ସମ୍ବଲପୁର: ବିଭିନ୍ନ ପ୍ରସଙ୍ଗ ନେଇ ଜିଲ୍ଲାରେ ଚାଲିଥିବା ଚାଷୀ ଗଣଅନଶନ ଦ୍ବିତୀୟ ଦିନରେ ପହଞ୍ଚିଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନଶନରେ ଚାଷୀ । ବୁଧବାର ଆନ୍ଦୋଳନରେ ବରିଷ୍ଠ କୃଷକ ନେତା ଲିଙ୍ଗରାଜ ସାମିଲ ହୋଇଛନ୍ତି ।
ଫସଲ ବୀମାର ବକେୟା ରାଶି ପ୍ରଦାନ, ଖରିଫ ଋତୁରେ ଧାନ କ୍ରୟ ବ୍ୟବସ୍ଥାରେ ଉନ୍ନତି ଆଦି ସହିତ କେନ୍ଦ୍ର ସରକାରଙ୍କ ଆରସିଇବି ଟ୍ରେଡ଼ ଏଗ୍ରିମେଣ୍ଟକୁ ବିରୋଧ, ଫସଲ ବୀମାର ଘରୋଇକରଣ ଉପରେ ରୋକ, ସ୍ବାମୀନାଥନ କମିଶନର ସୁପାରିଶ ଭଳି ଚାଷୀମାନଙ୍କ ବିଭିନ୍ନ ଦାବି ରହିଛି । ଏହାକୁ ନେଇ ନେଇ ବହୁଦିନରୁ ସମ୍ବଲପୁରର ଚାଷୀମାନେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିଆସୁଛନ୍ତି ।
ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁ ଜିଲ୍ଲାର 12 ହଜାରରୁ ଅଧିକ ଚାଷୀ 160 କୋଟି ଟଙ୍କାର ବୀମା ରାଶିରୁ ବଞ୍ଚିତ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ