ETV Bharat / entertainment

Sushant Singh Case: ଯାଞ୍ଚ ତଥ୍ୟ ଦେବାକୁ ରୋକ୍‌ଠୋକ୍‌ ମନା କଲା CBI

author img

By

Published : Apr 8, 2022, 8:09 AM IST

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇପାରି ନାହିଁ । ଇତି ମଧ୍ୟରେ, ଆରଟିଆଇ ପ୍ରଶ୍ନର ଉତ୍ତରରେ ସିବିଆଇ କହିଛି ଯେ ଯାଞ୍ଚର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇପାରିବ ନାହିଁ ।

ପୁଣି ଆରମ୍ଭ ହେଲା ତଦନ୍ତ, ସିବିଆଇ କହିଲା ଯାଞ୍ଚ ସମ୍ପର୍କରେ ସୂଚନା ଦିଆଯିବନି

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇପାରି ନାହିଁ । ବର୍ତ୍ତମାନ ସୁଶାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗରେ ସିବିଆଇ ତଦନ୍ତ କରୁଛି । ଇତି ମଧ୍ୟରେ, ଆରଟିଆଇ ପ୍ରଶ୍ନର ଉତ୍ତରରେ ସିବିଆଇ କହିଛି ଯେ, ଯାଞ୍ଚର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇପାରିବ ନାହିଁ, କାରଣ ଏହାଦ୍ବାରା ଯାଞ୍ଚ ପ୍ରଭାବିତ ହୋଇପାରେ ।

  • "Sushant Singh Rajput case is in the process of investigation, information about the progress may impede the process of investigation. Information requested cannot be provided," CBI in its reply to an RTI query

    — ANI (@ANI) April 7, 2022 " class="align-text-top noRightClick twitterSection" data=" ">

ଚଳିତ ବର୍ଷ ଜାନୁଆରୀରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ମହାରାଷ୍ଟ୍ର କଂଗ୍ରେସ ନେତା ସଚିନ ସାୱନ୍ତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ ବିହାର ନିର୍ବାଚନରେ ​​ଲାଭ ପାଇବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହା ଏକ ନିର୍ବାଚନ ଷ୍ଟଣ୍ଟ ଥିଲା । ସେ କହିଥିଲେ ଯେ ଏତେ ସମୟ ବିତିଯିବା ପରେ ମଧ୍ୟ ସିବିଆଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ ।

ସୂଚନାଯୋଗ୍ୟ ଯେ, 2020 ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ତାଙ୍କ ମୃତଦେହ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ସେମାନେ ସୁଶାନ୍ତଙ୍କ ମୃତଦେହକୁ ଫ୍ୟାନ୍‌ରେ ଝୁଲୁଥିବାର ଦେଖିଥିଲେ । ପୋଲିସ ତଦନ୍ତରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ଦର୍ଶାଯାଇଥିଲା । ତେବେ ଏହି ଯାଞ୍ଚରେ ସୁଶାନ୍ତଙ୍କ ପ୍ରଶଂସକମାନେ ସନ୍ତୁଷ୍ଟ ନଥିଲେ । ପରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ଶେଷ ଥର ପାଇଁ ଏହି ଫିଲ୍ମରେ ଆସିଥିଲେ ନଜର

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଦିଲ ବେଚାରା’ । ତାଙ୍କ ମୃତ୍ୟୁ ପରେ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଶେଷ ଥର ପାଇଁ ଏହି ଚଳଚ୍ଚିତ୍ରରେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଥିଲେ । ଦିଲ ବେଚାରାର ନିର୍ଦ୍ଦେଶନା ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.