ETV Bharat / city

ସମ୍ବଲପୁର ଗସ୍ତରେ CS ଓ 5T ସଚିବ, VSSUT ମାଷ୍ଟର ପ୍ଲାନ ପାଇଁ 1000 କୋଟି ପ୍ରସ୍ତାବ

ସମ୍ବଲପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

author img

By

Published : Aug 25, 2022, 2:10 PM IST

ସମ୍ବଲପୁର: ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ତାଙ୍କ ସହିତ ଇପିକଲ (IPICOL) ଚେୟାରମ୍ୟାନ ତଥା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସଚିବ ହେମନ୍ତ ଶର୍ମା ମଧ୍ୟ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଆଜି ସକାଳ ସାଢେ ୯ଟା ସମୟରେ ସ୍ବତନ୍ତ୍ର ବିମାନ ଯୋଗେ ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରେ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପହଞ୍ଚି ପ୍ରଥମେ ବୁର୍ଲା ଭିସୁଟ (VSSUT)ର ଉନ୍ନୟନମୂଳକ କର୍ଯ୍ୟର ସମୀକ୍ଷା କରିଥିଲେ । ଏହା ପରେ ବାଇଜାମୁଣ୍ଡାକୁ ଯାଇ SSEPD ଅଧୀନରେ Integrated Infrastructure Vomplexର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହା ବି ପଢନ୍ତୁ- ସମ୍ବଲପୁର ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ

ପରବର୍ତ୍ତୀ ସମୟରେ ଏହି ପ୍ରତିନିଧି ଦଳ ସମ୍ବଲପୁରର 5T ରୂପାନ୍ତରିତ ସ୍କୁଲ ଲେଡି ଲୁଇସ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲେ। ପରେ ପରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀ ମନ୍ଦିର ଆସି ସମଲେଇ ଯୋଜନାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ବୁର୍ଲା ଭିସୁଟର ଏକ ମାଷ୍ଟର ପାଇଁ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହି ପ୍ରକଳ୍ପ ହେଲେ ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ସୁବିଧା ସହ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ଏହା ସହ ଭିସୁଟର ନିଜସ୍ବ କେବଳ ୪୦ ଏକର ଜମି ଥିବା ବେଳେ ଜଳସମ୍ପଦ ବିଭାଗ ସହ ଯୋଗାଯୋଗ କରି ଆହୁରି ୮୦ ଏକର ଜମି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୂଖ୍ୟ ଶାସନ ସଚିବ।

ହୀରାକୁଦ ଡ୍ୟାମର ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ କହିଛନ୍ତି, " ଡ୍ୟାମ ସେଫ୍ଟି ଅର୍ଗାନାଇଜେସନର ସର୍ଭେ ଓ ପରାମର୍ଶ ଅନୁସାରେ ଜଳ ସମ୍ପଦ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥାଏ । ଏହା ଏକ ରୁଟିନ ପ୍ରୋସେସ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହା ସହ ସମଲେଶ୍ବରୀ ଯୋଜନା ଠିକ ଭାବେ ଚାଲିଛି ।"

ସୂଚନା ଥାଉ କି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେରକାପ ମଧ୍ୟ ଜିଲ୍ଲା ଗସ୍ତରେ ରହିଛନ୍ତି । ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ SSS ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ସମୀକ୍ଷା ବୈଠକ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.