ETV Bharat / health

କିଡ଼ନୀ ପାଇଁ ବିପଦ ଅତ୍ୟଧିକ ପାଣି ପିଇବା; କରନ୍ତୁ ଏହି କାମ, ଜୀବନସାରା ପାଇବେ କିଡନୀ ରୋଗରୁ ମୁକ୍ତି - Kidney Disease causes Symptoms

author img

By ETV Bharat Odisha Team

Published : Aug 11, 2024, 8:28 PM IST

Kidney Disease causes Symptoms: ସମୟ ବଦଳିବା ସହ ଆମ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ହେଲେ ସମୟ ସହିତ ଶରୀରର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ସାଧାରଣ ଅବହେଳା କାରଣରୁ ବଡ଼ ବଡ଼ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି । ତେବେ ଆମ ଶରୀରରେ କିଡ଼ନୀ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ଉଚିତ । ଆପଣ ଜାଣିଛନ୍ତି କି କିଡ଼ନୀ ପାଇଁ ବିପଦ ଅତ୍ୟଧିକ ପାଣି ପିଇବା । ଏ ସମ୍ପର୍କରେ କିଡ଼ନୀ ବିଶେଷଜ୍ଞ କଣ କହୁଛନ୍ତି, କିପରି କିଡ଼ନୀର ଯତ୍ନ ନେବ ଜାଣନ୍ତୁ..

Kidney Disease causes Symptoms
Kidney Disease causes Symptoms (ETV Bharat Odisha)

ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଆମେ ଠିକ୍ ଭାବରେ ସ୍ବାସ୍ଥ୍ୟର ଯତ୍ନ ପ୍ରତି ଅଣଦେଖା କରିଆସୁଛୁ । ଫଳରେ ଏହା ପରବର୍ତ୍ତୀ ସମୟରେ ଆମ ଶରୀର ପାଇଁ ବିପଦ ଆଣିଥାଏ । ଯାହା ଫଳରେ ଜଣେ ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାନ୍ତି । କିଡ଼ନୀ ହେଉଛି ଆମ ଶରୀର ସବୁଠାରୁ ଗରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ମୂତ୍ର ଜରିଆରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହାର କରି ଶରୀରକୁ ସୁସ୍ଥ ରଖିଥାଏ । କିଡ଼ନୀ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଅତ୍ୟଧିକ ପାଣି ପିଇଲେ କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ ।

କିଡ଼ନୀର କିପରି ନେବେ ଯତ୍ନ, ଡାକ୍ତରଙ୍କଠୁ ଶୁଣନ୍ତୁ (ETV Bharat Odisha)

ତେବେ ଆପଣଙ୍କର ଯଦି କୌଣସି କିଡନୀ ଜନିତ ସମସ୍ୟା ରହିଥାଏ ତେବେ ଅନେକ ଦିଗକୁ ଧ୍ୟାନ ଦେବାକୁ ପଡ଼ିଥାଏ । ନହେଲେ ଏହା ଆପଣଙ୍କ କିଡ଼ନୀ ଉପରେ ପ୍ରଭାବ ପଡ଼ିବ । ସାଧାରଣ ଭାବରେ ଏପରି କିଛି ଅଭ୍ୟାସ ରହିଛି ଯାହା କିଡ଼ନୀ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିବା ନେଇ ସମ୍ଭାବନା ରହିଛି । ତେବେ ଏହାର ସମାଧାନ କଣ ଏହାକୁ କିପରି ରୋକା ଯାଇପାରିବ ଏନେଇ କିଡ଼ନୀ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ପ୍ରଧାନ ବିଶେଷ ସୂଚନା ଦେଇଛନ୍ତି ।

କିଡ଼ନୀ ରୋଗ କଣ ?

କିଡ଼ନୀ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "କିଡ଼ନୀ ହେଉଛି ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଆମେ ଯେତେ ଖାଦ୍ୟ, ରାସାୟନିକ ଖାଦ୍ୟ ସହ ଯାହା ମଧ୍ୟ ଖାଉଛେ ସେହି ଅପରିଷ୍କାରକୁ ଫିଲଟର କରି ବାହାରକୁ ବାହାର କରିବାର କାର୍ଯ୍ୟ କିଡ଼ନୀ କରିଥାଏ । ଫଳରେ ଆମେ ସାରା ଜୀବନ ସୁସ୍ଥ ଓ ନିରୋଗ ରହିଥାଉ । ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି କିଡ଼ନୀ । ଯଦି ଜଣଙ୍କର କିଡ଼ନୀ ଖରାପ ହୁଏ ତେବେ ଶରୀରରୁ ଅପରିଷ୍କାର ପଦାର୍ଥ ସଠିକ ଭାବରେ ବାହାରିପାରେ ନାହିଁ । ତାହା ସଠିକ ସମୟରେ ନ ବାହାରିଲେ ରକ୍ତରେ ମିଶି ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଅସୁସ୍ଥ କରାଇଥାଏ ।"

Kidney Disease Symptoms
Kidney Disease Symptoms (ETV Bharat Odisha)

କିଡ଼ନୀ ରୋଗର ଲକ୍ଷଣ:-

ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "କିଡ଼ନୀ ଖରାପ ହେବା ନେଇ ପ୍ରାରମ୍ଭିକ ସମୟରେ ଆଦୌ ଜଣା ପଡ଼ିନଥାଏ । ଆରମ୍ଭରୁ କିଡ଼ନୀ ଖରାପ ହେବା ନେଇ ଲକ୍ଷଣ ହେଉଛି ଯଥା, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ବିଶେଷ କରି ସମୟ ସମୟରେ ଦୁର୍ବଳ ଲାଗିବା, ଅଳ୍ପ କିଛି ସମୟ କାମ କରିବା ପରେ ସଙ୍ଗେ ସଙ୍ଗେ ହାଲିଆ ଲାଗିବା, ଅନେକ ସମୟରେ ଭୋକ ନଲାଗିବା ଆଦି ଦେଖାଯାଇଥାଏ । ଏହାକୁ ଅନେକ ସମୟରେ ଏହାକୁ ରୋଗୀ ଅବହେଳା କରିଥାଏ । ଯାହା କିଡ଼ନୀ ରୋଗର ପ୍ରାରାମ୍ଭିକ ଲକ୍ଷଣ । ଏହାପରେ ଯଦି ସଠିକ ଭାବରେ ଚିକିତ୍ସା ନ କରନ୍ତି ତେବେ ଦେହ ହାତ ଫୁଲିଯାଇଥାଏ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଅଣନିଃଶ୍ବାସୀ ଲାଗେ, ପରିସ୍ରା କମ ହୁଏ, ପ୍ରଚୁର ପରିମାଣରେ ବାନ୍ତି ହୁଏ, ପେଟରେ ଅତ୍ୟାଧିକ ୟନ୍ତ୍ରଣା ହୋଇଥାଏ, ନିଃଶ୍ବାସ ପ୍ରଶ୍ଵସାରେ ଅସୁବିଧା ଦେଖାଯାଇଥାଏ ଏବଂ ଶେଷରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ ।"

Kidney Disease Treatments
Kidney Disease Treatments (ETV Bharat Odisha)

କାହିଁକି ଖରାପ ହୋଇଥାଏ କିଡ଼ନୀ ?

କିଡ଼ନୀ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "ଭଗବାନ ଆମ ଶରୀରରେ ଦୁଇଟି କିଡ଼ନୀ ଦେଇଛନ୍ତି । ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିବା ପାଇଁ ଗୋଟିଏ କିଡ଼ନୀ ଯଥେଷ୍ଟ । ତେଣୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଗୋଟିଏ କିଡ଼ନୀରେ ଜୀବନସାରା ବଞ୍ଚିପାରିବେ । ଏଥିରେ କୌଣସି ଅସୁବିଧା ହେବ ନାହିଁ । କିଡ଼ନୀ ଖରାପ ହେବାର ପ୍ରମୁଖ କାରଣ ହେଉଛି ଡାଇବେଟିସ । ଭାରତ ବିଶ୍ଵର ଡାଇବେଟିସରେ କେନ୍ଦ୍ରବିନ୍ଦୁ । ଭାରତରେ ଯେଉଁମାନଙ୍କର କିଡ଼ନୀ ଖରାପ ହେଉଛି ସେଥିରୁ କେବଳ ୬୦ ପ୍ରତିଶତ ଡାଇବେଟିସ ରୋଗୀ ଅଛନ୍ତି । ଦ୍ଵିତୀୟରେ ରକ୍ତ ଚାପ । ଯଦି ବ୍ଲଡ଼ ପ୍ରେସର ପାଇଁ ଚିକିତ୍ସା କରୁନାହାନ୍ତି ତେଣୁ ଏହାର ପ୍ରବାହ କିଡ଼ନୀ ଉପରେ ପଡ଼ିଥାଏ ।"

ଏହା ବି ପଢନ୍ତୁ- ଚିଡଚିଡା ହେଉଛନ୍ତି କି ? ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ, ମନ ପ୍ରଫୁଲ୍ଲ ରହିବ

ଅନ୍ୟପଟେ ମେଦ ବହୁଳତା, ଯେଉଁମାନେ ବହୁତ୍ ମୋଟା ଲୋକ ରୁହନ୍ତି ତେବେ ସେମାନଙ୍କ କିଡ଼ନୀ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି କହିଛନ୍ତି ଡାକ୍ତର ପ୍ରଧାନ । ଏପରିକି ଷ୍ଟୋନ ଜନିତ ରୋଗ, ଲମ୍ବା ସମୟ ଧରି ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଲମ୍ବା ସମୟ ଧରି ପେନକିଲର୍ ଖାଉଥିଲେ କିଡ଼ନୀ ଉପରେ ପ୍ରବାହ ପଡ଼ିଥାଏ । ଏହାସହ କିଡ଼ନୀର ନିଜସ୍ଵ ରୋଗ ରହିଛି । ଯାହା ଫଳରେ ଅଧିକ ମାତ୍ରାରେ କିଡ଼ନୀ ଖରାପ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଡାକ୍ତର ମାନସ ରଞ୍ଜନ ପ୍ରଧାନ ।

କିଡ଼ନୀ ପାଇଁ ବିପଦ ଅତ୍ୟଧିକ ପାଣି ପିଇବା
କିଡ଼ନୀ ପାଇଁ ବିପଦ ଅତ୍ୟଧିକ ପାଣି ପିଇବା (ETV Bharat Odisha)

କିଡ଼ନୀ ରୋଗର ସମାଧାନ:-

ଯଦି କିଡ଼ନୀ ରୋଗ ପ୍ରାରମ୍ଭିକ ସମୟରେ ଜଣାପଡିଲା ତେବେ ମେଡିସିନ ଦ୍ଵାରା ଏହାକୁ କଣ୍ଟ୍ରୋଲ କରାଯାଇପାରିବ । ରୋଗୀଙ୍କ ଖାଦ୍ୟରେ ମଧ୍ୟ କଟକଣା କରାଯିବ । କେତେବେଳେ କେଉଁ ଖାଦ୍ୟ ଖାଇବେ ସେନେଇ ଡାକ୍ତରଙ୍କ ପରାମର୍ଶରେ ରୋଗୀମାନେ ଖାଦ୍ୟପେୟ କରିବେ । ଯାହାଫଳରେ ଅତ୍ୟଧିକ ଭାବରେ କିଡ଼ନୀ ଖରାପ ହେବ ନାହିଁ । ଏହାସହ କିଡ଼ନୀକୁ ଡାଇଲିସିସ କରାଯାଇଥାଏ । ପ୍ରତି ଦୁଇ ତିନି ଦିନ ଥର ଜୀବନ ସାରା ଡାଇଲିସିସ କରିବାକୁ ପଡ଼ିଥାଏ । ଏହାସହ ଭଲ ଚିକିତ୍ସା ହେଉଛି କିଡ଼ନୀ ପ୍ରତ୍ୟାରୋପଣ । ଏଥିରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଲୋକଙ୍କ ଭଳି ଜୀବନଯାପନ କରିପାରିବ ବୋଲି କହିଛନ୍ତି ଡାକ୍ତର ମାନସ ରଞ୍ଜନ ପ୍ରଧାନ ।

କିଡ଼ନୀକୁ ସୁସ୍ଥ ରଖିବା କିଭଳି ?

ଅନେକ ଲୋକଙ୍କ ଭୁଲ ଧାରଣା ରହିଛି ଯେ ଦିନକୁ ଅତ୍ୟଧିକ ପାଣି ପିଇବା ଶରୀର ପାଇଁ ଭଲ । କିନ୍ତୁ ଯାହା ସମ୍ପୂର୍ଣ୍ଣ ରୂପେ ଶରୀର ପାଇଁ ଅର୍ଥାତ ଅନ୍ୟ ଅଙ୍ଗମାନଙ୍କ ପାଇଁ ଖରାପ । ଦିନକୁ ଅନ୍ତତଃ ୮ରୁ ୧୦ ଗିଲାସ ପାଣି ପିଇବା ଆବଶ୍ୟକ । ଅର୍ଥାତ ୨ରୁ ୩ ଲିଟର ପାଣି ପାଇବା ଆବଶ୍ୟକ । ଯେଉଁମାନେ ଅତ୍ୟଧିକ ଖରାରେ କାମ କରୁଛନ୍ତି ସେମାନେ ୩ରୁ ୪ ଲିଟର ପାଣି ପିଇଲେ ଚଳିବ । କିନ୍ତୁ ସାଧାରଣ ଭାବରେ ଦିନକୁ ୨ରୁ ୩ ଲିଟର ପାଣି ପାଇବା ଆବଶ୍ୟକ । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦିନକୁ ୧୨ରୁ ୧୪ ଲିଟର ପାଣି ଦୈନିକ ଭାବରେ ପିଉଛନ୍ତି । ଦିନକୁ ଅତ୍ୟଧିକ ପାଣି ପିଇଲେ କିଡ଼ନୀ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ତେବେ ଅତ୍ୟଧିକ ପାଣି ପିଇବେ ନାହିଁ, ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ, ସବୁବେଳେ ବାହାର ଖାଦ୍ୟ ଅତ୍ୟଧିକ ଖାଇବା ନାହିଁ । ଅତ୍ୟଧିକ ଲୁଣ, ତେଲ ଜାତୀୟ ଖାଦ୍ୟ ଓ ଆମିଷ ଖାଦ୍ୟ ଖାଇବା ଦ୍ବାରା କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ଡାକ୍ତର ପ୍ରଧାନ ।

ଜୀବନଶୈଳୀରେ ପରିବର୍ତ୍ତନ:-

ଏନେଇ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "ବିଶେଷ ଭାବରେ ଜୀବନଶୈଳୀରେ ପରିବର୍ତ୍ତନ ଦରକାର । ଏହି ରୋଗ କେବଳ ଜୀବନଶୈଳୀ ପରିବର୍ତ୍ତନ ପାଇଁ ହେଉଛି । ଜଣେ କିଡ଼ନୀ ରୋଗରୁ ବଞ୍ଚିବା ପାଇଁ ହେଲେ ଯେତେ ଭଲ ପନିପରିବା ଫଳ ଖାଇବା ଆବଶ୍ୟକ, ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଆବଶ୍ୟକ, ଅନ୍ୟ ରୋଗ ଥିଲେ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରିବା ଆବଶ୍ୟକ, ଓଜନ କମ କରିବା ଆବଶ୍ୟକ, ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଆବଶ୍ୟକ, ଭଲ ଭାବରେ ନିଦ ହେବା ଆବଶ୍ୟକ । ଏହାସହ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ସହିତ ସଠିକ ଏବଂ ପ୍ରଚୁର ପରିମାଣରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ । ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ସୃଷ୍ଟି ହେବା ସହ ଏହା କିଡ଼ନୀ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ କିଡ଼ନୀ ରୋଗୀମାନେ ମଦ୍ୟପାନଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.