ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଅଙ୍କିତା ଲୋଖଣ୍ଡେ । ଲୋକପ୍ରିୟ ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାଆନ୍ତି । ଏହି ଅଭିନେତ୍ରୀ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଅନେକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେ ବେବି ବମ୍ପ୍ ଏବଂ ଗର୍ଭବତୀ ଖବର ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଅଙ୍କିତା ଏହି ଗୁଜବ ଉପରେ ହସି ହସି କହିଛନ୍ତି ଯେ, ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଅଙ୍କିତାଙ୍କ କହିବାନୁସାରେ, ଗଣମାଧ୍ୟମରେ ତାଙ୍କୁ ନେଇ ଏପରି ଗୁଜବ ଏବଂ ମିମ୍ସ ଲଗାତାର ପ୍ରସାର କରେ ଏବଂ ପୂର୍ବରୁ କରିଆସୁଛି । ଅଙ୍କିତା ତାଙ୍କ ବୈବାହିତ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ଗର୍ଭଧାରଣ ପାଇଁ ତତ୍ପର ନୁହଁନ୍ତି, କାରଣ ସେ ବିଶ୍ୱାସ କରନ୍ତି ଯେ ଈଶ୍ବରଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ପୁଣି ବାହା ହେଲେ ଅଙ୍କିତା ଲୋଖଣ୍ଡେ, ଦେଖନ୍ତୁ ସ୍ବାମୀଙ୍କ ସହ ରୋମାଣ୍ଟିକ ଫଟୋ
ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ବିକି ଜୈନଙ୍କୁ 14 ଡିସେମ୍ବର 2021 ରେ ବିବାହ କରିଥିଲେ । ଏହି ଅଭିନେତ୍ରୀ ବିକିଙ୍କୁ ବିବାହ କରିବା ଦିନଠାରୁ ତାଙ୍କ ଗର୍ଭଧାରଣ ବିଷୟରେ କ୍ରମାଗତ ଗୁଜବ ରହିଆସିଛି । କେବଳ ଏତିକି ନୁହେଁ, ଅନେକ ସମୟରେ ଅଙ୍କିତାଙ୍କ ବେବି ବମ୍ପ ଫଟୋକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏଡିଟ୍ ଫଟୋ ଏବଂ କ୍ରମାଗତ ଗର୍ଭଧାରଣ ଗୁଜବ ଉପରେ ଏଥର ଅଙ୍କିତା କହିଛନ୍ତି ଯେ, ସେ ସେମାନଙ୍କ ଉପରେ ହସନ୍ତି ।
ଏକ ସାକ୍ଷାତକାରରେ, ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା କି ଏହି ଗୁଜବ ତାଙ୍କୁ ପ୍ରଭାବିତ କରେ କି, ସେତେବେଳେ ସେ କହିଥିଲେ, "ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ କି ଏଥିରେ ମୋର କୌଣସି ଫରକ ପଡେ ନାହିଁ । ମୁଁ ନିଜ ବିଷୟରେ ଅନେକ ଥର ମିମ୍ସ ଦେଖେ । ସେଥିରେ ମୋର ବେବି ବମ୍ପ ଫଟୋ ମଧ୍ୟ ଅଛି । ୟୁଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆରେ, ମୁଁ ଆଦୌ ଧ୍ୟାନ ଦିଏ ନାହିଁ । ମୁଁ କେବଳ ୟୁଟ୍ୟୁବରେ ଥମ୍ବନେଲ୍ ଦେଖେ, କି ଏପରି ଏକ ବେବି ବମ୍ପ ଫଟୋ ଆସିଛି ... ମୋତେ ହସ ଲାଗେ, କାରଣ ଯେଉଁମାନେ ଏହିଭଳି କାର୍ଯ୍ୟ କରୁଛନ୍ତି ପ୍ରକୃତରେ ସେମାନଙ୍କ ପାଖରେ କୌଣସି କାମ ନାହିଁ ।"