ସମ୍ବଲପୁର: 7 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛି ସମ୍ବଲପୁର ବଜରଙ୍ଗ ଦଳ। କେତେକ ସଂଖ୍ୟାଲଘୁ ସଙ୍ଗଠନ ଦ୍ୱାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ବୃଦ୍ଧି ପାଉଥିବା ଅଭିଯୋଗ କରି ଏହାର ବିରୋଧ କରିବା ସହ ସେମାନଙ୍କ ନକରାତ୍ମକ ଗତିବିଧି ଉପରେ ରୋକ ଲଗାଇବା ଆଦି 7 ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛି ସମ୍ବଲପୁର ବଜରଙ୍ଗ ଦଳ।
7 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଲା ସମ୍ବଲପୁର ବଜରଙ୍ଗ ଦଳ । କେତେକ ସଂଖ୍ୟାଲଘୁ ସଙ୍ଗଠନ ଦ୍ୱାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ବୃଦ୍ଧି ପାଉଥିବା ଅଭିଯୋଗ କରି ଏହାର ବିରୋଧରେ ଶନିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛି ସମ୍ବଲପୁର ବଜରଙ୍ଗ ଦଳ । ଯେଭଳି ଭାବରେ କେତେକ ସଂଖ୍ୟାଲଘୁ ସଂଗଠନ ତରଫରୁ ବିଭିନ୍ନ ହିନ୍ଦୁ ପର୍ବପର୍ବାଣୀ ସମୟରେ ବିରୋଧ କରିବା, ନୂପୁର ଶର୍ମା ମନ୍ତବ୍ୟକୁ ନେଇ ରେ ବିରୋଧ ନାଁରେ ହିଂସା ସୃଷ୍ଟି କରିବା, ହିଜାବ ବିବାଦ, କର୍ଣ୍ଣାଟକରେ ବଜରଙ୍ଗ ଦଳ କାର୍ଯ୍ୟକର୍ତା ହର୍ଷଙ୍କୁ ନିର୍ମମ ହତ୍ୟା, ସଂଖ୍ୟଲଘୁ ସମ୍ପ୍ରଦାୟର ଏଭଳି ବିଭିନ୍ନ କାର୍ଯ୍ୟକଳାପକୁ ନିନ୍ଦା କରିଛି ବଜରଙ୍ଗ ଦଳ।
ବିବାଦୀୟ ଭାଷଣ ଉପରେ, ଗତ 2 ତାରିଖରେ କେତେକ ସ୍ଥାନରେ ଯେଉଁ ଦଙ୍ଗା ହୋଇଥିଲା ତାହାର ଦୋଷୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି 7 ଦଫା ଦାବି ସମ୍ବିଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ବଜରଙ୍ଗ ଦଳ ପକ୍ଷରୁ ପ୍ରଦାନ କରାଯାଇଛି।
ଇଟିଭି ଭାରତ, ସମ୍ବଲପୁର