ETV Bharat / technology

କେତେ ଭରସାଯୋଗ୍ୟ Meta AI; ଆପଣଙ୍କ ପ୍ରଶ୍ନର ସଠିକ ଜବାବ ଦିଏ ତ ! - Meta AI Response Accuracy

author img

By ETV Bharat Odisha Team

Published : Aug 11, 2024, 9:53 PM IST

META AI RESPONSE ACCURACY: ନିକଟରେ ମେଟା ପକ୍ଷରୁ ସ୍ମାର୍ଟ ଆସିଷ୍ଟାଣ୍ଟ AI ଆଣିଛି । ଏହା Email ଲେଖିବା ଓ କଣ୍ଟେଣ୍ଟ ଲେଖିବା କାମରେ ଆସିପାରେ । ତେବେ ଏଠାରେ ପ୍ରଶ୍ନ ବାସ୍ତବରେ କଣ ଆପଣଙ୍କ ପ୍ରଶ୍ନର ସଠିକ ଜବାବ ଦିଏ ମେଟା ଏଆଇ । ଏହା କେତେ ଭରସାଯୋଗ୍ୟ ? ଅଧିକ ପଢନ୍ତୁ

META AI RESPONSE ACCURACY
META AI RESPONSE ACCURACY (Twitter @Meta)

ହାଇଦ୍ରାବାଦ: ନିକଟରେ ମେଟା ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ସ୍ମାର୍ଟ ଆସିଷ୍ଟାଣ୍ଟ ଏଆଇ ଆଣିଛି । ଉପଭୋକ୍ତାମାନେ ଏହି AI ସହାୟକକୁ ମାଗଣାରେ ବ୍ୟବହାର କରିପାରିବେ । ମେଟା ଏଆଇ ଏକ ବହୁତ ଉନ୍ନତ AI ମଡେଲ୍ । ଏହା ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେଇପାରେ । ଆପଣଙ୍କ ପାଇଁ ବିଷୟବସ୍ତୁ ସୃଷ୍ଟି କରିପାରିବ, AI ଫଟୋ ସୃଷ୍ଟି କରିପାରିବ, ପାରାଗ୍ରାଫ୍ ସଂକ୍ଷିପ୍ତ କରିବ ଏବଂ ଭାଷା ଅନୁବାଦ କରିପାରିବ । ଆପଣଙ୍କ ମନରେ ଯାହା ସନ୍ଦେହ ବା ପ୍ରଶ୍ନ ଆସୁଛି, ଏଆଇକୁ ପଚାରିଲେ ସେ ତତକ୍ଷଣାତ ତାର ଜବାବ ଦେବେ । ହେଲେ ୟୁଜର୍ସଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ଏହା ସତରେ ଭରସାଯୋଗ୍ୟ ନା ନାହିଁ ।

META AI RESPONSE ACCURACY
META AI RESPONSE ACCURACY (X)

ଏହା ବି ପଢନ୍ତୁ- ହ୍ବାଟ୍ସଆପ-ଫେସବୁକରେ ଆସିଲା AI ଫିଚର; ଜାଣୁନ୍ତୁ ଏହା କଣ, କିପରି କରିବେ ବ୍ୟବହାର ?

ମେଟା ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ଏହା ଇମେଲ ଲେଖିବା ଏବଂ ବିଷୟବସ୍ତୁ ସୃଷ୍ଟି ବା କଣ୍ଟେଣ୍ଟ କ୍ରିଏଟ୍‌ କରିବା ଭଳି କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି AI ମଡେଲ୍ LLaMA 3 ମଡେଲ୍ ଉପରେ ଆଧାରିତ । ଯାହା ଦୁନିଆର ସବୁଠାରୁ ଉନ୍ନତ ଭାଷା ମଡେଲ୍ ମଧ୍ୟରୁ ଅନ୍ୟତମ । ତଥାପି ଏଠାରେ ପ୍ରଶ୍ନ ହେଉଛି ମେଟା ଏଆଇ ଆପଣଙ୍କ ପ୍ରଶ୍ନର ଦେଇଥିବା ଉତ୍ତରଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍ କି ନୁହେଁ, ତେବେ ଉତ୍ତରଟି ନା ।

META AI RESPONSE ACCURACY
META AI RESPONSE ACCURACY (X)

ସଠିକ ହୋଇନଥାଏ ମେଟାର ଜବାବ:-

ମେଟାର କହିବା ଅନୁଯାୟୀ ଏହାର AIର ପ୍ରତିକ୍ରିୟା ସଠିକ୍ କିମ୍ବା ଉପଯୁକ୍ତ ନୁହେଁ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ବ୍ୟବହାର କରାଯିବା ଉଚିତ ନୁହେଁ । ଯଦି ଆପଣ ଏକ AI ଉତ୍ପାଦିତ ଫଟୋ ସେୟାର କରନ୍ତି ଯାହା ଏହାର ନିର୍ଦ୍ଦିଷ୍ଟ ନିୟମାବଳୀର ମାନକକୁ ଉଲ୍ଲଙ୍ଘନ କରେ, ତେବେ ଆପଣଙ୍କର ଇମେଜକୁ ଡିଲିଟ୍‌ କରାଯାଇପାରେ ଏବଂ ଆପଣଙ୍କର ଆକାଉଣ୍ଟ ବ୍ୟାନ୍‌ କିମ୍ବା ଅଚଳ ମଧ୍ୟ ହୋଇପାରେ ।

ମେଟା AIର ବ୍ୟବହାର କିପରି କରିବେ ?

ଏହାକୁ ବ୍ୟବହାର କରିବାକୁ ପ୍ରଥମେ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ମେସେଞ୍ଜର ଖୋଲନ୍ତୁ । ଏହାପରେ ଚାଟ୍ ବିଭାଗକୁ ଯାଆନ୍ତୁ, ଯେଉଁଠାରେ ଆପଣ ଡାହାଣ ପାର୍ଶ୍ବରେ ଏକ ଛୋଟ ନୀଳ ବୃତ୍ତ ଦେଖିବେ । ଏଥିରେ କ୍ଲିକ୍ କରନ୍ତୁ । ଆପଣ ଉକ୍ତ ଆଇକନ୍ ଉପରେ କ୍ଲିକ୍ କରିବା ମାତ୍ରେ ମେଟା AIର Llama-3 ରେ ପହଞ୍ଚିବେ । ଏହାର ଟର୍ମ ଅଫ୍‌ ୟୁଜ୍‌ ପଢନ୍ତୁ ଓ ପରେ ଏହାକୁ Accept କରନ୍ତୁ । ଏହାପରେ ଆପଣ ଟାଇପିଂ ବକ୍ସକୁ ଯାଇ ନିଜର ପ୍ରଶ୍ନ ଟାଇପ୍‌ କରନ୍ତୁ ଏବଂ Send ବଟନ୍‌ ଦବାନ୍ତୁ । ଏହାପରେ ମେଟା AIର ଜବାବର ଅପେକ୍ଷା କରନ୍ତୁ । କିଛି ସମୟ ମଧ୍ୟରେ ଏହା ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ ।

ବି:ଦ୍ର- ଉପରେ ଦିଆଯାଇଥିବା ସୂଚନା ମେଟାର ୱେବସାଇଟରେ ଉପଲବ୍ଧ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.