ETV Bharat / city

ପାଣି ପାଇଁ ଡହଳବିକଳ ହେବ ରାଉରକେଲା ! ଖସୁଛି କୋଏଲ ନଦୀ ଜଳସ୍ତର - ପାଣି ପାଇଁ ଡହଳବିକଳ ହେବ ରାଉରକେଲା

ଖସୁଛି ଜଳସ୍ତର, ବଢୁଛି ଟେନସନ । ରାଉରକେଲାର ଲାଇଫ ଲାଇନ କୁହାଯାଉଥିବା କୋଏଲ ନଦୀର ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି । ସହରବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

AA
ପାଣି ପାଇଁ ଡହଳବିକଳ ହେବ ରାଉରକେଲା, ଖସୁଛି କୋଏଲ ନଦୀ ଜଳସ୍ତର
author img

By

Published : Mar 11, 2020, 9:57 PM IST

Updated : Mar 11, 2020, 11:53 PM IST

ରାଉରକେଲା: ଝାଡଖଣ୍ଡ ସୀମାନ୍ତ ଜରାଇକେଲାରୁ ରାଉରକେଲା ପର୍ଯ୍ୟନ୍ତ ପ୍ରବାହିତ କୋଏଲ ନଦୀ । ରାଉରକେଲାର ଲାଇଫ ଲାଇନ ହେଉଛି ଏହି ନଦୀ । ହେଲେ ଦିନକୁ ଦିନ ଶୁଖି ଶୁଖି ଯାଉଛି ଏହି ନଦୀ । ନଦୀର ଜଳସ୍ତର କ୍ରମାଗତ ଭାବରେ କମୁଥିବାବେଳେ ଏହାର ସିଧା ପ୍ରଭାବ ପଡୁଛି ସହରବାସୀଙ୍କ ଉପରେ ।

ପାଣି ପାଇଁ ଡହଳବିକଳ ହେବ ରାଉରକେଲା ! ଖସୁଛି କୋଏଲ ନଦୀ ଜଳସ୍ତର

ନଦୀ ଜଳ କିପରି ତଳ ମୁଣ୍ଡକୁ ପ୍ରବାହିତ ନହେବ, ସେନେଇ ଚାଲିଛି ବାଲିବସ୍ତା ବନ୍ଧ କାମ । ଖରାଦିନେ ସହରର ଉତ୍କଟ ଜଳ ସମସ୍ୟାର ମୁକାବିଲା ପାଇଁ ରିଓ ଘାଟିରେ ଚାଲିଛି ଅସ୍ଥାୟୀ ବାଲି ବନ୍ଧ କାର୍ଯ୍ୟ । ଗ୍ରୀଷ୍ମ ଆରମ୍ଭରୁ କୋଏଲ ନଦୀର ଜଳ ସ୍ତର କମିବା ପରେ ପ୍ରଶାସନ ପକ୍ଷରୁ ପମ୍ପ ହାଉସ୍ ନିକଟରେ ବାଲି ବସ୍ତା ଦେଇ ପାଣି ବନ୍ଧା କାମ ଚାଲିଛି । କାରଣ ନଦୀର ଜଳ ତଳ ମୁଣ୍ଡକୁ ପ୍ରବାହିତ ହୋଇଗଲେ ପାଣି ମୁନ୍ଦାଏ ପାଇଁ ଡଳହବିକଳ ହେବେ ଲୋକେ ।ହଜାର ହଜାର ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଠପ ହୋଇଯିବ ।

ଝାରଖଣ୍ଡରୁ ପ୍ରବାହିତ ଏହି ନଦୀ ଓଡିଶାରେ ଜରାଇକେଲାରୁ ପାନପୋଷ ମଧ୍ୟରେ ପ୍ରବାହିତ ହୋଇ ବ୍ରାହ୍ମଣୀ ନଦୀରେ ମିଶିଛି । ତେବେ କେନ୍ଦ୍ରୀୟ ଜଳ ବୋର୍ଡ଼ ବ୍ରାହ୍ମଣୀ ଡିଭିଜନର ଏକ ତଥ୍ୟ ଅନୁସାରେ 1973 ରୁ 2018 ଯାଏ ଜଳ ପ୍ରବାହ କମି ଚାଲିଛି । ଯାହା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ଖାଲି ଏତିକି ନୁହେଁ ମୌସୁମୀ ଓ ଅଣମୌସୁମୀ ସମୟରେ ନଦୀର ଜଳସ୍ତର ବହୁତ କମ ରହୁଛି । ଯାହାର ସିଧାସଳଖ ପ୍ରଭାବ ପଡୁଛି ଚାଷୀକୂଳ ଉପରେ । ବିଶ୍ରା ତଥା ନୂଆଗାଁ ବ୍ଲକର କୁଣ୍ଡପୋଷ, ବାଙ୍ଗୁରକେଲା, କୋପସିଙ୍ଗ, କଡ଼ିଆପୋଷ, ଚେଞ୍ଜଝରଣ, ଠେଠେଇପୋଷ,ତେତେଲକେରା ସହିତ ବିଭିନ୍ନ ନଦୀକୂଳିଆ ଗାଁର ପରିବା ଚାଷୀ ପାଣି ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋକଲେନ ଦ୍ବାରା ବାଲି ଉଠାଇବା ଯୋଗୁ ନଦୀର ଧାରା ପରିବର୍ତ୍ତନ ହେଉଛି, ଇଟାଭାଟି ମାଲିକମାନେ ଅବୈଧ ଭାବରେ ମଟର ଲଗାଇ ପାଣି ନେବା ଯୋଗୁଁ ଚାଷୀକୁ ପାଣି ମିଳିବା ସମ୍ଭବ ହୋଇପାରୁ ନାହିଁ । ଏହାସହ ଶିଳ୍ପାଞ୍ଚଳ ସହିତ ଅନ୍ୟ ଅଞ୍ଚଳ ପାଇଁ ଜଳ ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଏହି ସବୁ କାର୍ଯ୍ୟ ଉପରେ ଅଙ୍କୁଶ ନଲାଗିଲେ ପରିସ୍ଥିତି ଆହୁରି ଅସମ୍ଭାଳ ହୋଇପଡିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Mar 11, 2020, 11:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.