ETV Bharat / city

Chopper Crash: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ସୈନ୍ୟ

author img

By

Published : Dec 10, 2021, 10:10 PM IST

ତାମିଲନାଡୁ କନ୍ନୁର ଚପର୍‌ ଦୁର୍ଘଟଣାରେ୍ ପ୍ରାଣ ହରାଇଥିବା ଦେଶର ପ୍ରଥମ CDS ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ସୈନ୍ୟ । ଅଧିକ ପଢ଼ନ୍ତୁ

କୁନ୍ନର୍‌ର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ସୈନ୍ୟ

ସମ୍ବଲପୁର: ତାମିଲନାଡୁ କନ୍ନୁର ଚପର୍‌ ଦୁର୍ଘଟଣାରେ୍ ପ୍ରାଣ ହରାଇଥିବା ଦେଶର ପ୍ରଥମ CDS ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ସୈନ୍ୟ । ଏନେଇ ସମ୍ବଲପୁର ସହରର କଚେରୀ ଛକ ନିକଟରେ ଥିବା ଶହୀଦ ସ୍ତମ୍ବ ନିକଟରେ ଏକ କ୍ୟାଣ୍ଡେଲ ପ୍ରଜ୍ଜଳନ କରାଯାଇଥିଲା । ଏଥିରେ ପୂର୍ବତନ ସେନା ଯବାନଙ୍କ ସମେତ କିଛି ବୁଦ୍ଧିଜୀବୀ ଓ ନାଗରିକ ମଧ୍ୟ ସାମିଲ ରହିଥିଲେ ।

ସଭିଁଏ ଏକତ୍ରିତ ହୋଇ କୁନ୍ନୁରରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପଶ୍ଚିମ ଓଡ଼ିଶା ଏକ୍ସ ସର୍ଭିସମ୍ୟାନ ଆସୋସିଏସନ (Western Odisha Ex-Service Man Association) ପକ୍ଷରୁ ଏହି କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

କ୍ୟାଣ୍ଡେଲ ପ୍ରଜ୍ଜ୍ବଳନ କରି ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ । ଡିସେମ୍ବର ୮ ତାରିଖରେ ତାମିଲନାଡ଼ୁର କୁନ୍ନୁରରେ ବାୟୁସେନାର ଚପର ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ସିଡିଏସ୍‌ଙ୍କ ସମେତ ଅନ୍ୟ ୧୨ ଜଣଙ୍କ ଦେହାନ୍ତ ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.