ସମ୍ବଲପୁର: ହୀରାକୁଦ ଡ୍ୟାମରୁ 8ଟି ଗେଟ ଯୋଗେ ବନ୍ୟା ଜଳ ନିଷ୍କାସନ ହେଉଛି । ପୂର୍ବରୁ 14ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଶୁକ୍ରବାର ସକାଳ ମଧ୍ୟରେ 6ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରି ଦିଆଯାଇଛି ।
ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 8ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି । ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.89 ଫୁଟ ରହିଥିବା ବେଳେ ଜଳଭଣ୍ଡାରରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1,61,832 କ୍ୟୁସେକ ଜଳ ପ୍ରବେଶ କରୁଛି ।
ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି 1,38,495 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ହୀରାକୁଦର ଉପର ମୁଣ୍ଡ ଓ ତଳ ମୁଣ୍ଡର ବର୍ଷାର ପରିମାଣ, ତଳ ମୁଣ୍ଡର ନଦୀଗୁଡିକର ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ ପରିଚାଳନା କରାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ