ETV Bharat / city

କୋଭିଡ ପରିଚାଳନାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସହାୟତା କରିବ ଆଇଆଇଏମ

author img

By

Published : May 8, 2021, 10:33 PM IST

କୋଭିଡ ପରିଚାଳନାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସହାୟତା କରିବ ଆଇଆଇଏମ। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଆଇଆଇଏମ ସମ୍ବଲପୁର ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଅଧିକ ପଢନ୍ତୁ...

MOU beetween Sambalpur district admistration and IIM
କୋଭିଡ ପରିଚାଳନାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସହାୟତା କରିବ ଆଇଆଇଏମ

ସମ୍ବଲପୁର: କୋଭିଡ ପରିଚାଳନାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସହାୟତା କରିବ ଆଇଆଇଏମ। ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଆଇଆଇଏମ ସମ୍ବଲପୁର ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ବୈଜ୍ଞାନିକ ପଦ୍ଧତିରେ ଉନ୍ନତ କୋଭିଡ ପରିଚାଳନା ନିମନ୍ତେ ଆଇଆଇଏମ ସମ୍ବଲପୁର ଓ ସମ୍ବଲପୁର ଜିଲ୍ଲାପ୍ରସାଶନ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କୋଭିଡ ପରିଚାଳନାରେ ପ୍ରଶାସନକୁ ସହଯୋଗ ନିମନ୍ତେ ଆଇଆଇଏମ ପକ୍ଷରୁ ୨ଟି ମୋଡେଲ ବିକଶିତ କରାଯିବ। ଏଥିପାଇଁ ଦୁଇଟି ବିଶେଷଜ୍ଞ ଟିମ ଗଠିତ ହୋଇଛି। ପ୍ରଥମ ଟିମ କୋଭିଡ ପରିଚାଳନାରେ ନାଗରିକ ଭାଗିଦାରୀ ଦିଗରେ କାମ କରିବ ଓ ଲୋକଙ୍କୁ ସାଙ୍ଗରେ ନେଇ ବୈଜ୍ଞାନିକ ଉପାୟରେ ସଂକ୍ରମଣକୁ କିପରି ରୋକାଯାଇ ପାରିବ। ଦିତୀୟ ମଡେଲରେ ଡାକ୍ତରଖାନା ଗୁଡିକରେ ସପ୍ଲାଏ ଚେନକୁ କିଭଳି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ଉପାୟ ବିକଶିତ କରାଯିବ। କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସଫଳ କରିବା ପାଇଁ ଜରୁରୀ ସାମଗ୍ରୀ ଓ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ବା ସଦୁପଯୋଗ କିଭଳି କରାଯିବ ସେ ଦିଗରେ ଏହି ଦ୍ବିତୀୟ ମୋଡେଲ କାର୍ଯ୍ୟ କରିବ।

ଏହା ଯଦି ସଠିକ କାର୍ଯ୍ୟକାରୀ ହୁଏ ତାହେଲେ ସାରା ଦେଶରେ ସମ୍ବଲପୁର ଜିଲ୍ଲା ଏକ ମୋଡେଲ ହୋଇପାରିବ ବୋଲି ଆଇଆଇଏମ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.