ମୁମ୍ବାଇ: ପ୍ରଭୁ ଦେବା ଫ୍ୟାନ୍ସଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି । ପୁଣି ପ୍ରଭୁ ଦେବା ବାପା ହୋଇଛନ୍ତି । 50ବର୍ଷ ବୟସରେ ସେ ଏକ ଶିଶୁ କନ୍ୟାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଭୁ ଦେବା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର। ସାଉଥରୁ ଆରମ୍ଭ କରି ବଲିଉଡରେ ନିଜ ଜଲୱା ଦେଖାଇଛନ୍ତି । ସେ ଜଣେ ଅଭିନେତା ତଥା କୋରିଓଗ୍ରାଫର ଭାବେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି ।
ପ୍ରଭୁ ଦେବା ଦ୍ୱିତୀୟ ପତ୍ନୀ ହିମାନୀଙ୍କୁ 2020ରେ ଗୁପ୍ତ ଭାବେ ବିବାହ କରିଥିଲେ । ପରେ, ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା, ସେତେବେଳେ ପ୍ରଭୁ ଦେବା ତାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିନଥିଲେ । ପରେ ସେ ତାଙ୍କ ପତ୍ନୀଙ୍କ ସହ ପ୍ରଥମ ଥର ପାଇଁ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଏହି ସମୟରେ ପ୍ରଭାସ ତାଙ୍କ ପତ୍ନୀଙ୍କ ହାତ ଧରିଥିବାର ଦେଖିବାକୁ ମିଳିଥିଲା । ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଦୁଇ ବର୍ଷ ବିବାହ ପରେ, ଚତୁର୍ଥ ଥର ପାଇଁ କୋରିଓଗ୍ରାଫରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ପ୍ରଭୁଦେବା ଏହି ଖୁସି ଖବର ଦେଇଥିଲେ । କହିଥିଲେ, "ହଁ ସାର୍। ଏହା ସତ୍ୟ। 50 ବର୍ଷ ବୟସରେ ପୁନର୍ବାର ପିତା ହୋଇଛି । ମୁଁ ବହୁତ ଖୁସି ଏବଂ ନିଜକୁ ପୂର୍ଣ୍ଣ ଅନୁଭବ କରୁଛି ।"
ପ୍ରଭୁ ଦେବା ତାଙ୍କ ଝିଅଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହାଁନ୍ତି, ତେଣୁ ସେ ତାଙ୍କର କାର୍ଯ୍ୟ ଭାର ମଧ୍ୟ ହ୍ରାସ କରିଛନ୍ତି । ପ୍ରଭୁଙ୍କ ପୂର୍ବରୁ ପ୍ରଥମ ପତ୍ନୀଙ୍କ ଠାରୁ ତିନି ପୁଅ ରହିଛନ୍ତି । ବର୍ତ୍ତମାନ ସେମାନଙ୍କ ଘରେ ପ୍ରଥମ ଶିଶୁ କନ୍ୟା ଜନ୍ମ ହୋଇଛି ଏବଂ କୋରିଓଗ୍ରାଫର ତାଙ୍କ ଝିଅଙ୍କ ଜନ୍ମକୁ ନେଇ ବହୁତ ଖୁସି ଅଛନ୍ତି । ଝିଅର ଜନ୍ମକୁ ନେଇ ଖୁସି ବ୍ୟକ୍ତ କରି ପ୍ରଭୁଦେବା କହିଛନ୍ତି, 'ମୁଁ ମୋର କାମ ଲୋଡ୍ କମ କରିଛି । ମୋତେ ଲାଗିଲା ମୁଁ ଅତ୍ୟଧିକ କାମ କରୁଛି, ଦୌଡୁଛି । ବର୍ତ୍ତମାନ ମୁଁ ଯଥେଷ୍ଟ କାମ କରିସାରିଛି । ଏବେ ମୁଁ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି ।"
ସୂଚନା ଥାଉ କି, 2020 ମସିହାରେ ପ୍ରଭୁ ହିମାନୀ ସିଂଙ୍କୁ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ପତ୍ନୀ ଜଣେ ଡାକ୍ତର । ଏହାପୂର୍ବରୁ କୋରିଓଗ୍ରାଫର ରାମଲତଙ୍କୁ 1995ରେ ବିବାହ କରିଥିଲେ । ମୁସଲମାନ ଧର୍ମର ରାମଲତ ପ୍ରଭୁଙ୍କୁ ବିବାହ କରିବା ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ତେବେ ବିବାହର 16 ବର୍ଷ ପରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା । ପ୍ରଥମ ପତ୍ନୀ ରାମଲତଙ୍କଠାରୁ ପ୍ରଭୁଙ୍କ 3ଟି ପୁଅ ରହିଛନ୍ତି ।