଗାନ' ପରେ ସୁଟିଂ କରାଯାଇଥିବା ଲମ୍ବା ଫିଲ୍ମ ହେଉଛି 'ଲାଲ ସିଂ ଚଢା'। ଅମିର ସର୍ବଦା ଧ୍ୟାନ ଦିଅନ୍ତି ଯେ ଫିଲ୍ମରେ କୌଣସି ପ୍ରକାରର ଅଭାବ ନରହୁ, ତେଣୁ ତାଙ୍କୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.