ETV Bharat / entertainment

Bholla Collection Day 1: ବକ୍ସ ଅଫିସରେ ଭୋଲାର ଦମଦାର ଏଣ୍ଟ୍ରି, ପ୍ରଥମ ଦିନରେ କମାଇଲା ଏତିକି କୋଟି

author img

By

Published : Mar 31, 2023, 11:23 AM IST

ମାର୍ଚ୍ଚ 30 ରେ ଅଜୟ ଦେବଗନ୍ ନିର୍ଦ୍ଦେଶିତ ତଥା ଅଭିନୀତ 'ଭୋଲା' ସିନେମାହଲରେ ରିଲିଜ ହୋଇଥିଲା। ପ୍ରଥମ ଦିନରେ ବକ୍ସ ଅଫିସରେ 10 କୋଟି ଟଙ୍କା ରୋଜଗାର କରିଛି 'ଭୋଲା' । ଅଧିକ ପଢନ୍ତୁ

ଅଜୟ ଦେବଗନଙ୍କ ଆକ୍ସନ୍ ଫିଲ୍ମ ପ୍ରଥମ ଦିନର କଲେକ୍ସନ 10 କୋଟି

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା' ରିଲିଜର ପ୍ରଥମ ଦିନରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ସଫଳତା ହାସଲ କରିଥିବା ଦେଖିବାକୁ ମିଳିଛି । 'ଭୋଲା' ଫିଲ୍ମଟି ବକ୍ସ ଅଫିସ୍ ଇଣ୍ଡିଆ ଅନୁଯାୟୀ 10 କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି ଏବଂ ଅନ୍ୟ ଏକ ଇଣ୍ଡଷ୍ଟ୍ରି ଟ୍ୟାକର୍ ସାକ୍ନିଲ୍କ ଅନୁଯାୟୀ, 'ଭୋଲା' ପ୍ରାୟ 11 କୋଟି ଟଙ୍କା ଆୟ କରିଥିବା କୁହାଯାଉଛି ।

ଏଥିସହ 'ଭୋଲା'କୁ ନେଇ ମିଶ୍ରିତ ପ୍ରତିକ୍ରିୟା ରହିଛି । କେହି କେହି ଫିଲ୍ମକୁ ପସନ୍ଦ କରିଥିବା ବେଳେ ଅନ୍ୟ କେତେକ ନାପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମ କାହାଣୀକୁ ନେଇ ଏତେଟା ଖୁସି ନାହାନ୍ତି ସମାଲୋଚକ । ଏହାରି ମଧ୍ୟରେ ଭୋଲା ଫିଲ୍ମ 'ପଇସା ଭସୁଲ' ଥ୍ରୀଲର ବୋଲି କହିଛନ୍ତି ଦର୍ଶକ । ଏହି ସକରାତ୍ମକ ବାର୍ତ୍ତା ପାଇଁ ଫିଲ୍ମ ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ପସନ୍ଦ ଆସିବା ସହ ଆହୁରି ଅଧିକ ଆୟ କରିପାରେ ବୋଲି ଆଶା କରାଯାଉଛି ।

ତେବେ ଫିଲ୍ମ 'ଭୋଲା'ରେ ଅଜୟ ଦେବଗନ ନିଜେ ନିର୍ଦ୍ଦେଶନା ଦେବା ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମଟି କାର୍ଥୀଙ୍କ ତାମିଲ ହିଟ୍ ଫିଲ୍ମ 'କୈଥୀ'ର ଏକ ହିନ୍ଦୀ ରିମେକ୍ ଅଟେ । ଏହି ଫିଲ୍ମରେ ଭୋଲା(ଅଜୟ) ଜଣେ ମ୍ୟାନ ଯିଏ ଏକ ମିଶନରେ ଅନେକ ଶତ୍ରୁ ସହିତ ଲଢିଥାନ୍ତି । ତେବେ ପ୍ରଥମ ଦିନରେ ଫିଲ୍ମଟି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ।

ସୂଚନା ଥାଉ କି, 'ଭୋଲା' ହେଉଛି ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ । ଏଥିସହ ଏହି ଫିଲ୍ମଟି ଅଜୟ ଦେବଗନ୍ ଫିଲ୍ମ, ଟି-ସିରିଜ୍ ଫିଲ୍ମ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଡ୍ରିମ୍ ୱାରିଅର୍ ପିକ୍ଚର୍ସ ଦ୍ବାରା ନିର୍ମିତ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କ ସହ ଅଭିନେତ୍ରୀ ତବୁ ମଧ୍ୟ ଅଭିନୟ କରିଛନ୍ତି । ତେଣୁ ଏହି ଚଳଚ୍ଚିତ୍ରଟି ଦୋଷୀଙ୍କର କାହାଣୀକୁ ନେଇ ଗତିଶୀଳ । ଯିଏକି ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ନିଷ୍ପତ୍ତି ନିଏ ଓ ଫିଲ୍ମଟି ବହୁ ରୋଚକ ମୋଡରେ ଶେଷ ହୋଇଛି । ତେବେ ଅଜୟଙ୍କ ଫିଲ୍ମ ଭୋଲା ପ୍ରଥମ ଦିନରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁଛି ସତ ହେଲେ ସୁପରହିଟ୍ ଫିଲ୍ମ ଦିଶିୟମ୍ ୨ର ପ୍ରଥମ ଦିନର ବ୍ୟବସାୟ ଠାରୁ ବହୁ ଦୂରରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.