ETV Bharat / entertainment

ଅକ୍ଷୟ କୁମାରଙ୍କ ଫିଲ୍ମ `OMG 2' କୁ ନେଇ ଦ୍ବନ୍ଦ୍ବ, ରିଲିଜ୍‌ ହେବ ତ ଫିଲ୍ମ ?

author img

By

Published : Jul 13, 2023, 10:35 AM IST

ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀ ଅଭିନୀତ ଚଳଚ୍ଚିତ୍ର`ଓଏମଜି 2'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେନ୍ସର ବୋର୍ଡ ବର୍ତ୍ତମାନ ସୁଦ୍ଧା ଫିଲ୍ମକୁ କୌଣସି ସାର୍ଟିଫିକେଟ ଦେଇନଥିବା ବେଳେ ଏହାକୁ ରିଭ୍ୟୁ କମିଟିରେ ଦାଖଲ କରିବାକୁ ସୁପାରିଶ କରିଛି । ସେପଟେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମର ଶିବ ଅଭିଷେକ ସିନ୍‌କୁ ନେଇ ବିବାଦ ଘନେଇଛି । ଅଧିକ ପଢନ୍ତୁ

ଅକ୍ଷୟ କୁମାରଙ୍କ ଫିଲ୍ମ `OMG 2' କୁ ନେଇ ଦ୍ବନ୍ଦ୍ବ! ଫିଲ୍ମ ହେବନି କି ରିଲିଜ?

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'OMG 2' ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାର, ଏହି ଫିଲ୍ମ ରିଲିଜ କରିବାକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରିନାହିଁ । ସେନ୍ସର ବୋର୍ଡ ଫିଲ୍ମକୁ ରିଭ୍ୟୁ କମିଟିକୁ ପଠାଇଛି । ଅନ୍ୟପଟେ ଫିଲ୍ମର ଟିଜରକୁ ନେଇ ବିବାଦ ମୁଣ୍ଡ ଟେକିଛି । ଫ୍ୟାନ୍ସ ଫିଲ୍ମର ଶିବ ଅଭିଷେକ ସିନ୍‌କୁ ନେଇ ଆପତ୍ତି କରିବା ସହ ସିନ୍‌ ହଟାଇବାକୁ ଦାବି କରିଛନ୍ତି ।

  • " class="align-text-top noRightClick twitterSection" data="">

ରିପୋର୍ଟ ଅନୁସାରେ, ନିକଟରେ ବୋର୍ଡ ଫିଲ୍ମ ଦେଖିବା ପରେ ଫିଲ୍ମ ରିଭ୍ୟୁ କମିଟିରେ ଦାଖଲ କରିବାକୁ ସେନ୍ସର ବୋର୍ଡ ସୁପାରିଶ କରିଛି । ‘ପ୍ରାଥମିକ ପଦକ୍ଷେପ’ ଭାବରେ ପଠାଇବାକୁ ସେନ୍ସର ବୋର୍ଡ ଏହି ନିଷ୍ପତ୍ତି ନେଇଛି । କାରଣ ଗତ ମାସରେ ରିଲିଜ ହୋଇଥିବା ଆଦିପୁରୁଷକୁ ନେଇ ହୋଇଥିବା ବିବାଦର ପୁନରାବୃତ୍ତି କରିବାକୁ ବୋର୍ଡ ଚାହୁଁନାହିଁ । ଏଣୁ ସେନ୍ସର ବୋର୍ଡ ଫିଲ୍ମ ରିଲିଜକୁ ବର୍ତ୍ତମାନ ସୁଦ୍ଧା ସାର୍ଟିଫିକେଟ ଦେଇନାହିଁ । ସେପଟେ ଅକ୍ଷୟ କୁମାର ଏବଂ ନିର୍ଦ୍ଦେଶକ ଅମିତ ରାୟ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । କିନ୍ତୁ ଫିଲ୍ମର ପ୍ରଡକ୍ସନ ହାଉସର ଏକ ସୂତ୍ରରୁ ଜଣା ପଡ଼ିଛି ଯେ, ଏପର୍ଯ୍ୟନ୍ତ କୌଣସି ସମସ୍ୟା ହୋଇନାହିଁ । ସେନ୍ସର ବୋର୍ଡ ପ୍ରକ୍ରିୟା ଜାରି ରହିଛି ।

ସେପଟେ ନିକଟରେ OMG-2ର ଟିଜର ରିଲିଜ୍ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ, ଫିଲ୍ମରେ ଅକ୍ଷୟ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ପଙ୍କଜ ତ୍ରିପାଠୀ ତାଙ୍କ ଭକ୍ତ ଭାବେ ନଜର ଆସିବେ । ସୋସିଆଲ ମିଡିଆରେ କିଛି ଫ୍ୟାନ୍ସ ଏହାକୁ ପ୍ରଶଂସା କରୁଥିବା ଦେଖି ଶିବଙ୍କ ଅଭିଷେକ ସିନ୍‌କୁ ନେଇ କିଛି ଲୋକ ଆପତ୍ତି କରିଛନ୍ତି । ଅନେକ କହିଛନ୍ତି ଯେ ଏହି ସିନ ଦ୍ୱାରା ସେମାନଙ୍କର ଭାବାବେଗ ଆଘାତ ପାଇଛି । ଏଣୁ ଫିଲ୍ମର ଏହି ସିନ୍‌କୁ ହଟାଇବାକୁ ଦାବି କରିଛନ୍ତି । ଫିଲ୍ମକୁ ଏମିତି କିଛି କରାନଯାଉ ଯାଦ୍ବାରା ସନାତନ ଧର୍ମର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିବ ବୋଲି ମତ ରଖିଛନ୍ତି ୟୁଜର୍ସ ।

  • अगर फ़िल्म में अक्षय कुमार भगवान शिव के रूप में बने हैं तो कृपया इस सीन से फ़िल्म को हटाया जाए.. रेलवे के इस पानी से महादेव शिव का जलाभिषेक करते दिखाया गया हैं, ये हिंदुओं की आस्था से खेलने जैसा है. @Sadhvi_prachi @beingarun28 #OMG2 #AkshayKumar𓃵 pic.twitter.com/it0RzPk8vx

    — Shikhar Negi (@ImshikharNegi) July 11, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଟିଜର ରିଲିଜ, ଭୋଲେନାଥଙ୍କ ରୂପରେ ଦର୍ଶକଙ୍କୁ ଆକର୍ଷିତ କରିବେ ଅକ୍ଷୟ କୁମାର

ସୂଚନା ଥାଉ କି,2012ରେ ରିଲିଜ ହୋଇଥିବା ଫିଲ୍ମ OMGରେ ଅକ୍ଷୟ କୁମାର ଏବଂ ପରେଶ ରାୱଲଙ୍କ ଅଭିନୟ ବେଶ ଲୋକପ୍ରିୟତା ହାସଲ କରିବା ସହ ହିଟ୍‌ ହୋଇଥିଲା । ତେବେ ବର୍ତ୍ତମାନ ଏହାର ସିକ୍ବେଲରେ ପରେଶଙ୍କ ବଦଳରେ ପଙ୍କଜ ତ୍ରିପାଠୀ ନଜର ଆସିବେ। ଏହି ଫିଲ୍ମରେ ଅଭିନେତ୍ରୀ ୟାମି ଗୌତମ ଏବଂ ଅରୁଣ ଗୋଭିଲ ମଧ୍ୟ ନଜର ଆସିବେ । ଏହି OMG-2 ଅଗଷ୍ଟ 11ରେ ରିଲିଜ୍ ହେବ । ଯାହା ସନ୍ନି ଦେଓଲଙ୍କ ଗଦର-2 ସହ କଡା ଟକ୍କର ଦେବ।

  • Mr. @akshaykumar Ji हम आपके प्रशंसक हैं यह आपको याद रहे कि ऐसा कुछ ना हो जिससे सनातन धर्म के लोगों की धार्मिक भावनाएं आहत हो.@CBFC_India @CBFC_MIB#OMG2 #OMG2InTheatresAug11 pic.twitter.com/J2CQJq10s1

    — क्षत्रिय विक्रम सिंह परमार 🇮🇳  (@BJPVSPARMAR) July 12, 2023 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.