ରାଉରକେଲା: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ ହେବା ପରେ ଏହାକୁ ରାଉରକେଲାରେ ବିରୋଧ କରାଯାଇଛି । ରାଉରକେଲାରେ ଅଲ ଇଣ୍ଡିଆ ଲୟରର୍ସ ୟୁନିୟନ ଓ ଆଇଏଏଲ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସମୟ ଧରି ଓକିଲମାନେ ଆମ୍ବେଦକର ଛକରେ ପ୍ଲାକାର୍ଡ କରିବା ସହ ପ୍ରତିବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଆଇନଜୀବୀ ଭାଗ ନେଇଥିଲେ ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଫଟୋରେ ସେ ଏକ ବାଇକ ଚଲାଉ ଥିଲେ । ସେହି ଫଟୋରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କିଛି ମନ୍ତବ୍ୟ ଦେଇଥିଲେ। ଯାହା ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଭୁଲ କରିଥିବା କହିବା ସହ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି । ଯାହାକୁ ନେଇ ଦେଶରେ ବିଭିନ୍ନ ମାନବାଧିକାର ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କରଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ