ମୁମ୍ବାଇ: ଫିଲ୍ମ ନିର୍ମାତା ଅୟାନ ମୁଖାର୍ଜୀ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟ 'ବ୍ରହ୍ମାସ୍ତ୍ର ଭାଗ -1' ସହ ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ଏହି ଫିଲ୍ମ ଗତବର୍ଷ ସେପ୍ଟେମ୍ବର 9ରେ ରିଲିଜ କରିଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ଭଲ କଲେକ୍ସନ କରିବାରେ ମଧ୍ୟ ସଫଳ ହୋଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଅୟାନ ମୁଖାର୍ଜୀ ଦର୍ଶକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଫିଲ୍ମର ଦ୍ୱିତୀୟ ଏବଂ ତୃତୀୟ ଭାଗ ସହ ଉଭୟ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଫିଲ୍ମର ଦ୍ୱିତୀୟ ଭାଗ 2026 ମସିହାରେ ଏବଂ ତୃତୀୟ ଭାଗ 2027 ମସିହାରେ ରିଲିଜ କରିବ ।
- " class="align-text-top noRightClick twitterSection" data="
">
ବ୍ରହ୍ମାସ୍ତ୍ର ଫିଲ୍ମର ପ୍ରଥମ ଭାଗରେ ଅୟାନ୍ ପ୍ରଥମ ଥର ପାଇଁ ଦର୍ଶକଙ୍କ ସାମ୍ନାରେ ବଲିଉଡର ସୁନ୍ଦର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ପରିଚିତ କରାଇଥିଲେ । ଏହି ଯୋଡିଙ୍କୁ ଦର୍ଶକ ବହୁତ ଭଲ ପାଇଥିଲେ ଏବଂ ଫିଲ୍ମ ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା । ସେବେ ଠାରୁ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ପରବର୍ତ୍ତୀ ଭାଗକୁ ଅପେକ୍ଷା କରି ରହିଛନ୍ତି । ତେବେ ବର୍ତ୍ତମାନ ଅୟାନ୍ ଫିଲ୍ମର ଦ୍ୱିତୀୟ ଏବଂ ତୃତୀୟ ଭାଗର ରିଲିଜ୍ ତାରିଖ ଘୋଷଣା କରି ଦର୍ଶକଙ୍କ ଅପେକ୍ଷାକୁ ଶେଷ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ।
ଅୟାନ ମୁଖାର୍ଜୀଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟରରେ ଡିସେମ୍ବର 2026ରେ ବ୍ରହ୍ମାସ୍ତ୍ର ଦ୍ବିତୀୟ ଭାଗ ଦେବ ଏବଂ ଡିସେମ୍ବର 2027ରେ ବ୍ରହ୍ମାସ୍ତ୍ର ତୃତୀୟ ଭାଗ ରିଲିଜ୍ ହେବ ବୋଲି ଦର୍ଶାଯାଇଛି । ଏଥିସହ ଏହି ଦୁଇଟି ଭାଗର ସୁଟିଂ ଏକାସାଙ୍ଗରେ ଶେଷ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ଖବର ଜାଣିବା ପରେ ରଣବୀର ଏବଂ ଆଲିଆଙ୍କ ପ୍ରଶଂସକ ମାନେ ବହୁ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଥାଉ କି, 9 ସେପ୍ଟେମ୍ବର 2022ରେ ରିଲିଜ କରିଥିବା ଫିଲ୍ମ ବ୍ରହ୍ମାସ୍ତ୍ର ବିଶ୍ବବ୍ୟାପୀ ବକ୍ସ ଅଫିସରେ 400କୋଟି ଟଙ୍କା ସଂଗ୍ରହ କରିଥିଲା । ସେହିପରି ଦେଶରେ ଏହି ଫିଲ୍ମର ମୋଟ୍ କଲେକ୍ସନ୍ 257 କୋଟି ଟଙ୍କା ଥିଲା । ତେବେ ଏହି ଫିଲ୍ମର ମୋଟ ସଂଗ୍ରହ 418 କୋଟି ଟଙ୍କା ରହିଥିଲା । ଏଥିସହ ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସମେତ ଅମିତାଭ ବଚ୍ଚନ, ଶାହରୁଖ ଖାନ, ଦକ୍ଷିଣ ଅଭିନେତା ନାଗାର୍ଜୁନ, ମୋନି ରୟଙ୍କ ସମେତ ଅନେକ ତାରକା ନଜର ଆସିଥିଲେ । ତେବେ ବର୍ତ୍ତମାନ ବ୍ରହ୍ମାସ୍ତ୍ର ଦ୍ବିତୀୟ ଭାଗ ଏବଂ ତୃତୀୟ ଭାଗ ରିଲିଜ ଖବର ଶୁଣି ଖୁସି ପ୍ରକାଶ କରିଛନ୍ତି ।