ETV Bharat / entertainment

2018 box office: ମନ ଜିତୁଛି ତୋଭିନୋ ଥୋମାସ୍-ଷ୍ଟାରର୍ ଫିଲ୍ମ, 25 ଦିନରେ କଲାଣି ଏତିକି ଆୟ - ଜୁଡ ଆନ୍ଥୋନି ଜୋସେଫ

ସାରା ବିଶ୍ବ ସ୍ତରରେ ପ୍ରଶଂସା ସାଉଁଟୁଛି ତୋଭିନୋ ଥୋମାସ୍-ଷ୍ଟାରର୍ ମାଲାୟାଲାମ ଫିଲ୍ମ 2018 । 25ଦିନରେ 160 କୋଟିରୁ ଅଧିକ ରୋଜଗାର କରି ମାଲାୟାଲମ ଇଣ୍ଡଷ୍ଟ୍ରି ପାଇଁ ଇତିହାସ ସୃଷ୍ଟି କରିଛି । ଏଥିସହ ମାଲାୟାଲମ୍ ଇଣ୍ଡଷ୍ଟ୍ରିକୁ ଦେଶରେ ଏକ ନୂତନ ପରିଚୟ ଦେଇଛି । ଅଧିକ ପଢନ୍ତୁ

ମନ ଜିତୁଛି ତୋଭିନୋ ଥୋମାସ୍-ଷ୍ଟାରର୍ ଫିଲ୍ମ, 25 ଦିନରେ କଲାଣି ଏତିକି ଆୟ

author img

By

Published : May 30, 2023, 2:09 PM IST

ଚେନ୍ନାଇ: ଜୁଡ ଆନ୍ଥୋନି ଜୋସେଫଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 2018 ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଇତିହାସ ସୃଷ୍ଟି କରିଛି । ଏହି ଫିଲ୍ମ ବିଶ୍ବସ୍ତରରେ ରିଲିଜ କରିଥିବା ବେଳେ ଭାରତରେ 5ଟି ଭାଷାରେ ଭାରତରେ ରିଲିଜ ହୋଇଛି । ବର୍ତ୍ତମାନ ଏହି ଫିଲ୍ମଟି ସଫଳତାର ସହ ବେଶ ଲୋକପ୍ରିୟତା ସାଉଁଟିବାରେ ଲାଗିଛି । ଫିଲ୍ମଟି 25 ଦିନ ମଧ୍ୟରେ ସାରା ବିଶ୍ୱରେ 160 କୋଟି ଟଙ୍କାରୁ ଅଧିକ ରୋଜଗାର କରି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ।

ତୋଭିନୋ ଥୋମାସଙ୍କ ଅଭିନୀତ ଫିଲ୍ମ 2018 ଫିଲ୍ମ ମାତ୍ର 20କୋଟିରେ ନିର୍ମିତ ହୋଇଥିବା ବେଳେ 25 ଦିନରେ ବିଶ୍ବବ୍ୟାପି ବକ୍ସ ଅଫିସରେ 162. 9 କୋଟି ରୋଜଗାର କରି ସାରିଛି । ତେବେ ଏହି ଫିଲ୍ମ ମଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଏହି ଫିଲ୍ମ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛି । ଏହା ରାଜ୍ୟ ତଥା ଦେଶରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ନୂତନ ପରିଚୟ ଦେଇଛି ।

ତେବେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଫିଲ୍ମଟି ରିଲିଜ୍ ହେବା ପରେ ପ୍ରଥମ ସୋମବାରରେ ଏହାର ଆୟ ସାମାନ୍ୟ ହ୍ରାସ ଘଟିଥଲା । ଫିଲ୍ମଟି ଏହାର ପ୍ରାରମ୍ଭିକ ସପ୍ତାହରେ 8.95 କୋଟି ଟଙ୍କା ରୋଜଗାର କରିଥିଲା । ଫିଲ୍ମଟି ରିଲିଜ୍ ହେବାର ପ୍ରଥମ ଦିନରେ 1.7 କୋଟି ଟଙ୍କା ଆୟ କରିଥିଲା ଏବଂ ଏହି ଫିଲ୍ମ ଦ୍ୱିତୀୟ ଦିନରେ 3.1 କୋଟି ଟଙ୍କା ଆୟ ବୃଦ୍ଧି ପାଇଥିଲା । ପ୍ରାରମ୍ଭିକ ବକ୍ସ ଅଫିସ୍ ରିପୋର୍ଟ ଅନୁଯାୟୀ, ଫିଲ୍ମର ଆୟ 33.87 ପ୍ରତିଶତ ବୃଦ୍ଧି ପାଇ ତୃତୀୟ ଦିନରେ 4.15 କୋଟି ଟଙ୍କା ରୋଜଗାର କରିଛି । ଏହା ଫିଲ୍ମର ମୋଟ 12.8 କୋଟି ଟଙ୍କା ଆୟ କରିଛି ।

ସୂଚନା ଥାଉ କି, ଏହି ଫିଲ୍ମରେ ୨୦୧୮ ମସିହାରେ କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ଦର୍ଶାଯାଇଛି । ଫିଲ୍ମର ଟ୍ୟାଗ୍‌ଲାଇନ ରହିଛି 'Everyone is a Hero' । ଫିଲ୍ମରେ ପ୍ରକୃତିର କରାଳ ରୂପ ପ୍ରଦର୍ଶିତ କରାଯାଇଛି । ମାତ୍ର ଏହି ପ୍ରଳୟଙ୍କାରୀ ବନ୍ୟା ପରେ ମଧ୍ୟ କିପରି କେରଳ ପୁଣି ଅଣ୍ଟା ସଳଖି ଠିଆ ହୋଇଥିଲା ସେ ସମ୍ପର୍କରେ ମଧ୍ୟ କଳାକାରମାନେ ନିଚ୍ଛକ ଅଭିନୟ କରି ଉକ୍ତ ଘଟଣାକୁ ଦର୍ଶକଙ୍କ ମନରେ ଜୀବିତ କରାଇଛନ୍ତି । ଏହି ଫିଲ୍ମକୁ ଜୁଡ ଆନ୍ଥାନି ଜୋସେଫ ନିର୍ଦ୍ଦେଶନା ଦେଇଥିବା ବେଳେ ତୋଭିନୋ ଥୋମାସଙ୍କ ସମେତ ଅଶିଫ ଅଲ୍ଲି, କୁଞ୍ଚାକୋ ବୋବାନ, ଅପର୍ଣ୍ଣା ବଲ୍ଲମୁରାଲି ଓ ଲାଲ ମଧ୍ୟ ପ୍ରମୁଖ ଭୂମିକାରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଫିଲ୍ମର କ୍ରେଜ୍‌ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.