ହାଇଦ୍ରାବାଦ: ଜଣାଶୁଣା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା କିଛି ମାସ ପୂର୍ବରୁ ପିତାମାତା ହୋଇଥିଲେ । ସନ୍ତାନ ଜନ୍ମ ହେବା ପରେ ଉଭୟ ନିଜ ପିତା-ମାତା ଭାବେ ଖୁବ୍ ଏନଜୟ କରୁଛନ୍ତି । ଦୀର୍ଘ ଦିନ ପର୍ଯ୍ୟନ୍ତ ଫ୍ୟାନ୍ସଙ୍କଠାରୁ ଲୁଚାଇ ରଖିବା ପରେ, ବର୍ତ୍ତମାନ ଏହି ଦମ୍ପତି ପ୍ରଶଂସକମାନଙ୍କୁ ନିଜ ପୁଅର ଝଲକ ଦେଖାଇଛନ୍ତି । ଏହା ସହିତ, ବର୍ତ୍ତମାନ ଭାରତୀ ଏବଂ ହର୍ଷ ସମୟ ସମୟରେ ପ୍ରଶଂସକଙ୍କ ସହ ନିଜ ପୁଅର ଲାଟେଷ୍ଟ ଫଟୋ ସେୟାର କରୁଛନ୍ତି । ନିକଟରେ ଭାରତୀ ଇନଷ୍ଟାଗ୍ରାମରେ ତାଙ୍କ ପୁଅର ଏକ ନୂଆ ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ସେ ଏବେ ଟ୍ରୋଲ ହୋଇଛନ୍ତି ।
- " class="align-text-top noRightClick twitterSection" data="
">
ସେୟାର ହୋଇଥିବା ଏହି ଫଟୋରେ ତାଙ୍କ ପୁଅର ଏକ ଭିନ୍ନ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଫଟୋରେ ଭାରତୀ ସିଂଙ୍କ ପୁଅ ଲକ୍ଷ୍ୟ (ଗୋଲା) ଚେୟାରରେ ବସିଥିବାବେଳେ ତାଙ୍କୁ ଏକ ଧଳା କପଡ଼ାରେ ଗୁଡ଼ାଯାଇଛି । ଏବି ଲକ୍ଷ୍ୟଙ୍କ ପାଖରେ ଏକ ହୁକ୍କା ରଖାଯାଇଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ଲକ୍ଷ୍ୟଙ୍କ ପ୍ରତ୍ୟେକ ଫଟୋରେ ପ୍ରଶଂସକଙ୍କ ଭଲପାଇବା ଥାଏ, କିନ୍ତୁ ଏଥର ଫଟୋରେ ହୁକ୍କା ଦେଖିବା ପରେ ପ୍ରଶଂସକ ଭାରତୀଙ୍କ ଉପରେ ରାଗି ଯାଇଛନ୍ତି । ଏହି ଫଟୋ ଦେଖି ଜଣେ ୟୁଜର କହିଛନ୍ତି, 'ପିଲାଟି ବହୁତ ସୁନ୍ଦର ଦେଖାଯାଉଛି, କିନ୍ତୁ ହୁକ୍କା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ, ଏହା ଆଦୌ ଠିକ୍ ନୁହେଁ। ' ଏଥି ସହିତ, ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ 'ସବୁକିଛି ଠିକ୍ ଅଛି, କିନ୍ତୁ ଏହି ହୁକ୍କା କେଉଁ ସୁଖ ପାଇଁ ରଖାଯାଇଛି ।' ଏହା ବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହା ଉପରେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ଯଦିଓ ଫଟୋରେ ଦେଖାଯାଇଥିବା ହୁକ୍କା ନକଲି, ତଥାପି ପ୍ରଶଂସକମାନେ ଏହାକୁ ପସନ୍ଦ କରିନାହାନ୍ତି ।
ଉଲ୍ଲେଖନୀୟ ଯେ, ଭାରତ ସିଂ-ହର୍ଷ ଲିମ୍ବାଚିୟା ଡିସେମ୍ବର 2017ରେ ବିବାହ କରିଥିଲେ । ଚାରି ବର୍ଷର ବିବାହ ପରେ 2021 ମସିହାରେ ଭାରତ ଇନଷ୍ଟାଗ୍ରାମରେ ନିଜର ଗର୍ଭଧାରଣ ଘୋଷଣା କରିଥିଲେ, ଯାହା ପରେ ଏପ୍ରିଲରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ