ETV Bharat / entertainment

Kargil Vijay Diwas: କାର୍ଗିଲ ଯୁଦ୍ଧର ବୀରଙ୍କୁ ମନେ ପକାଇଲେ ବଲିଉଡ ସେଲିବ୍ରିଟି

କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ 26 ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ । ଏହି ଦିନ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ବଳିଦାନ ଏବଂ ବୀରତ୍ୱ ସ୍ମରଣ କରାଯାଇଥାଏ । ତେବେ ଏହି ଅବସରରେ ବଲିଉଡ ତାରକା ମାନେ ମଧ୍ୟ ସାହସୀ ବୀରଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

କାର୍ଗିଲ ଯୁଦ୍ଧର ବୀରଙ୍କୁ ମନେ ପକାଇଲେ ବଲିଉଡ ସେଲିବ୍ରିଟି

author img

By

Published : Jul 26, 2023, 1:49 PM IST

ହାଇଦ୍ରାବାଦ: 26 ଜୁଲାଇ ଆଜି ଭାରତୀୟ ମାନଙ୍କ ପାଇଁ ଗର୍ବର ଦିନ । 1999ରେ ଆଜିର ଦିନରେ ଭାରତୀୟ ଯବାନମାନେ ସେମାନଙ୍କର ଅଦମ୍ୟ ସାହସ ଦେଖାଇ ପାକିସ୍ତାନର ଯୋଜନାକୁ ପରାସ୍ତ କରି କାର୍ଗିଲ ଯୁଦ୍ଧ ଜିତିଥିଲେ । କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀରମାନଙ୍କୁ ଶହୀଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହି ଦିନ ସାରା ଦେଶରେ ବିଜୟ ଦିବସ ଭାବରେ ପାଳନ କରାଯାଏ । ଏହି ବିଜୟ ଆଜି 24 ବର୍ଷ ପୂରଣ କରିଛି । ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତେ ଆଜି ସେହି ବୀରମାନଙ୍କୁ ମନେ ପକାଇଛନ୍ତି । ଏହି ଅବସରରେ ବଲିଉଡ ତାରକାମାନେ ମଧ୍ୟ ଭାରତୀୟ ଯବାନଙ୍କ ବଳିଦାନ ଏବଂ ବୀରତ୍ୱକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବଲିଉଡ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଯବାନମାନଙ୍କ ସାହସିକତାକୁ ମନେ ପକାଇଛନ୍ତି। ଅକ୍ଷୟ କୁମାର ଟ୍ବିଟ କରି ଲେଖିଛନ୍ତି, “କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଆମର ସାହସିକତାକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବଂ ହୃଦୟରୁ କୃତଜ୍ଞତା ଜଣାଇ କହିଛନ୍ତି, ଆମେ ତୁମ ପାଇଁ ବଞ୍ଚିଛୁ ।’’

ଅକ୍ଷୟ କୁମାରଙ୍କ ଏହି ଟ୍ୱିଟରେ ଅନେକ ପ୍ରଶଂସକ ତାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷରେ ମଣିପୁର ହିଂସା ବିଷୟରେ ମଧ୍ୟ କେତେକ ଉଲ୍ଲେଖ କରିଛନ୍ତି । ଶହୀଦମାନଙ୍କ ପାଇଁ କରାଯାଇଥିବା ଟ୍ୱିଟରେ ଜଣେ ଲେଖିଛନ୍ତି, ଆପଣ ସମସ୍ତ ଯବାନଙ୍କ ପାଇଁ ଯାହା କରିଛନ୍ତି କିମ୍ବା କରୁଛନ୍ତି ତାହା ଏକ ବଡ଼ କଥା, କାହାର ଜୀବନରେ ରଙ୍ଗ ଭରିବା ତାହା ଆପଣଙ୍କଠାରୁ ଶିଖିବା ଉଚିତ୍। ତୁମେ ଭାରତର ଗର୍ବ, ସମସ୍ତ କାର୍ଗିଲ ଯବାନଙ୍କୁ ନମସ୍କାର । ''ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ 2023ରେ ସାହସୀ ଯବାନଙ୍କ ଦ୍ୱାରା ପ୍ରଦର୍ଶିତ ସମସ୍ତ ବୀରତ୍ୱ ଏବଂ ନିଃସ୍ୱାର୍ଥପର ସାହସ ଏବଂ କାର୍ଗିଲରେ ବିଜୟ ସମ୍ଭବ କରିଥିବା ପରିବାର ସଦସ୍ୟଙ୍କ ବଳିଦାନକୁ ପ୍ରଣାମ। ଜୟ ହିନ୍ଦ।''

କାର୍ଗିଲ ଯୁଦ୍ଧର ବୀରଙ୍କୁ ମନେ ପକାଇଲେ ଅଭିଷେକ ବଚ୍ଚନ

ଏହା ମଧ୍ୟ ପଢନ୍ତୁ: ସ୍ବର ଉଠାଇଲେ ବଲିଉଡ ତାରକା

ସେହିପରି ବଲିଉଡ ଅଭିନେତା ଅନୁପମ ଖେର ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କାର୍ଗିଲ ବିଜୟ ଦିବସରେ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ମୁଁ ସେହି ମା' ଏବଂ ପିତାଙ୍କ ପ୍ରଣାମ କରୁଛି, ଯେଉଁମାନେ ଆମକୁ ସୁରକ୍ଷା ଦେବା ପାଇଁ ନିଜ ପିଲାଙ୍କୁ ସେନାକୁ ପଠାନ୍ତି । ଜୟ ହିନ୍ଦ।' ଅନ୍ୟପଟେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କାର୍ଗିଲ ବିଜୟ ଦିବସରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ଇନଷ୍ଟା ଷ୍ଟେରୀରେ ଅଭିଷେକ ବଚ୍ଚନ ଭାରତର ବିଜୟର ଏକ ପେଟ୍ରୋଓଟିକ ଗ୍ରାଫିକ୍ ସେୟାର କରିଛନ୍ତି ଯେଉଁମାନେ ଆମ ଦେଶର ଗର୍ବ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.