ମୁମ୍ବାଇ: ପୁଣିଥରେ ମା’ ହୋଇଛନ୍ତି ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ । ଆଜି ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଛି । ପ୍ରଥମ ସନ୍ତାନର 7ମାସ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଦେବିନା । ଦେବିନା ଏବଂ ଗୁରୁମିତ ଚୌଧୁରୀ ପିତାମାତା ହେବାର ଖୁସି ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଆଜି (ଶୁକ୍ରବାର) ଗୁରୁମିତ ଚୌଧୁରୀ ତାଙ୍କ ପ୍ରେମ ପତ୍ନୀ ଦେବିନା ବାନାର୍ଜୀଙ୍କ ସହ ମିଳିତ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ ଘୋଷଣା କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ସେୟାର ହୋଇଥିବା ଫଟୋରେ ଗୁରୁମିତ ପତ୍ନୀ ଦେବିନାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଥିବାବେଳେ ଦେବିନା ତାଙ୍କ ହାତରେ ଏକ ବେଲୁନ୍ ଧରି ବେବି ବମ୍ପ ଫ୍ଲଣ୍ଟ କରିଥିବାର ନଜର ଆସିଛନ୍ତି ।
ଏହା ବି ପଢନ୍ତୁ: Boney Kapoor birthday: ଶ୍ରୀଦେବୀଙ୍କୁ ପ୍ରେମ କରୁଥିଲେ ବୋନି କିନ୍ତୁ ସେ ବାନ୍ଧୁଥିଲେ ରାକ୍ଷୀ
ଇନଷ୍ଟାଗ୍ରାମରେ ପିତାମାତା ହେବାର ଖୁସି ସେୟାର କରି ଗୁରୁମିତ ଏକ ସ୍ବତନ୍ତ୍ର କ୍ୟାପସନ୍ ଲେଖିଛନ୍ତି । ଏହି କ୍ୟାପସନରେ ସେ ଲେଖିଛନ୍ତି, ଦୁନିଆରେ ଆମର ଶିଶୁ କନ୍ୟାକୁ ସ୍ୱାଗତ । ଆମେ ପୁନର୍ବାର ପିତାମାତା ହୋଇଛୁ । ଆମେ ଏହି ସମୟରେ କିଛି ଗୋପନୀୟତା ଚାହୁଁଛୁ, କାରଣ ଆମ ଶିଶୁ ଶୀଘ୍ର ଦୁନିଆକୁ ଆସିଯାଇଛି । ଆପଣ ଆମ ଉପରେ ଆଶୀର୍ବାଦ ଏମିତି ଜାରି ରଖନ୍ତୁ ଏବଂ ଭଲପାଇବା ଦିଅନ୍ତୁ । ସେୟାର ହୋଇଥିବା ଫଟୋ ଉପରେ ଲେଖାଯାଇଛି, 'ଇଟ୍ସ ଏ ଗର୍ଲ' ତେବେ ଗୁରମିତଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍ ଶୁଭେଚ୍ଛା ଜଣାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: କୁନି ପରୀ ସହ ଘରକୁ ଫେରିଲେ ଆଲିଆ ଭଟ୍ଟ, ଦେଖନ୍ତୁ ପ୍ରଥମ ଝଲକ
ପୌରାଣିକ ଟିଭି ଧାରାବାହିକ 'ରାମାୟଣ' ପାଇଁ ଦେବିନା-ଗୁରୁମିତ ପ୍ରସିଦ୍ଧ । ଏହି ଧାରାବାହିକରେ ସୀତା-ରାମ ଭୂମିକାରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । 2011 ରେ, ଉଭୟ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ପ୍ରାୟ 11 ବର୍ଷ ପରେ, ଦୁହେଁ 3 ଏପ୍ରିଲ 2022 ରେ ସେମାନଙ୍କର ପ୍ରଥମ ଶିଶୁ କନ୍ୟା ଲିଆନା ଚୌଧୁରୀଙ୍କୁ ସ୍ୱାଗତ କରିଥିଲେ ।