ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା'ରୁ ତୃତୀୟ ଗୀତ 'ଡ୍ୟାନ୍ସ କା ଭୁତ୍' (Dance Ka Bhoot Song Out Now) ଗୁରୁବାର ମୁକ୍ତିଲାଭ କରିଛି । ଫିଲ୍ମର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଗୀତକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଜାରି କରିଛନ୍ତି ।
ଏହି ଗୀତକୁ ସ୍ବରର ଯାଦୁଗର ଅରିଜିତ ସିଂ ଗାଇଛନ୍ତି ଏବଂ ପ୍ରୀତମ ରଚନା କରିଛନ୍ତି । ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି। ଏହି ଗୀତରେ ରଣବୀର କପୁର ମଜାଳିଆ ଢଙ୍ଗରେ ନାଚୁଥିବାର ନଜର ଆସିଛନ୍ତି । ଏହାପୂର୍ବରୁ ଫିଲ୍ମ 'କେସରିଆ' ଏବଂ ଦେବା ଦେବା ଦୁଇଟି ଗୀତ ମୁକ୍ତିଲାଭ କରିଥିଲା। ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ଫିଲ୍ମର ତିନୋଟି ଗୀତକୁ ସୁପରହିଟ୍ ସିଙ୍ଗର ଅରିଜିତ ସିଂ ଗାଇଛନ୍ତି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ଚଳିତ ବର୍ଷ 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।
ଏହି ଚଳଚ୍ଚିତ୍ରରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର ନାଗାର୍ଜୁନ ଏବଂ ମୋନି ରୟ ମଧ୍ୟ ନଜର ଆସିବେ। 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା' ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ନିକଟରେ ଶାହାରୁଖଙ୍କ ଭୂମିକା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଅୟାନ୍ ମୁଖାର୍ଜୀ ଦୀର୍ଘ ସମୟ ନେବା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା' ନିର୍ମାଣ କରିଛନ୍ତି । ଏହି ଫିଲ୍ମର ସୁଟିଂ ସମୟରେ ରଣବୀର ଏବଂ ଆଲିଆ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ ଏବଂ ଉଭୟ ପ୍ରେମ କାହାଣୀ ଏହି ସେଟରୁ ଆରମ୍ଭ ହୋଇଥିଲା ।
ଚଳିତ ବର୍ଷ ଏପ୍ରିଲ 14ରେ ରଣବୀର ଏବଂ ଆଲିଆ ବିବାହ କରିଥିଲେ ଏବଂ ବିବାହର ଅଢେଇ ମାସ ପରେ ଏହି ଦମ୍ପତି ଘୋଷଣା କରିଥିଲେ ଯେ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ବାସ୍ତବରେ ଗତ ବର୍ଷ ଜୁନ୍ 27ରେ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ, ସେ ଗର୍ଭବତୀ ଅଛନ୍ତି ।
ଏଥିସହିତ ନିକଟରେ ରଣବୀର-ଆଲିଆ ଏକାଠି ଫିଲ୍ମ 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା' ପାଇଁ ଏକ ସାକ୍ଷାତକାର ଦେଉଥିବାର ନଜର ଆସିଥିଲେ । ଯେଉଁଠାରେ ରଣବୀର ପତ୍ନୀ ଆଲିଆଙ୍କ ଗର୍ଭବତୀ କାରଣରୁ ବଢୁଥିବା ପେଟକୁ ନେଇ ଥଟ୍ଟା କରିଥିଲେ ଏବଂ ଏଥିରେ ଆଲିଆଙ୍କ ପ୍ରଶଂସକମାନେ ରାଗି ଯାଇଥିଲେ । ପରେ ରଣବୀର କପୁର ଚଳଚ୍ଚିତ୍ରର ପ୍ରମୋସନ (ଚେନ୍ନାଇର ଏକ ଇଭେଣ୍ଟ) ସମୟରେ ଆଲିଆଙ୍କ ପ୍ରଶଂସକଙ୍କୁ ଏଥିପାଇଁ ହୃଦୟରୁ କ୍ଷମା ମାଗିଥିଲେ ।