ETV Bharat / entertainment

72 Hoorain: ଫିଲ୍ମର ଟିଜର ରିଲିଜ, ଆତଙ୍କବାଦୀଙ୍କ ପର୍ଦ୍ଦାଫାସ କରିବ ଏହି ଫିଲ୍ମ

'ଦ କେରଳ ଷ୍ଟୋରୀ' ପରେ ଆତଙ୍କବାଦୀଙ୍କ ଉପରେ ନିର୍ମିତ ଆସୁଛି ଆଉ ଏକ ଫିଲ୍ମ '72 ହୁରେନ୍'। ସଂଜୟ ପୁରନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଆଜି ଟିଜର ରିଲିଜ ହୋଇଛି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ସଂଜୟ ପୁରନଙ୍କ ନିର୍ଦ୍ଦେଶିତ 72 ହୁରେନ୍ ଫିଲ୍ମର ପ୍ରଥମ ଲୁକ ଏବଂ ଟିଜର ରିଲିଜ

author img

By

Published : Jun 4, 2023, 8:25 PM IST

ମୁମ୍ବାଇ: 'ଦ କେରଳ ଷ୍ଟୋରୀ' ପରେ ବଡ ପରଦାରେ ପୁଣି ଆତଙ୍କବାଦୀଙ୍କ ପର୍ଦ୍ଦାଫାସ କରିବାକୁ ଯାଉଛି ଆଉ ଏକ ଫିଲ୍ମ '72 ହୁରେନ୍' । ସଂଜୟ ପୁରାଣ ସିଂ ଚୌହାନଙ୍କ ନିର୍ଦ୍ଦେଶିତ ଫିଲ୍ମ '72 ହୁରେନ୍'ର ଆଜି ଟିଜର ରିଲିଜ ହୋଇଛି । ନିର୍ମାତାମାନେ ଟିଜର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଜୁଲାଇ 7 ରେ ସିନେମାହଲରେ ରିଲିଜ କରିବ । ଆତଙ୍କବାଦ ଉପରେ ଆଧାରିତ ଅଦା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ' ପରେ ଏହା ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ଯାହାକି ଅନ୍ୟ ଧର୍ମ, ଏହାର ମାନସିକତା କିମ୍ବା କିଛି ଗୋଷ୍ଠୀକୁ ଟାର୍ଗେଟ କରି ନିର୍ମିତ ହୋଇଛି ।

ନିର୍ମାତା ସଂଜୟ ପୁରାଣ ସିଂ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ଲେଖା ଅଛି, '72 କୁମାରୀ ଝିଅମାନଙ୍କ ମାୟାଜାଲରେ ପଡି ବିନାଶର ପଥରେ ଯାଉଛନ୍ତି । ପରେ ଏକ ଭୟାନକ ସ୍ଥିତିର ସମ୍ମୁଖୀନ ହୁଅନ୍ତି। ' 51 ସେକେଣ୍ଡର ଟିଜରରେ ଓସାମା ବିନ୍ ଲାଡେନ, ଅଜମଲ କସାବ, ୟାକୁବ ମେନନ, ମାସୁଦ ଅଜହର, ହାଫିଜ ସଇଦ ଏବଂ ସାଦିକ ସଇଦଙ୍କ ପରି ଆତଙ୍କବାଦୀ ତଥା ଉଗ୍ରବାଦୀ ନେତାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଟିଜରରୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି ।

ଚଳଚ୍ଚିତ୍ର '72 ହୁରେନ୍'ର କାହାଣୀ ଆତଙ୍କବାଦ ଉପରେ ଆଧାରିତ, ଯେଉଁଥିରେ କୁହାଯାଇଥିଲା ଯେ ଧର୍ମ ନାମରେ ସେମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ବିଶ୍ୱାସ କରିବାକୁ କୁହାଯାଇଛି ଯେ ମୃତ୍ୟୁ ପରେ ସେମାନଙ୍କୁ ସ୍ବର୍ଗରେ 72 କୁମାରୀ ଝିଅ ସେବା କରିବେ ବୋଲି ଫିଲ୍ମରେ ଦର୍ଶାଯାଇଛି । ତେବେ ଜୁଲାଇ 7, 2023ରେ ସିନେମାହଲରେ ରିଲିଜ ହେବ । ଫିଲ୍ମର ଟିଜରକୁ ଫ୍ୟାନ୍ସ କରିଥିବା ବେଳେ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି ।

ସୂଚନା ଥାଉ କି, '72 ହୁରେନ୍ 'ଅଶୋକ ପଣ୍ଡିତଙ୍କ ଦ୍ୱାରା ନିର୍ମିତ । ନିର୍ମାତାମାନେ ଦାବି କରିଛନ୍ତି ଯେ ଏହି ଚଳଚ୍ଚିତ୍ରଟି 72 ହୁରେନଙ୍କ ଧାରଣାକୁ ଉଜ୍ଜୀବିତ କରିବ । ଯାହା ଚରମପନ୍ଥୀ ନେତାଙ୍କ ଦ୍ବାରା ନୂତନ ନିଯୁକ୍ତିକୁ ନିୟନ୍ତ୍ରଣ ଏବଂ ଚିନ୍ତାଧାରା ପରିବର୍ତ୍ତନରେ ବ୍ୟବହୃତ କରାଯାଇଥାଏ । ଜୁଲାଇ 7, 2023ରେ ସିନେମାହଲରେ '72 ହୁରେନ୍ ' ରିଲିଜ ହେବ । ଗୋଆର 2019 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ଭାରତୀୟ ପୈନୋରମା ବିଭାଗ ଅଧୀନରେ '72 ହୁରେନ୍ 'ପ୍ରିମିୟର୍ ହୋଇଥିଲା, ଯେଉଁଠାରେ ଏହା ସ୍ବତନ୍ତ୍ର ICFT-UNESCO ଗାନ୍ଧୀ ପଦକ ହାସଲ କରିଥିଲା । ସମାନ ଚଳଚ୍ଚିତ୍ର ପାଇଁ 2021 ମସିହାରେ ସଞ୍ଜୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଜାତୀୟ ପୁରସ୍କାର ପ୍ରାପ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.