ETV Bharat / city

ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା, ୧୩୦୦ ଲୋକ ସ୍ଥାନାନ୍ତର

author img

By

Published : Aug 17, 2022, 11:02 PM IST

ହୀରାକୁଦ ଡ୍ୟାମର ୪୦ଟି ଗେଟ ଖୋଲାଯିବା ପରେ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ତଳିଆ ଅଞ୍ଚଳ ଗୁଡ଼ିକରେ ବନ୍ୟାପାଣି ପଶି ଯିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା, ୧୩୦୦ ଲୋକ ସ୍ଥାନାନ୍ତର
ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା, ୧୩୦୦ ଲୋକ ସ୍ଥାନାନ୍ତର

ସମ୍ବଲପୁର: ସହରର ମହାନଦୀ କୂଳ ସ୍ଥିତ ତଳିଆ ଅଞ୍ଚଳ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀର ଜଳସ୍ତର ଓ ସହରର ବିଭିନ୍ନ ନାଳ ଗୁଡିକର ଜଳସ୍ତର ବୃଦ୍ଧି ପାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ ଜାରି ରହିଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ।

ଗତକାଲି ଠାରୁ ହୀରାକୁଦ ଡ୍ୟାମର ୪୦ଟି ଗେଟ ଖୋଲାଯିବା ପରେ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ମନ୍ଦଲିଆ ମୁହାଣ, ହୀରାକୁଦ ଲେବର କଲୋନୀ, ବିନାଖଣ୍ଡି, ବଡ଼ବଜାର, ବଙ୍ଗାଲୀପଡା, ଯାଦବ ପଡା, ଚାରଭାଟି ଆଦି ତଳିଆ ଅଞ୍ଚଳ ଗୁଡ଼ିକରେ ବନ୍ୟାପାଣି ପଶି ଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ପାଇଁ ଏମସିଏଲ ପକ୍ଷରୁ ୨ଟି ବଡ଼ ମୋଟର ପମ୍ପର ବ୍ୟବସ୍ଥା କରାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସହରର ୭ ଟି ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ସେଠାରେ ଲୋକଙ୍କ ପାଇଁ ମାଗଣାରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ଆଶ୍ରୟ ସ୍ଥଳରେ ଅର୍ବାନ ମୋବାଇଲ ହେଲଥ ୟୁନିଟ ପକ୍ଷରୁ ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.