ETV Bharat / city

ବେଆଇନ ଢ଼ାବା ଭାଙ୍ଗିଲା ପୋଲିସ, ଚାଲୁଥିଲା ଅପରାଧିକ କାର୍ଯ୍ୟକଳାପ

author img

By

Published : Apr 28, 2021, 8:13 PM IST

ବେଆଇନ ଢ଼ାବାକୁ ଭାଙ୍ଗିଲା ସମ୍ବଲପୁର ପୋଲିସ । ଜିଲ୍ଲାରେ ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ସମ୍ବଲପୁର ପୋଲିସ । ଅଧିକ ପଢନ୍ତୁ...

illigal dhaba demolish by  police in sambalpur
ବେଆଇନ ଢ଼ାବା ଭାଙ୍ଗିଲା ପୋଲିସ, ଢାବାରେ ଚାଲୁଥିଲା ଅପରାଧିକ କାର୍ଯ୍ୟକଳାପ

ସମ୍ବଲପୁର: ବେଆଇନ ଢ଼ାବା ଭାଙ୍ଗିଲା ପୋଲିସ । ଢାବାରେ ଚାଲୁଥିଲା ଅପରାଧିକ କାର୍ଯ୍ୟକଳାପ । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବେଆଇନ ଢ଼ାବାକୁ ପୋଲିସ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି।

ସମ୍ବଲପୁର ଜିଲ୍ଳାରେ ଅପରାଧ ଓ ଅପରାଧୀ ମାନଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବା ମାଲିକ । ଏହି ଢ଼ାବା ଗୁଡିକରେ ବାହାର ରାଜ୍ୟର ଅପରାଧି ମାନେ ଆସି ରହିଥାନ୍ତି ଏବଂ ରାତି ହେଲେ ଆରମ୍ଭ ହୋଇଥାଏ ଅପରାଧିକ କାର୍ଯ୍ୟକଳାପ। ଲୁଟ, ହତ୍ୟା, ରାହାଜାନି ଭଳି ସଙ୍ଗୀନ ଘଟଣା ଘଟାଇ ଅପରାଧି ମାନେ ପୁଣି ଏହି ଢ଼ାବା ମାନଙ୍କୁ ଆସି ଆଶ୍ରୟ ନେଇଥାନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା । ପୋଲିସ ପୂର୍ବରୁ ମଧ୍ୟ ସମ୍ବଲପୁର ଯୁଜୁମୁରା ଅଞ୍ଚଳର ଏକ ଢ଼ାବାରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ତାକୁ ସଂପୂର୍ଣ୍ଣ ଭାଙ୍ଗିବା ସହ ମାଲିକଙ୍କୁ ଗିରଫ କରିଥିଲା। ଆଜି ବୁର୍ଲା ଗୋଶାଳା ଅଞ୍ଚଳରେ ମଧ୍ୟ ଏଭଳି ଏକ ବେଆଇନ ଢ଼ାବାକୁ ପୋଲିସ ଭାଙ୍ଗିଛି। ଢ଼ାବାରେ ବହୁ ବେଆଇନ କାର୍ଯ୍ୟ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ସହ ଢ଼ାବାଟି ସରକାରୀ ସ୍ଥାନରେ ରହିଥିଲା। ଏହି ଢ଼ାବାରେ ବେଆଇନ ଭାବେ ବନ୍ଧୁକ ଚାଲାଣ, ମାରଣାସ୍ତ୍ର କାରବାର, ହନୁମାନ ପଇସା କାରବାର ଚାଲୁଥିଲା। ଏପରିକି ଢ଼ାବା ମାଲିକ ଓ ତାହାର ଗେଙ୍ଗ ଅନ୍ୟ ସ୍ଥାନରୁ ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିଜନଙ୍କୁ ଆକ୍ରମଣ କରି ଲୁଟ କରୁଥିବା ପୋଲିସ ପ୍ରକାଶ କରିଛି।

ଏନେଇ ବୁର୍ଲା ପୋଲିସ ଅନେକ ଦିନରୁ ଏହି ଢ଼ାବା ଓ ଢ଼ାବା ମାଲିକ ଉପରେ ନଜର ରଖିଥିଲା। ପୋଲିସକୁ ଯଥେଷ୍ଟ ପ୍ରମାଣ ମିଳିବାପରେ ବୁର୍ଲା ପୋଲିସ ଢ଼ାବା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ଖବର ପାଇବା ପୂର୍ବରୁ ଢ଼ାବା ମାଲିକ କୃପାସିନ୍ଧୁ ଘୁରିଲା ଫେରାର ହୋଇଯାଇଥିଲା। ଆଜିର ଏହି ଢ଼ାବା ଭଙ୍ଗ କାର୍ଯ୍ୟରେ ବୁର୍ଲା ପୋଲିସ ସମେତ ଜିଆରପି ଓ ରେଲୱେ ପୋଲିସ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.