ରାଉରକେଲା: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ କୁମ୍ଭାକାର ପରିବାର । ସେପେଟ କିନ୍ତୁ ଚାଇନା ଲାଇଟ୍ ଓ ଡିଜାଇନ ଦୀପ ପାଇଁ ଲୋପ ପାଉଛି ମାଟି ଦୀପର ଚାହିଦା । ଯାହା ଏବେ କୁମ୍ଭାକାରଙ୍କ ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜ ।
ବର୍ଷ ବର୍ଷ ଧରି ନିଜ କଳା କାରିଗରୀ ପ୍ରଦର୍ଶନ କରି କଳସ, ଦୀପ ସହ ଅନେକ କିଛି ମାଟି ତିଆରି ସାମଗ୍ରୀ ପ୍ରସ୍ତୁତ କରେ କୁମ୍ଭାକାର । ବର୍ଷ ସାରା ଏହି କାମ ଚାଲିଥିବାବେଳେ ପାର୍ବଣ ଋତୁରେ ଏମାନଙ୍କ କାମ ବଢିଯାଏ । ତଥାପି ବିନା ଦ୍ବନ୍ଦରେ ଏହି ଚ୍ୟାଲେଞ୍ଜ ପୂରା କରିବାକୁ ଏମାନେ ଦିନ ରାତି ପରିଶ୍ରମ କରିଥାନ୍ତି ।
ଚାଇନା ଲାଇଟ୍ ଓ ଡିଜାଇନ ଦୀପର ଆଗରେ ମାଟି ଦୀପର ଚାହିଦା ବୁଡୁଥିବାବେଳେ ଏବେ ବି କେତେ ଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି । ସେପଟେ ପ୍ରୋତ୍ସାହନ ଅଭାବ ସତ୍ତ୍ବେ କିଛି ବ୍ୟବସାୟୀ ସେମାନଙ୍କ ପାଖରୁ ଏସବୁ କିଣି ବଜାରରେ ବିକ୍ରି କରୁଥିବା ଦେଖାଯାଉଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ