ETV Bharat / city

ନିଖୋଜ ସ୍ବାମୀଙ୍କୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପତ୍ନୀଙ୍କ ଧାରଣା

ଦାଦନ ଖିଟିବାକୁ ଯାଇ ବର୍ଷେରୁ ଅଧିକ ହେବ ଫେରିନି ସ୍ବାମୀ । ଯାାହାକୁ ନେଇ ଥାନାରେ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଧାରଣାରେ ବସିଲେ ପତ୍ନୀ । ଅଧିକ ପଢନ୍ତୁ...

author img

By

Published : Oct 20, 2020, 11:03 AM IST

ନିଖୋଜ ସ୍ବାମୀଙ୍କୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପତ୍ନୀର ଧାରଣା

ସମ୍ବଲପୁର: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ନିଜର ସ୍ବାମୀ 14 ମାସ ହେଲା ନିଖୋଜ ହେବା ପରେ ତାଙ୍କର ସନ୍ଧାନ ପାଇଁ ପତ୍ନୀଙ୍କୁ ଧାରଣା ଦେବାକୁ ପଡୁଛି। ଏଭଳି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଜିଲ୍ଲାରେ।

ନିଖୋଜ ଶ୍ରମିକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସମ୍ବଲପୁର କୁଚିଣ୍ଡା ବ୍ଲକ ପୁଖୁରାମାଲ ଗାଁର ହରି ପିଙ୍ଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବର୍ଷେରୁ ଅଧିକ ହେବ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଏନେଇ ତାଙ୍କ ପତ୍ନୀ ଶୁଭାସିନୀ ପିଙ୍ଗ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରି ଶୁଭାସିନୀ । ଏନେଇ ସେ ଜିଲ୍ଲାପାଳଙ୍କ ଅଫିସ ବାହାରେ ଧାରଣା ଦେଇଛନ୍ତି।

ଶୁଭାସିନୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ହରିଙ୍କୁ ଉକ୍ତ ଗାଁର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଗୋଆକୁ ତାଙ୍କ ସାଙ୍ଗରେ ନେଇଥିଲେ। ଗୋଆର ପୁଞ୍ଜି ଠାରେ ପହଞ୍ଚିବାର ୨ ଦିନ ପରେ ସେହି ବ୍ୟକ୍ତି ଫୋନ କରି ତାଙ୍କ ସ୍ବାମୀ ପାଗଳ ହୋଇ କେଉଁଆଡେ ଚାଲି ଯାଇଥିବା ଶୁଭାସିନୀଙ୍କୁ ଜଣାଇଥିଲେ। ତେବେ ଏହାକୁ ଆଦୌ ବିଶ୍ବାସ ନ କରି ନିଖୋଜ ସ୍ବାମୀଙ୍କ ପତ୍ତା ଲଗାଇବାକୁ ଶୁଭାସିନୀ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦେବାର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଓ ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ ନିଜ ନିଖୋଜ ସ୍ବାମୀ ସମ୍ପର୍କରେ କୌଣସି ସୁଚନା ପାଇପାରୁ ନାହାନ୍ତି ପତ୍ନୀ ଶୁଭାସିନୀ।

ତେଣୁ ନିଖୋଜ ସ୍ବାମୀକୁ ଫେରାଇ ଆଣିବା ସହ ଦାଦନ ଖଟାଉଥିବା ଦଲାଲଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ଶୁଭାସିନୀ ପିଙ୍ଗ। ଏଥିପାଇଁ ସେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ନିଖୋଜ ସ୍ବାମୀଙ୍କ ସନ୍ଧାନ କରିବାକୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.