ETV Bharat / health

ପୁରୁଷ କାହିଁକି ଫୋଡ଼ାନ୍ତି କାନ; କଣ ରହୁଛି ଏହାର ଫାଇଦା, କଣ କହୁଛି ବାସ୍ତୁଶାସ୍ତ୍ର - Ear Piercing Benefits

author img

By ETV Bharat Odisha Team

Published : Aug 11, 2024, 4:01 PM IST

Amazing Benefits Of Male People Ear Piercing:ଆଜିକାଲି ପୁଅ ପିଲାମାନେ କାନ ଫୋଡ଼ାଇବା ଏକ ଟ୍ରେଣ୍ଟରେ ପରିଣତ ହେଲାଣି । ତେବେ ପୁଅମାନେ କାନ ଫୋଡ଼ାଇବା ପଛରେ କ'ଣ ରହିଛି ବାସ୍ତୁଶାସ୍ତ୍ର । ଅଧିକ ପଢ଼ନ୍ତୁ

Benefits Of Male People Ear Piercing
Benefits Of Male People Ear Piercing (ETV Bharat Odisha)

ହାଇଦ୍ରାବାଦ: ପୂରାତନ ଯୁଗରେ ରାଜା ରାଜୁଡ଼ା ସମୟରୁ ପୁରୁଷମାନେ କାନ ଫୋଡାଇବା ପରମ୍ପରା ରହିଆସିଛି । ଏବେ ବି ଲୋକ ସେହି କଥାକୁ ଅନୁସରଣ କରୁଛନ୍ତି । ପୂର୍ବରୁ ଛୁଆ ବେଳରୁ ହିଁ ପିଲାମାନଙ୍କର କାନ ଫୋଡ଼ା ଯାଉଥିଲେ । କିନ୍ତୁ ଆଜିର ଯୁଗରେ ଯୁବପିଢ଼ିମାନଙ୍କ ମଧ୍ୟରେ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ବଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଖେଳାଳି ପ୍ରାୟତଃ ସମସ୍ତେ କାନ ଫୋଡାଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଭଳି କ୍ରିକେଟ ଷ୍ଟାରଙ୍କ ଠାରୁ ଆରମ୍ଭ କରି ରଣଭୀର ସିଂ, ଆମୀର ଖାନଙ୍କ ଭଳି ବହୁ ଫିଲ୍ମ ଷ୍ଟାର ମଧ୍ୟ କାନ ଫୋଡ଼ାଇଛନ୍ତି । ତେବେ କାନ ଫୋଡ଼ାଇବା ପଛରେ ରହିଛି ଏକ ବଡ଼ ଫାଇଦା । ତେବେ କ'ଣ ସେହି ଫାଇଦା ? ଷ୍ଟାରମାନେ କାହିଁକି କାନ ଫୋଡାଇଛନ୍ତି ? ଏହା ପଛରେ କ'ଣ ରହିଛି ବାସ୍ତୁଶାସ୍ତ୍ର ଆସନ୍ତୁ ଜାଣିବା ।

EAR PIERCING BENEFITS
EAR PIERCING BENEFITS (@imVkohli)

ଲାଗେ ନାହିଁ ଖରାପ ନଜର:

ଧାର୍ମିକ ମାନ୍ୟତା ଅନୁସାରେ, ଯଦି ପୁରୁଷମାନେ କାନ ଫୋଡ଼ାନ୍ତି ତେବେ ସେମାନେ ଖରାପ ନଜରରୁ ରକ୍ଷା ପାଇପାରିବେ । ସୁନା କିମ୍ବା ତମ୍ବାର କାନଫୁଲ ପିନ୍ଧିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଯାହାଦ୍ବାରା ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇନଥାଏ ।

ବିଚାର କରିବା କ୍ଷମତା ବୃଦ୍ଧି ହୁଏ:

ପୌରାଣିକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ଯେ, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ମଧ୍ୟ କାନ ଫୋଡ଼ାଇଥିଲେ । ଏହା ବ୍ୟତୀତ ପୂର୍ବରୁ ରାଜା ମହାରାଜାମାନେ ମଧ୍ୟ କାନ ଫୋଡ଼ାଉଥିଲେ । ବିଶ୍ବାସ କରାଯାଏ ଯେ, ଯେଉଁ ପୁରୁଷମାନେ କାନ ଫୋଡ଼ାଇଥାନ୍ତି ସେମାନଙ୍କ ବିଚାର ବିମର୍ଶ କରିବାର କ୍ଷମତା ବଢ଼ିଥାଏ । ଏହାସହ ବୁଦ୍ଧିର ମଧ୍ୟ ବିକାଶ ଘଟେ ।

ପଡ଼େନାହିଁ ରାହୁ-କେତୁଙ୍କ କୁପ୍ରଭାବ:

EAR PIERCING BENEFITS
EAR PIERCING BENEFITS (@RanveerOfficial)

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କାନ ଫୋଡ଼ାଇବା ଦ୍ବାରା କୁଣ୍ଡଳିରେ ରାହୁ ଓ କେତୁ ଗ୍ରହର କୁପ୍ରଭାବ ହ୍ରାସ ହୋଇଥାଏ । କୁଣ୍ଡଳୀରେ ନବଗ୍ରହ ଶକ୍ତିଶାଳୀ ହୁଅନ୍ତି । ଯଦି ରାହୁ ଓ କେତୁ ଶକ୍ତିଶାଳୀ ହୁଅନ୍ତି ତେବେ ବ୍ୟକ୍ତିର ଅର୍ଥ ସମ୍ବନ୍ଧିୟ ସମସ୍ୟା ବଢ଼ିଥାଏ । ଏପରିକି ମାନସମ୍ମାନ ହାନୀ ଘଟଥାଏ ।

ମନୋବଳ ବୃଦ୍ଧି ପାଇଥାଏ:

କାନ ଫଳି ଶରୀରର ସବୁଠାରୁ ସୂକ୍ଷ୍ମ ଅଂଶ ଭାବରେ ବିବେଚନା କରାଯାଏ । ଯଦି ଜଣେ ବ୍ୟକ୍ତି କାନ ଫୋଡ଼ାଏ ତେବେ ଏହା ବ୍ୟକ୍ତିର ମନକୁ ଶାନ୍ତ ରଖିଥାଏ । ମନରେ ଥିବା ନକରାତ୍ମକ ଚିନ୍ତାଧାରାରୁ ମୁକ୍ତି ମିଳିଥାଏ । କାନ ଫୋଡ଼ାଇବା ପୁରୁଷମାନଙ୍କ ମଧ୍ୟରେ ସାହସିକତା ଦେଖାଏ । ଯାହା ସେମାନଙ୍କର ମନୋବଳକୁ ଦୃଢ଼ କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ବପ୍ନରେ ଶାରୀରିକ ସମ୍ବନ୍ଧ ? ଜାଣନ୍ତୁ ଜୀବନରେ କେଉଁ ଦିଗକୁ ଦିଏ ସଂକେତ - swapna shastra

ପୁରୁଷ କେଉଁ କାନ ଫୋଡ଼ାଇବା ଉଚିତ ?

ଧାର୍ମିକ ମାନ୍ୟତା ଅନୁସାରେ, ପୁରୁଷମାନଙ୍କୁ ମଧ୍ୟ ମହିଳାମାନଙ୍କ ପରି ୨ଟି କାନ ଫୋଡାଇବା ଉଚିତ । କିନ୍ତୁ ଆଜିର ଟ୍ରେଣ୍ଡରେ ଅଧିକାଂଶ ପୁଅ ଗୋଟିଏ କାନ ଫୋଡ଼ାଉଛନ୍ତି । ମାନ୍ୟତା ଅନୁସାର ଯାହାକୁ ଭୁଲ ବୋଲି ବିବେଚନା କରାଯାଏ ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ‘ଇଟିଭି ଭାରତ’ର ନିଜସ୍ବ ମତାମତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.