ସମ୍ବଲପୁର: ତୈଳଦର ବୃଦ୍ଧିର ପ୍ରତିବାଦରେ ସମ୍ବଲପୁରରେ ଯୁବ କଂଗ୍ରେସର ପ୍ରତିବାଦ । ପେଟ୍ରୋଲିୟମ ଦ୍ରବ୍ୟ ଦରଦାମ ବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ କର୍ମୀମାନେ 2ଟି ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଫାଡିଛନ୍ତି ।
ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ଯୁବ କଂଗ୍ରେସର ସଦସ୍ୟ ମାନେ 2ଟି ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଫାଡିବା ସହ ସେଠାରେ ‘ମୋଦି ହେ ତୋ ମହଙ୍ଗାଇ ହେ’ ଲେଖାଥିବା ପୋଷ୍ଟର ଲଗାଇଛନ୍ତି ।
ଏହା ସହ ଆଗକୁ ଏହି ପ୍ରସଙ୍ଗ ନେଇ କଂଗ୍ରେସ ଜୋରଦାର ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଓଡିଶା ପ୍ରଦେଶ କଂଗ୍ରେସର ଆହ୍ବାନ କ୍ରମେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଆଶୁତୋଷ ସ୍ବାଇଁ, ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ଏପରି କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ