ETV Bharat / bharat

ଶ୍ରାବଣ ସୋମବାରରେ ବଡ ଅଘଟଣ; ଶିବ ମନ୍ଦିରରେ ଦଳାଚକଟାରେ 5 ମହିଳାଙ୍କ ସମେତ ୭ କାଉଡିଆ ମୃତ, ୯ ଆହତ - Bihar stampede

author img

By ETV Bharat Odisha Team

Published : Aug 12, 2024, 7:39 AM IST

Updated : Aug 12, 2024, 8:23 AM IST

Bihar stampede: ଶ୍ରାବଣ ମାସ ଚତୁର୍ଥ ସୋମବାରରେ ଅଘଟଣ । ବିହାରର ଜହାନବାଦ ଜିଲ୍ଲା ବାବା ସିଦ୍ଧନାଥ ମନ୍ଦିରରେ ମହାଦେବଙ୍କୁ ଜଳଲାଗି କରିବା ବେଳେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା । ଏଥିରେ ପାଖାପାଖି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

ଶିବ ମନ୍ଦିରରେ ଦଳାଚକଟାରେ ୭ କାଉଡିଆ ମୃତ
ଶିବ ମନ୍ଦିରରେ ଦଳାଚକଟାରେ ୭ କାଉଡିଆ ମୃତ (ETV Bharat Odisha)

ପାଟଣା: ମହାଦେବଙ୍କୁ ଜଳଲାଗି ହେଲା କାଳ । ଶ୍ରାବଣ ମାସ ଚତୁର୍ଥ ସୋମବାରରେ ବଡ ଅଘଟଣ ଘଟିଛି । ବିହାରର ଜହାନବାଦ ଜିଲ୍ଲା ବାବା ସିଦ୍ଧନାଥ ମନ୍ଦିରରେ ମହାଦେବଙ୍କୁ ଜଳଲାଗି କରିବା ବେଳେ ପ୍ରବଳ ଭିଡ ଯୋଗୁ ଦଳାଚକଟାରେ ପାଖାପାଖି ୭ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶିବ ମନ୍ଦିରରେ ଦଳାଚକଟା:

ସୂଚନା ଅନୁଯାୟୀ,ଗତକାଲି (ରବିବାର) ବିଳମ୍ବିତ ରାତି ପ୍ରାୟ ୧୨ ସୁଦ୍ଧା ବିହାରର ଜହାନବାଦ ଜିଲ୍ଲାର ପ୍ରସିଦ୍ଧ ଶୈବାଳୟ ସିଦ୍ଧାନାଥ ମନ୍ଦିରରେ ଏହି ଅଘଟଣ ଘଟିଛି । ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । ଅତ୍ୟଧିକ ଭିଡ ମଧ୍ୟରେ ଅଚାନକ ବିଳମ୍ବିତ ରାତିରେ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ... ଗଡଗଡିଆରେ ଘାଟରେ ଭାସିଗଲେ କାଉଡିଆ, ଅଧାରେ ରହିଗଲା ମହାଦେବଙ୍କୁ ଜଳ ଲାଗି; କାର ଦୁର୍ଘଟଣାରେ 2 ବୋଲବମ୍ ଭକ୍ତଙ୍କ ମୃତ୍ୟୁ - Kaudia drowns at Gadagadia Ghat

୫ ମହିଳା ସମେତ ୭ ମୃତ:

ଏଥିରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ୭ ମୃତକଙ୍କ ମଧ୍ୟରେ ୫ଜଣ ମହିଳା ରହିଛନ୍ତି । ଆହତଙ୍କ ମଧ୍ୟରେ ଅଧିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

କଣ କହୁଛନ୍ତି ସ୍ଥାନୀୟଲୋକେ:

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସୋମବାର ଥିବାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା । ପତଲା ଗଙ୍ଗା ଓ ଗଉଘାଟ ରାସ୍ତା ଦେଇ ଅଧିକ ସଂଖ୍ୟାରେ ଭକ୍ତ ପାହାଡ ଉପରେ ଥିବା ସିଦ୍ଧନାଥ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ପ୍ରବଳ ଭିଡ ହୋଇଯାଇଥିଲା । ଏହାମଧ୍ୟରେ କିଛି ଶ୍ରଦ୍ଧାଳୁ ଏତେତେଣେ ଦୌଡାଦୋଡି କରିଥିଲେ । ଯେଉଁଥିପାଇଁ ଦଳଚକଟା ସ୍ଥିତି ଉପୁଜିଥିଲା । କିଛି ମହିଳା ତଳେ ପଡିଯାଇଥିଲେ । ସେମାନଙ୍କ ଉପରେ ଲୋକମାନେ ଚଢି ଏତେ ତେଣେ ଦୌଡି ପଳାଉଥିଲେ । ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ କିଛି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2024, 8:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.