ETV Bharat / business

ଅଗଷ୍ଟ ୧୫ ଫ୍ରିଡମ ଫେଷ୍ଟିଭାଲ ସେଲ୍: ଟିଭି-ଫ୍ରିଜରେ ବମ୍ପର ଅଫର, ଗୋଟିଏ କ୍ଲିକରେ ଜାଣନ୍ତୁ, କିଏ ଦେଉଛନ୍ତି କେତେ ଡିସକାଉଣ୍ଟ - Independence Day Offer Sale 2024

author img

By ETV Bharat Odisha Team

Published : Aug 10, 2024, 4:23 PM IST

Updated : Aug 10, 2024, 5:21 PM IST

Independence Day Offer Sale 2024: ସରିଲା ଅପେକ୍ଷା । ଆସିଗଲା ସ୍ବାଧୀନତା ଦିବସ ଉପଲକ୍ଷେ ବମ୍ପର ସେଲ୍‌ । ଇ-କମର୍ସ ସାଇଟରେ ଖୋଲିଗଲାଣି ଧମାକା ଅଫର । କେଉଁଠି ମିଳୁଛି କେତେ ରିହାତି । ମୋବାଇଲରୁ ଘରକରଣା ସାମଗ୍ରୀରେ ମିଳୁଛି ଡିସକାଉଣ୍ଟ । ଜାଣନ୍ତୁ କିଏ ଦେଉଛି କେତେ ପ୍ରତିଶତ ରିହାତି ।

Sale 2024
Sale 2024 (ETV Bharat Odisha)

ହାଇଦ୍ରାବାଦ: ଆସୁଛି ସ୍ବାଧୀନତା ଦିବସ । ସ୍ବତନ୍ତ୍ରତା ଦିବସ ଉପଲକ୍ଷେ ଅନଲାଇନ ବଜାରରେ ଲାଗିଲାଣି ବମ୍ପର ସେଲ୍‌ । ଯାହାକୁ ଲୋକେ ଚାହିଁ ବସିଥାନ୍ତି । ମୋବାଇଲ ଫୋନ ହେଉ ଅବା ଘରକରଣା ଜିନିଷ । UPSC କୋର୍ସଠୁ ନେଇ ଆପଣଙ୍କ ପ୍ରିୟ ଅନଲାଇନ କର୍ମସିଆଲ ସାଇଟ ଗୁଡିକ ଆଣିଛନ୍ତି ସୋନେ ପେ ସୁହାଗା ଅଫର୍‌ । ଘରେ ବସି ଅଧା ଦାମରେ ପାଆନ୍ତୁ ଜିନିଷ । କେଉଁଠି ମିଳୁଛି ଅଫର୍‌ । କେଉଁ ସାଇଟ ଦେଉଛି ଡିସକାଉଣ୍ଟ ? ଜମାବି ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କୁ ଜଣାଇବାକୁ କେଉଁଠି ମିଳୁଛି ଶସ୍ତାରେ ଜିନିଷ । ଆସନ୍ତୁ ଜାଣିବା ସ୍ବାଧୀନତା ଦିବସରେ କେଉଁ କର୍ମସିଆଲ ସାଇଟ ଆଣିଛି ଗ୍ରାହକଙ୍କ ପାଇଁ କେଉଁ ଅଫର୍‌ ।

କେବେଠୁ ଆରମ୍ଭ ସେଲ୍‌:

ସ୍ବାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ 6ରୁ ଆରମ୍ଭ ହୋଇଗଲାଣି ସେଲ୍‌ । ଯାହାକି ଅଗଷ୍ଟ 15 ଯାଏଁ ଚାଲିବ । କିନ୍ତୁ ସବୁ ଇ-କମର୍ସ ସାଇଟରେ ଅଫର ତାରିଖ ଅଲଗା ଅଲଗା ରହିଛି । ଯେମିତି କିଏ ଅଗଷ୍ଟ 6 ତାରିଖରୁ ସେଲ ଆରମ୍ଭ କରି ଅଗଷ୍ଟ 15 ଯାଏଁ ଦେଉଛି ପୁଣି କିଏ ଅଗଷ୍ଟ 11 ବା 12 ତାରିଖ ଯାଏଁ ଅଫର୍‌ ଦେଉଛି ।

Amazon Great Freedom Festival Sale(ଆମାଜନ ଗ୍ରେଟ ଫ୍ରିଡମ ଫେଷ୍ଟିଭାଲ ସେଲ):

Amazon
Amazon (@amazonIN)

ଏ ଠୁ ଜେଡ୍‌ ମିଳୁଥିବା ଅନଲାଇନ କର୍ମସିଆଲ ସାଇଟ ଆମାଜନ ଆପଣଙ୍କ ପାଇଁ ଆଣିଛି ସାନଦାର ଅଫର୍‌ । ସବୁ କାଟାଗୋରୀରେ ମିଳୁଛି ବମ୍ପର ଅଫର୍‌ । ଇଲୋଟ୍ରୋନିକ୍ସ, ଘରକରଣା ସାମଗ୍ରୀ, ବିଉଟି ପ୍ରଡକ୍ଟ, ଡ୍ରେସ ଭଳି ସେକ୍ସନରେ ଜିନିଷ ମିଳୁଛି ଶସ୍ତାରେ । ଫାଇଦା ଉଠାନ୍ତୁ କିଣି ନିଅନ୍ତୁ ମନ ପସନ୍ଦର ସାମଗ୍ରୀ । ତେବେ ଅଗଷ୍ଟ 6ରୁ ଆରମ୍ଭ ହୋଇଥିବା ସେଲ୍‌ ଅଗଷ୍ଟ 11 ଯାଏଁ ଚାଲିବ ।

Flipkart Flagship Sale (ଫିଲ୍ପକାର୍ଟ ଫ୍ଲାଗସିପ୍‌ ସେଲ):

Flipkart
Flipkart (@Flipkart)

ଗ୍ରାହକଙ୍କ ପାଇଁ ଧମାକାଦାର ସେଲ୍‌ ଆଣିଛି ଫିଲ୍ପକାର୍ଟ । ସ୍ମାର୍ଟ ୱାଚ୍‌ଠୁ ମୋବାଇଲ ଫୋନ ସବୁଥିରେ ମିଳୁଛି ଅଫର୍‌ । ଆମାଜନ ଭଳି ଅଗଷ୍ଟ 6 ତାରିଖରୁ ଆରମ୍ଭ ହୋଇଛି ଫିଲ୍ପକାର୍ଟର ମେଗା ଅଫର୍‌ । ଯାହାକି ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ । ଯଦି କିଛି ଇଲୋକଟ୍ରୋନିକ୍ସ ଜିନିଷ କିଣିବାକୁ ଅପେକ୍ଷା କରିଛନ୍ତି ତାହାଲେ ଆପଣଙ୍କ ପାଇଁ ଧମାକାଦାର ଅଫର୍‌ ଆସିଛି । ଟ୍ୟାବଲେଟ, ସ୍ମାର୍ଟଟିଭି, ଲାପଟପ୍‌, କ୍ୟାମେରା ଭଳି ଇଲୋକଟ୍ରୋନିକ୍ସ ଜିନିଷରେ 80 ପ୍ରତିଶତ ରିହାତି ଦେଉଛି ଫିଲ୍ପକାର୍ଟ । ମାତ୍ର 5 ହଜାର ଟଙ୍କାରୁ ଆରମ୍ଭ ହେଉଛି ଇଲୋକଟ୍ରୋନିକ୍ସ ସାମଗ୍ରୀର ଦର । 7,999 ଟଙ୍କାରେ ମିଳି ଯାଉଛି ଟ୍ୟାବଲେଟ୍‌ । ସୁଯୋଗ ହାତ ଛଡା କରନ୍ତୁ ନାହିଁ ଏବେ ନିଜର ଇଲୋକଟ୍ରୋନିକ୍ସ ଆଇଟମକୁ ଅପଗ୍ରେଡ କରନ୍ତୁ ।

Myntra Independence Day Sale( ମିନ୍ତ୍ରାର ଅଫର ବର୍ଷା):

myntra
myntra (@myntra)

ଫ୍ୟାସନ କଥା ଯେତେବେଳେ ଉଠେ ଆଉ ଅନଲାଇନ ଅର୍ଡର କଥା ଆସେ । ସଭିଁଙ୍କ ପ୍ରାୟ ପସନ୍ଦ ଥାଏ ଇ-କମର୍ସ ସାଇଟ ମିନ୍ତ୍ରା । କପଡା ଆଇଟମରେ ଡିସକାଉଣ୍ଟ ପାଇଁ ଅପେକ୍ଷା କରିଛନ୍ତି କି । ତାହାଲେ ମିନ୍ତ୍ରା ଆଣିବାକୁ ଯାଉଛି ଆପଣଙ୍କ ପାଇଁ ବଡ ଅଫର । ଯେଉଁଥିରେ ବଡ ବଡ ବ୍ରାଣ୍ଡରେ ବିଗ୍‌ ଡିସକାଉଣ୍ଟ । ସବୁ ବର୍ଗର ଲୋକଙ୍କ ପାଇଁ ଗ୍ରାଣ୍ଡ ଅଫର ଆଣିବାକୁ ଯାଉଛି ମିନ୍ତ୍ରା । ଯାହାକି ଆସନ୍ତାକାଲି(ଅଗଷ୍ଟ 10)ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଫର୍‌ ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ । ଷ୍ଟାଇଲିସ୍‌ ଆଉଟଫିଟରେ ମିଳିବ 90 ପ୍ରତିଶତ ଡିସକାଉଣ୍ଟ । ଆଉ ଇଣ୍ଡିଆନ ବ୍ରାଣ୍ଡ୍ସରେ ମିଳିବ 75 ପ୍ରତିଶତ ରିହାତି । କେବଳ ସେତିକି ନୁହେଁ ମିନ୍ତ୍ରା ନିଜସ୍ବ ବ୍ରାଣ୍ଡରେ ମଧ୍ୟ 75 ପ୍ରତିଶତ ଅଫର୍‌ ମିଳିବାକୁ ଯାଉଛି ।

JioMart Grand Independence Sale(ଜିଓମାର୍ଟ ସେଲ୍‌):

JioMart
JioMart (@JioMart)

ସ୍ବାଧୀନତା ଦିବସ ଉପଲକ୍ଷେ ଫେଷ୍ଟିଭାଲ ଅଫର୍‌ ଆଣିଛି ଜିଓମାର୍ଟ । ଜିଓମାର୍ଟର ବହୁ ପ୍ରତିକ୍ଷିତ ସେଲ୍‌ ଆରମ୍ଭ ହୋଇଯାଇଛି । ଘରକରଣା ଜିନିଷ ଠାରୁ ଇଲୋଟ୍ରୋନିକ୍ସ ସାମଗ୍ରୀରେ 80 ପ୍ରତିଶତ ରିହାତି ଦେଉଛି ଜିଓମାର୍ଟ । ଦର୍ଶକ ବନ୍ଧୁ ଏ ଅଫର୍‌ ଆସନ୍ତା 14 ଅଗଷ୍ଟ ପର୍ଯ୍ୟନ୍ତ ରହିଛି ।

ମୋବାଇଲରେ ଜବରଦସ୍ତ ଅଫର୍‌:

ମୋବାଇଲ କିଣିବାକୁ ଅପେକ୍ଷା କରିଛନ୍ତି କି । କମ୍‌ ଦାମରେ ଭଲ ବ୍ରାଣ୍ଡର ନାମୀଦାମୀ ମୋବାଇଲ କିଣି ନିଅନ୍ତୁ ଶସ୍ତାରେ । ସ୍ବାଧୀନତା ଦିବସ ଉପଲକ୍ଷେ ମୋବାଇଲ କମ୍ପାନୀ ଶାନଦାର ଅଫର୍‌ ଆଣିଛନ୍ତି । ସାମସଙ୍ଗ୍‌, ଆପଲ୍‌, ସାଓମି,ନୋକିଆ, HTC, ମୋଟୋରୋଲା, ଆସୁସ୍‌, LG, ସୋନି ପରି ମୋବାଇଲ କମ୍ପାନୀ ମୋବାଇଲ ଦାମରେ ବଢିଆ ରିହାତି ଆଣିଛନ୍ତି । ବିଶେଷ କରି ଆମାଜନ, ଫିଲ୍ପକାର୍ଟ ସାଇଟରେ ମୋବାଇଲ କିଣିବାରେ ଅଫର ପାଇ ପାରିବେ । ପୁରୁଣା ଫୋନ ଦେଇ ଏକ୍ସଚେଞ୍ଜରେ ନୂଆ ମୋବାଇଲ ରିହାତି ଦରରେ କିଣିପାରିବେ ।

ଟିଭି, ଫ୍ରିଜ, ୱାସିଂମେସିନରେ ମିଳୁଛି ବମ୍ପର ସେଲ୍‌:

ଶସ୍ତା ହେଲା ଘରକରଣା ଜିନିଷ । ୱାସିଂମେସିନ, ଟିଭି, ରିଫ୍ରେଜିରେଟର, ଏସି ଭଳି ସାମଗ୍ରୀରେ ରିହାତି ମିଳୁଛି । ଏଥିସହ ଘରକରଣା ସାମଗ୍ରୀ ୱାଟର ହିଟର, ଇଲେଟ୍ରିକ କେଟଲ୍ସ, ମାଇକ୍ରୋୱେଭରେ 60 ପ୍ରତିଶତ ଡିସକାଉଣ୍ଟ ମିଳୁଛି ।

ବିମାନ ଟିକେଟରେ ବି ଅଫର୍‌:

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରୀଙ୍କୁ ଟିକେଟରେ ମିଳୁଛି ବଡ ରିହାତି । ସ୍ବାଧୀନତା ଦିବସ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଣିଛି ଫ୍ରିଡମ ସେଲ । ଅଗଷ୍ଟ 5ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଟିକେଟର ମିଳୁଛି ଡିସକାଉଣ୍ଟ । Air India Express ତା ୱେବସାଇଟରେ ଏ ସମ୍ପର୍କରେ ଉଲ୍ଲେଖ କରିଛି । ବିମାନ ଟିକେଟ ଆରମ୍ଭ ହେଉଛି ମାତ୍ର 1,947 ଟଙ୍କାରେ । ସବୁ ବର୍ଗର ଲୋକଙ୍କ ପାଇଁ ଏହି ଅଫର ରହିଛି । ଉଭୟ ଘରୋଇ(ଡୋମେଷ୍ଟିକ) ଓ ଅନ୍ତର୍ଜାତୀୟ ବିମାନ ଟିକେଟରେ ରିହାତି ପାଇବେ ବିମାନ ଯାତ୍ରୀ । ଦିଲ୍ଲୀରୁ ଜୟପୁର, ବେଙ୍ଗାଲୁରୁ-ଗୋଆ, ଦିଲ୍ଲୀ-ଗ୍ବାଲିୟର ରୁଟରେ ଯାତ୍ରା କରୁଥିବା ବିମାନ ପାଇଁ ଅଫର ରହିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର 15 ଇଣ୍ଟର ନ୍ୟାସନାଲ ଓ 32ଟି ଡୋମେଷ୍ଟିକ ବିମାନରେ ଏହି ଅଫର ମିଳିବ ।

Ixigo Offers (ଇକସିଗୋ ଫ୍ରିଡମ ସେଲ ଅଫର):

ଆସନ୍ତା ସପ୍ତାହରେ ସ୍ବାଧୀନତା ଦିବସ । ଗୁରୁବାର ସ୍ବାଧୀନତା ଦିବସ ପଡୁଥିବା ବେଳେ ୱିକେଣ୍ଡରେ ବୁଲିବାକୁ ଯଦି ପ୍ଲାନ କରୁଥାନ୍ତି ହୋଟେଲ ଠାରୁ ଫ୍ଲାଇଟ ଟିକେଟ ବୁକିଂ ପର୍ଯ୍ୟନ୍ତ ସବୁଥିରେ ଅଫର ଆଣିଛି ଇକସିଗୋ । ୱାନ କାର୍ଡ, ଏସବିଆଇ, ଆଇସିଆଇସିଆଇ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ କୋଟାକ୍‌ ମହିନ୍ଦାର କ୍ରେଡିଟ କାର୍ଡରେ ଆପଣଙ୍କୁ ଏହି ଅଫର ମିଳିଯିବ ।

Yatra Offers (ୟାତ୍ରା ତରଫରୁ ସେଲ୍‌):

ବିମାନ ଟିକେଟ, ହୋଟେଲ ରୁମ, ହଲିଡେ ପ୍ୟାକେଜ (ଉଭୟ ଦେଶ ଓ ବିଦେଶ) ପାଇଁ ଅଫର ଆଣିଛି ୟାତ୍ରା । ଟିକେଟ ବୁକିଂରେ ଆପଣଙ୍କୁ ମିଳିବ 45 ପ୍ରତିଶତ ରିହାତି । ମନେ ରଖନ୍ତୁ 5 ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ସେଲ ଆସନ୍ତା 12 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

UPSC କୋର୍ସରେ ବି ଅଫର୍‌:

ଯଦି ଆପଣ ସିଭିଲ ସର୍ଭିସ କୋର୍ସ କରିବାକୁ ଚାହୁଁଛନ୍ତି । ଆଉ କୋର୍ସ ପାଇଁ ଆପଣଙ୍କୁ ଅଫର ମିଳୁନି । ଜମାବି ଚିନ୍ତିତ ହୁଅନ୍ତୁ ନାହିଁ । ସ୍ବାଧୀନତା ଦିବସ ଉପଲକ୍ଷେ ଫିଜିକ୍ସ ୱାଲାହ(Physics Wallah) ତରଫରୁ ଅଫର ମିଳୁଛି । UPSC କୋର୍ସ କରିବାକୁ ଚାହୁଁଛନ୍ତି ଏଥିରେ ଆପଣଙ୍କୁ 60 ପ୍ରତିଶତ ରିହାତି ମିଳିବ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଆମାଜନ ଗ୍ରେଟ ରିପବ୍ଲିକ ଡେ ସେଲ, ଲାପଟପରେ ମିଳୁଛି ଧମାକାଦାର ରିହାତି

Last Updated : Aug 10, 2024, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.