ରାଉରକେଲା: କଂଗ୍ରେସ ତରଫରୁ ଆଜି (ଶୁକ୍ରବାର) ରାଉରକେଲା ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ମହାନଗର ନିଗମ ତଥା RDA ବିକାଶ ନାଁ ରେ ଲୁଟ କରୁଥିବା ଅଭିଯୋଗରେ ଏହି ବିକ୍ଷୋଭ କରାଯାଉଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଆଜି(ଶୁକ୍ରବାର) ବିରମିତ୍ରପୁରର ପୁର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଜଗଦୀଶ ଅଗ୍ରୱାଲ, ବିରେନ ସେନାପତି, ସବୀର ହୁସେନ ସହିତ ବହୁତ ସଂଖ୍ୟାରେ କର୍ମକର୍ତ୍ତା ବିକ୍ଷୋଭରେ ଭାଗ ନେଇଥିଲେ ।
ରାଜ୍ୟ ତଥା କେନ୍ଦ୍ର ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟକୁ ନେଇ ତତ୍କାଳୀନ ଆରଡିଏ(RDA) ସଭାପତି ସାରଦା ନାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ