ETV Bharat / city

କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ପାଳନ : ସମ୍ବଲପୁରରେ ଘୋର ବିରୋଧ - କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏହାର ପ୍ରଭାବ ୧୧ଟି ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ସମ୍ବଲପୁରରେ ଏହାର ପ୍ରଭାବ ଶୂନ୍ୟ ରହିଛି । ଅଧିକ ପଢ଼ନ୍ତୁ

କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ପାଳନ : ସମ୍ବଲପୁରରେ ଘୋର ବିରୋଧ

author img

By

Published : Sep 7, 2022, 8:57 PM IST

ସମ୍ବଲପୁର : ପଶ୍ଚିମ ଓଡ଼ିଶାର 11ଟି ଜିଲ୍ଲାରେ କୋଶଳ ରାଜ୍ୟ ଦାବି ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରଦର୍ଶନ କରୁଛନ୍ତି କର୍ମୀ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ନେଇ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ହେଲେ ସମ୍ବଲପୁରରୁ ଏହାକୁ ସମର୍ଥନ ମିଳିନାହିଁ ।

କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ପାଳନ : ସମ୍ବଲପୁରରେ ଘୋର ବିରୋଧ

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ବନ୍ଦ ଡାକରା ବିରୋଧ କରାଯାଇଛି । ଏହି ବନ୍ଦର ବିରୋଧ କରିଛନ୍ତି ସମ୍ବଲପୁରର 60ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଙ୍ଗଠନ । ହାତରେ ବ୍ୟାନର ଧରି ସହରର ପ୍ରମୂଖ ଛକରେ ବନ୍ଦ ବିପକ୍ଷରେ ସ୍ଲୋଗାନ ଦେଇଥିଲେ । ବନ୍ଦକୁ ସମ୍ବଲପୁରରେ ବିରୋଧ କରାଯିବା ସହ ସବୁକିଛି ଖୋଲା ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ । ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି, "ଆମେ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବୀକୁ ବିରୋଧ କରୁନାହୁଁ । ତେବେ କୋଶଳୀ ନାଁରେ ସମ୍ବଲପୁରୀ ଭାଷା, ସଂସ୍କୃତିକୁ ବିକୃତି କରଣ କରାଯାଉଛି । କୋଶଳ ନାଁକୁ ଆମେ ବିରୋଧ କରୁଛୁ । ଆମେ ଦାବୀ କରୁଛୁ ହୀରାଖଣ୍ଡ ରାଜ୍ୟ ହେଉ ।" ଏହାଫଳରେ ଆଜି ସମ୍ବଲପୁରରେ ବନ୍ଦର ପ୍ରଭାବ ଶୂନ୍ୟ ରହିଛି । ସୂଚନାନୁସାରେ ସମ୍ବଲପୁରୀ ଭାଷା ସଂସ୍କୃତିର କୋଶଳୀକରଣ କରାଯାଇଥିବା ଅଭିଯୋଗ କରି ଆଜି ଏହି ବନ୍ଦକୁ ବିରୋଧ କରାଯାଇଛି । ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଆମ ରାଜ୍ୟ ହୀରାଖଣ୍ଡ ଓ ଭାଷା ସମ୍ବଲପୁରୀ ବୋଲି ପୋଷ୍ଟରରେ ଲେଖା ରହିଛି ।

ଫଳରେ ସମ୍ବଲପୁରରେ କୋଶଳ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳି ନାହିଁ । ସେପଟେ କୋଶଳ ଶବ୍ଦକୁ ସମ୍ବଲପୁରରେ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ସ୍ୱତନ୍ତ୍ର ରାଜ୍ୟ ଗଠନରେ ସମ୍ବଲପୁରବାସୀ ବିରୋଧ କରୁନଥିବା କୁହାଯାଇଛି । ଜିଲ୍ଲାର ସମସ୍ତ ବ୍ଲକରେ ଏହି ବନ୍ଦ ପାଳନ କରାଯାଇଛି । ଏହି ଆନ୍ଦୋଳନରେ କୌଶଳ ରାଜ୍ୟ ମୋର୍ଚ୍ଚା ଓ କୋଶଳ ସେନା ମିଳିତ ଭାବରେ ସାମିଲ ହୋଇଛନ୍ତି ।

ପଶ୍ଚିମ ଓଡ଼ିଶାକୁ ବାରମ୍ବାର ସରକାରଙ୍କ ଉପେକ୍ଷା ଦାବି କରି ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ସେନା । କୋଶଳ ସେନା ପକ୍ଷରୁ ଦିଆଯାଉଥିବା ଦାବିପୂରଣ ନକରିବା ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଦୀର୍ଘ ଦିନରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ କରୁଥିବା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ନିକଟରେ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି ସହ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ କୋଶଳ ସେନା ପକ୍ଷରୁ ପଦଯାତ୍ରା କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.