କେନ୍ଦ୍ରାପଡା: ମହାକାଳପଡା ନିର୍ବାଚନମଣ୍ଡଳୀ ବତୀଘର ପଞ୍ଚାୟତ । ଏବେବି ଡଙ୍ଗାରେ ପାରି ହୋଇ ଯିବାଆସିବା କରୁଛନ୍ତି ଲୋକେ । ଖରନାସୀ ନଦୀର ଟୁବି ଘାଟ ଦେଇ ଦିବାରାତ୍ରୀ ଯାଏଁ ଡଙ୍ଗା ଉପରେ ନିର୍ଭର କରି ରହୁଛନ୍ତି ଅଞ୍ଚଳବାସୀ ।
ନିର୍ବାଚନ ପୂର୍ବରୁ ଅନେକ ନେତା ଭୋଟ ଭିକ୍ଷା କରିବା ପାଇଁ ରାମନଗରରୁ ବତୀଘର ଆସୁଛନ୍ତି । ଆଉ ନିର୍ବାଚନ ପୂର୍ବରୁ ନେତାମାନେ ଏଠାରେ ବ୍ରିଜ ନିର୍ମାଣ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ବ୍ରିଜ ତିଆରି ହୋଇନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ