ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ 6ଟି ଗେଟ ଖୋଲା ଯାଇଛି । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦର 10 ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ବନ୍ୟାଜଳ ନିଷ୍କାସନ ପାଇଁ ଅଧିକ ଗେଟକୁ ଖୋଲା କରାଯାଇଥିଲା ।
କିନ୍ତୁ ବନ୍ୟାଜଳ କମିବାରୁ ଗେଟକୁ ମଧ୍ୟ ବନ୍ଦ କରାଯାଇଛି । ବର୍ତ୍ତମାନ 10 ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର 628.17 ଫୁଟ ରହିଛି।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ