ETV Bharat / entertainment

ଶାହାରୁଖଙ୍କ ପରେ ରଣବୀର କପୁରଙ୍କୁ ମିଳିଲା ସାଉଥ୍‌ର ସମର୍ଥନ, ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ ହୋଇପାରେ ଆନିମଲ

author img

By ETV Bharat Odisha Team

Published : Sep 29, 2023, 7:33 AM IST

ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ ମାଧ୍ୟମରେ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି । ଯାହାର ଏକ ଛୋଟ ଝଲକ ସେ ତାଙ୍କ ଫିଲ୍ମ ଆନିମଲର ଟିଜରରେ ଦେଖାଇଛନ୍ତି । ଶାହାରୁଖ ଖାନଙ୍କ ପରି ରଣବୀର କପୁର ମଧ୍ୟ ଏହି ଚଳଚ୍ଚିତ୍ର ସହିତ ଦକ୍ଷିଣ ସିନେମାର ସମର୍ଥନ ପାଇଛନ୍ତି । ଅଧିକ ପଢ଼ନ୍ତୁ

ଚଳଚ୍ଚିତ୍ର ଆନିମଲ
ଚଳଚ୍ଚିତ୍ର ଆନିମଲ

ହାଇଦ୍ରାବାଦ: ରଣବୀର କପୁରଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କାରଣ ଏହି ଚଳଚ୍ଚିତ୍ରରେ ରଣବୀର ଆଜି ପର୍ଯ୍ୟନ୍ତ ତାଙ୍କ କ୍ୟାରିଅରର ସବୁଠାରୁ ରାଉଡି ଲୁକ୍‌ରେ ନଜର ଆସିବାକୁ ଯାଉଛନ୍ତି । ସେପ୍ଟେମ୍ବର 28ରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଟିଜର ଭିଡିଓ ମୁକ୍ତିଲାଭ କରିଥିଲେ, ଯେଉଁଥିରେ ରଣବୀରଙ୍କ ଚରିତ୍ରର ଏକ ଚମତ୍କାର ଝଲକ ଦେଖିବାକୁ ମିଳିଥିଲା ​​। ଏହି ଚଳଚ୍ଚିତ୍ରରେ ବଲିଉଡର ଦୁଇ ବଡ ଅଭିନେତା ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ତାଙ୍କ ସହ ଅଛନ୍ତି । ଏହା ବ୍ୟତୀତ ଶାହାରୁଖ ଖାନଙ୍କ ପରି ରଣବୀର ସାଉଥ ସିନେମାର ସମର୍ଥନ ମଧ୍ୟ ପାଇଛନ୍ତି । ଚାଲନ୍ତୁ ଜାଣିବା କିପରି ?

  • " class="align-text-top noRightClick twitterSection" data="">

ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ’ଜବାନ୍’ ମାଧ୍ୟମରେ ଶାହାରୁଖ ଖାନ୍‌ ସାଉଥ୍‌ ତାରକାଙ୍କ ସହ ସହଯୋଗ ନେଇଥିଲେ । ‘ଜବାନ୍’ ସାଉଥର ସିନେମାର ଜଣାଶୁଣା ନିର୍ଦ୍ଦେଶକ ଅଟଲିଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଫିଲ୍ମରେ ଦକ୍ଷିଣ ଅଭିନେତ୍ରୀ ନୟନତାରା ଶାହାରୁଖଙ୍କ ବିପକ୍ଷରେ ନଜର ଆସିଥିଲେ । ଏହା ବ୍ୟତୀତ ଏହି ସିନେମାରେ ଅନ୍ୟ ଅନେକ ତାରକା ନଜର ଆସିଥିଲେ, ଯେଉଁମାନେ ସାଉଥ୍ ସିନେମାର ଅଟନ୍ତି । ଆନିମଲ୍‌ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ସାଉଥ୍‌ ସିନେମାର ଜଣେ ମହାନ ନିର୍ଦ୍ଦେଶକ ତଥା ‘ଅର୍ଜୁନ ରେଡ୍ଡୀ’ ପରି ମହାନ ଚଳଚ୍ଚିତ୍ର ନିର୍ମାଣ କରିଥିବା ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଦ୍ୱାରା ‘ଆନିମଲ’ ନିର୍ଦ୍ଦେଶନା ଦିଆଯାଇଛି । ଜବାନ ପରି ପରି ଆନିମଲ୍‌ରେ ମଧ୍ୟ ରଣବୀରଙ୍କ ବିପରୀତ ଅଭିନେତ୍ରୀ ଦକ୍ଷିଣରୁ ଆସିଛନ୍ତି, ଯିଏକି ରଶ୍ମିକା ମନ୍ଦାନା । ତେଣୁ ଶାହାରୁଖଙ୍କ ପରେ ବର୍ତ୍ତମାନ ରଣବୀରଙ୍କୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସମର୍ଥନ ମିଳୁଛି ବୋଲି କହିବା କିଛି ଭୁଲ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ଫ୍ୟାନ୍ସଙ୍କୁ ରଣବୀରଙ୍କ ଉପହାର: ଆସିଲା ‘ଆନିମଲ’ର ଧମାକାଦାର ଟିଜର

ଆନିମଲଠାରୁ ଲୋକମାନେ ବହୁତ ଆଶା ରଖିଛନ୍ତି

ଆନିମଲ ବିଷୟରେ କୁହାଯାଉଛି ଯେ, ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଧମାଲ ମଚାଇବା । କିଛି ଜିନିଷ ଅଛି ଯାହା ସୂଚାଇଥାଏ ଯେ ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହୋଇପାରେ । ସର୍ବପ୍ରଥମେ, ଟିଜର ଲୋକମାନଙ୍କଠାରୁ ବହୁତ ଭଲ ପାଇବା ପାଇଛି । ଲୋକମାନେ ଆନିମଲର ଟିଜରକୁ ବହୁତ ପସନ୍ଦ କରିଛନ୍ତି । ରିଲିଜ୍ ହେବାର ମାତ୍ର 13 ଘଣ୍ଟା ମଧ୍ୟରେ, ଏହାକୁ 10 ମିଲିୟନ୍ (ଏକ କୋଟି) ରୁ ଅଧିକ ଲୋକ ଦେଖିଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କର ଏକ ଭଲ ଚଳଚ୍ଚିତ୍ର କ୍ୟାରିୟର ରହିଛି । ଏହାପୂର୍ବରୁ ସେ ଉଭୟ ଅର୍ଜୁନ ରେଡ୍ଡୀ ଏବଂ ଏହାର ହିନ୍ଦୀ ରିମେକ୍ କବୀର ସିଂ କରିଥିଲେ । ଉଭୟ ଚଳଚ୍ଚିତ୍ର ଜବରଦସ୍ତ ହୋଇଥିଲା । ଏହି କାରଣରୁ ବିଶ୍ବାସ କରାଯାଉଛି କି, ରଣବୀରଙ୍କ ଫିଲ୍ମ ‘ଆନିମଲ’କୁ ସନ୍ଦୀପ ରେଡ୍ଡୀଙ୍କ ସମର୍ଥନର ଫାଇଦା ମିଳିପାରେ । ଯେହେତୁ ଏହି ଚଳଚ୍ଚିତ୍ରଟି ଜଣେ ଦକ୍ଷିଣ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ମିତ ଏବଂ ଫିମେଲ୍‌ ଲିଡରେ ଜଣେ ଦକ୍ଷିଣ ଅଭିନେତ୍ରୀ ଅଛନ୍ତି, ଏହି ଚଳଚ୍ଚିତ୍ରଟି ଦକ୍ଷିଣରୁ ମଧ୍ୟ ଭଲ ପ୍ରତିକ୍ରିୟା ପାଇପାରେ । ଏଭଳି ସ୍ଥିତିରେ ଏହି ଚଳଚ୍ଚିତ୍ରଟି ତା’ର କାମଲ ଦେଖାଇବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.