ETV Bharat / city

ଶାନ୍ତି ବଜାୟ ରଖିବା ପାଇଁ ରାଉରକେଲାରେ ପୋଲିସ ମକ୍‌ଡ୍ରିଲ - ରାଉରକେଲାରେ ଶାନ୍ତ ରକ୍ଷା ପାଇଁ ଅଭ୍ୟାସ

ରାଉରକେଲାରେ ଶାନ୍ତି ବଜାୟ ରଖିବା ନେଇ ପୋଲିସ ଏକ ମକ୍‌ଡ୍ରିଲ କରିଛି । ମକ୍‌ଡ୍ରିଲରେ ସାମିଲ ହୋଇଥିଲେ କେନ୍ଦ୍ରୀୟ ପୋଲିସ ବଳ, ଝାରଖଣ୍ଡ ପୋଲିସ ଓ ରାଉରକେଲା ପୋଲିସ । ଅଧିକ ପଢ଼ନ୍ତୁ

Police Mock Drill in Rourkela:  ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ମକ୍‌ଡ୍ରିଲ

author img

By

Published : Nov 25, 2021, 10:26 PM IST

ସୁନ୍ଦରଗଡ଼: କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ସବୁ ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ ମକ୍‌ଡ୍ରିଲ । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ମଧ୍ୟ ମକ୍‌ ଡ୍ରିଲ ହୋଇଛି । ରାଉରକେଲା ପୋଲିସ, ଝାରଖଣ୍ଡ ପୋଲିସ ଓ କେନ୍ଦ୍ରୀୟ ପୋଲିସ ସହ CRPF ଯବାନମାନେ ମିଶି କରିଛନ୍ତି ମକ୍‌ଡ୍ରିଲ । ପୋଲିସ ବାହିନୀର ଏହି ମକ୍‌ଡ୍ରିଲ୍‌ କାର୍ଯ୍ୟକ୍ରମରେ ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Police Mock Drill in Rourkela: ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ମକ୍‌ଡ୍ରିଲ

ପୋଲିସ ବାହିନୀ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଏହାସହ କୌଣସି ସ୍ଥାନରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ନିକଟତମ ପୋଲିସକୁ ଅବଗତ କରାଇବା ନେଇ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି । ପୋଲିସ ବାହିନୀର ଏହି ମକ୍‌ଡ୍ରିଲକୁ ସହରବାସୀ ସ୍ୱାଗତ କରିଛନ୍ତି ।

ଆଜି(ଗୁରୁବାର) ପୋଲିସ ବାହିନୀର ଏହି ମକ୍‌ଡ୍ରିଲ ଓ ଫ୍ଲାଗମାର୍ଚ୍ଚ ପ୍ଲାଣ୍ଟସାଇଟ ପୋଲିସ ଷ୍ଟେସନରୁ ବାହାରି ମହତାବ ରୋଡ, ଟ୍ରାଫିକ ଛକ, ଷ୍ଚେସନ ରୋଡ, ଓଲ୍ଡ ଟ୍ୟାକ୍ସି ଷ୍ଟାଣ୍ଡ, ନାଲା ରୋଡ ଓ କଚେରୀ ରୋଡ ହୋଇ ଉଦିତ ନଗର ଥାନାରେ ଶେଷ ହୋଇଥିଲା । ଏହାରି ମଧ୍ୟରେ ପୋଲିସ ବଳ ଆତଙ୍କବାଦୀଙ୍କୁ କିପରି ନିପାତ କରାଯାଏ ତାହାକୁ ନେଇ କୌଶଳ ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.