ETV Bharat / entertainment

ବଲିଉଡ୍‌ରେ ଦୀପିକା ପାଦୁକୋନଙ୍କ 15 ବର୍ଷ ପୂରଣ - ଦୀପିକା ପାଦୁକୋନ ଭିଡିଓ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିରେ 15 ବର୍ଷ ପୂରଣ କରିଛନ୍ତି । ଏହି ଖୁସିରେ ଦୀପିକା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଇଣ୍ଡଷ୍ଟ୍ରିରେ 15 ବର୍ଷ ପୂରା ହେବାରୁ ଭିଡିଓ ସେୟାର କଲେ ଦୀପିକା, କନଫ୍ୟୁଜ୍‌ରେ ଫ୍ୟାନ୍ସ

author img

By

Published : Nov 10, 2022, 2:03 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିରେ 15 ବର୍ଷ ପୂରଣ କରିଛନ୍ତି । ଅଭିନେତ୍ରୀଙ୍କ ଏହି ଯାତ୍ରା କୌଣସି ରୋଲର୍-କୋଷ୍ଟର୍ ରାଇଡ୍ ଠାରୁ କମ୍ ନୁହେଁ । ଇନଷ୍ଟାଗ୍ରାମରେ ନିଜର ଏକ କଳାତ୍ମକ ଭିଡିଓ ସେୟାର କରି ଦୀପିକା ଲେଖିଛନ୍ତି ଯେ, ବର୍ତ୍ତମାନ ପୂର୍ବ ଦେଖିବାର ସମୟ ଆସିଛି। ଦୀପିକା ପାଦୁକୋନ ଏହି କ୍ରିପଟିକ୍‌ ପୋଷ୍ଟ ସହିତ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛନ୍ତି । ପ୍ରଶଂସକଙ୍କ କହିବାନୁସାରେ, କ'ଣ ସେ ବଲିଉଡ ଏବଂ ସାଉଥ ସହିତ ବର୍ତ୍ତମାନ ପୂର୍ବ ସିନେମାରେ ନିଜର ପାଦ ରଖିବାକୁ ଯାଉଛନ୍ତି କି ?

ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ ପଚାରିଛନ୍ତି, କଣ ଇଷ୍ଟ ଆପଣଙ୍କ ଚଳଚ୍ଚିତ୍ରର ଟାଇଟଲ୍, ଯାହାର ଘୋଷଣା ଆପଣ ପରୋକ୍ଷରେ କରିଛନ୍ତି ? ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, କ'ଣ ଏହା ଆପଣଙ୍କ ଗ୍ଲୋବାଲ ଲାଇଫଷ୍ଟାଇଲ ବ୍ରାଣ୍ଡର ନାମ ? ଫ୍ୟାନ୍ସଙ୍କ କମେଣ୍ଟ ଭିତରେ ରଣଭୀର ସିଂଙ୍କ କମେଣ୍ଟ ସମସ୍ତ ଲାଇମ୍ ଲାଇଟ୍ ଲୁଟି ନେଇଛି । ଦୀପିକା ପାଦୁକୋନଙ୍କ ପୋଷ୍ଟରେ ରଣଭୀର କମେଣ୍ଟ କରି ତାଙ୍କଠାରୁ ଚୁମ୍ବନ ମାଗିଛନ୍ତି। ରଣଭୀର ଲେଖିଛନ୍ତି, It’s time to give me a kiss ।

ଇଣ୍ଡଷ୍ଟ୍ରିରେ 15 ବର୍ଷ ପୂରଣ କଲେ ଦୀପିକା

ଦୀପିକା ପାଦୁକୋନଙ୍କ ଏହି ପୋଷ୍ଟ ଇଣ୍ଡଷ୍ଟ୍ରିରେ 15 ବର୍ଷ ପୂରଣ କରିବାର ଖୁସିରେ ଥିଲା । ଫରାହ ଖାନଙ୍କ ହିଟ୍ ଫିଲ୍ମ 'ଓମ୍ ଶାନ୍ତି ଓମ୍'ରେ ଦୀପିକା ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି। ଏହି ଖୁସିରେ ଅଭିନେତ୍ରୀ ଖୁବ୍ ଶୀଘ୍ର ପ୍ରଶଂସକଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିବେ । ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ 'ଗେହରାଇୟାଁ'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଶକୁନ୍ ବତ୍ରା । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା ।

ଏହା ବି ପଢନ୍ତୁ: ବିଶ୍ବର ଶ୍ରେଷ୍ଠ ୧୦ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଦୀପିକା ପାଦୁକୋନ୍‌

ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ 'ପଠାନ୍' ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଏଥିରେ ଦୀପିକା ପାଦୁକୋନ ପୁଣି ଥରେ ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁୟାରୀ 25 ରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଦୀପିକା ପାଦୁକୋନ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ସହ ଏକ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନାମ 'ପ୍ରୋଜେକ୍ଟ କେ' ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି 6ଟି ଭାଷାରେ ଭାଷାରେ ମୁକ୍ତିଲାଭ କରିବ। ଏଥିରେ ତାମିଲ, ତେଲୁଗୁ, ହିନ୍ଦୀ, ଇଂରାଜୀ, ମାଲାୟାଲମ୍ ଏବଂ କନ୍ନଡ ଭାଷା ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.