ETV Bharat / entertainment

ଦିଆ ମିର୍ଜାଙ୍କ ଝିଆରୀ ତାନ୍ୟାଙ୍କ ଦେହାନ୍ତ, ଭାବପ୍ରବଣ ନୋଟ୍ ଲେଖିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଝିଆରୀ ତାନ୍ୟା କାକଡେଙ୍କର ଏକ କାର୍‌ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଦିଆ ସୋସିଆଲ ମିଡିଆରେ ତାଙ୍କ ଝିଆରୀଙ୍କ ଫଟୋ ସହିତ ଏକ ଭାବପ୍ରବଣ ନୋଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 2, 2022, 10:30 PM IST

ଦିଆ ମିର୍ଜାଙ୍କ ଭାଣିଜୀ ତାନ୍ୟାଙ୍କ ଦେହାନ୍ତ, ଭାବପ୍ରବଣ ନୋଟ୍ ଲେଖିଲେ ଅଭିନେତ୍ରୀ

ହାଇଦ୍ରାବାଦ: ପୁଣି ଥରେ ଅଭିନୟ ଦୁନିଆରୁ ପୁଣି ଏକ ଦୁଃଖଦ ଖବର ଆସିଛି । ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଝିଆରୀ ତାନ୍ୟା କାକଡେଙ୍କର ଏକ କାର୍‌ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଦିଆ ସୋସିଆଲ ମିଡିଆରେ ତାଙ୍କ ଝିଆରୀଙ୍କ ଫଟୋ ସହିତ ଏକ ଭାବପ୍ରବଣ ନୋଟ୍ ସେୟାର କରିଛନ୍ତି ।

ଉଲ୍ଲେଖନୀୟ ଯେ, ତାନ୍ୟା ହେଉଛନ୍ତି କଂଗ୍ରେସ ନେତା ଫେରୋଜ ଖାନଙ୍କ ଝିଅ। ଗଣମାଧ୍ୟମ ଅନୁଯାୟୀ, ତାନ୍ୟାଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। କୁହାଯାଉଛି ଯେ ତାନ୍ୟା ଚାରିଜଣ ସାଙ୍ଗଙ୍କ ସହ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଫେରୁଥିଲେ। ଏଥିସହ ତାନ୍ୟାଙ୍କ ପରିବାର ସଦସ୍ୟଙ୍କୁ ଏହି ଦୁର୍ଘଟଣା ଏବଂ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆ ପୋଷ୍ଟରେ ଅଭିନେତ୍ରୀ ଦିଆ ଲେଖିଛନ୍ତି, 'ମୋ ଝିଆରୀ, ମୋ ପିଲ...ମୋ ଜୀବନ... ଆଉ ଏ ଦୁନିଆରେ ନାହିଁ, ତୁମେ ଯେଉଁଠାରେ ଥାଅ, ତୁମେ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିବ, ତୁମକୁ ଶାନ୍ତି ଏବଂ ଭଲପାଇବା ମିଳୁ, ତୁମେ ସର୍ବଦା ଆମ ହୃଦୟରେ ରହିବ, ଓମ୍ ଶାନ୍ତି, ଦିଆଙ୍କ ପୋଷ୍ଟରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଶୋକ ବ୍ୟକ୍ତ କରୁଛନ୍ତି।

ତାନ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କିପରି ଦିଆଙ୍କୁ ତାଙ୍କ କାମ ପାଇଁ ପ୍ରେରଣା ବୋଲି ଭାବନ୍ତି । ସେ କହିଥିଲେ, ମୁଁ ମୋ ଜୀବନର ସମସ୍ତ ଶକ୍ତିଶାଳୀ ମହିଳା, ମୋ ମାଆ, ମୋ ଜେଜେମାଆ, ମୋ ଆମ୍ମା, ଦୀପା ଦାଦି ମୋର ମାଉସୀ ଏବଂ ଦିଆ ମିର୍ଜାଙ୍କୁ ଦେଖି ଏବଂ ଶିଖି ବଡ ହୋଇଛି ।

ଏଥି ସହିତ ସୁନୀଲ ଶେଟ୍ଟୀ, ଗୌହର ଖାନ, ଫରାହ ଖାନ ଅଲି, ରିଦ୍ଧିମା କପୁର, ଭବନ ପାଣ୍ଡେଙ୍କ ସମେତ ଅନେକ ଟିଭି ଏବଂ ବଲିଉଡ ସେଲିବ୍ରିଟି ଦିୟାଙ୍କ ପୋଷ୍ଟରେ ଶୋକ ବ୍ୟକ୍ତ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.