ETV Bharat / city

ଶବ ସତ୍କାର ସାରି ଫେରିବାବେଳେ ଦୁର୍ଘଟଣା:ଜଣେ ମୃତ, 7ଆହତ - ବୀରମିତ୍ରପୁର ସ୍କୋରପିଓ ଓଲଟି ଜଣେ ମୃତ

ଶବ ସତ୍କାର ସାରି ଫେରିବା ବେଳେ ଦୁର୍ଘଟଣା । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ସ୍କର୍ପିଓ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ 7ଜଣ ଆହତ ହୋଇଛନ୍ତି।

ଶବ ସତ୍କାର ସାରି ଫେରିବାବେଳେ ଦୁର୍ଘଟଣା
author img

By

Published : Nov 19, 2019, 12:49 PM IST

ରାଉରକେଲା: ଶବ ସତ୍କାର ସାରି ଫେରୁଥିବାବେଳେ ଦୁର୍ଘଟଣା। ଏ ଘଟଣାରେ ଜଣେ ମୃତ, 7 ଆହତ। ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଅଧିନସ୍ଥ କାଲସେରିଆରେ ନିକଟରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୀପ କୁମାର ଖେସ।

ଗତକାଲି କୁଆରମୁଣ୍ଡା ଅଞ୍ଚଳର 7 ଜଣ ବ୍ୟକ୍ତି ସମ୍ପର୍କୀୟଙ୍କ ଶବ ସତ୍କାର ପାଇଁ ଝୁରର୍ମୁରରୁ ଯାଇଥିଲେ । କିନ୍ତୁ ସେଠାରୁ ସ୍କର୍ପିଓ ଯୋଗେ ଫେରୁଥିବାବେଳେ ହଠାତ ଗାଡିଟି ଏକ ଗଛରେ ପିଟିହୋଇ ଓଲଟି ପଡିଥିଲା । ଏହା ପରେ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ଭୋରରୁ ଦୀପ କୁମାର ଖେସ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ 2 ଗୁରୁତରଙ୍କୁ ଚିକିତ୍ସା ପାଇଁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଶବ ସତ୍କାର କରି ଫେରିବା ବେଳେ ଦୁର୍ଘଟଣା ର ଶିକାର ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ସାତ ଜଣ ଗୁରୁତର ଅଛନ୍ତି । ଗୁରୁତର ଦୁଇଜଣଙ୍କୁ IGH କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ରାଉରକେଲା ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି ।

Body: କୁଆରମୁଣ୍ଡା ଅଂଚଳର ସାତ ଜଣ ଲୋକ ତାଙ୍କ ସମ୍ପର୍କୀୟ ଙ୍କ ଶବ ସତ୍କାର କରି ଝୁରର୍ମୁର ରୁ ଏ ସ୍କରପିଓ ଗାଡ଼ିରେ ଫେରୁଥିବା ବେଳେ ବିରମିତ୍ରପୁର ଥାନା କାଲ ସେରିଆ ନିକଟରେ ଏକ ଗଛରେ ପିଟି ହୋଇ ଓଲଟି ପଡିବାରୁ ସାତ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

Conclusion:ଆଜି ଭୋରୁ ଦୀପ କୁମାର ଖେସ ନାମକ ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଅଛନ୍ତି । ପୋଲିସ ଅନୁସନ୍ଧାନ ଜାରି ରହିଛି । ଗତକାଲି ରାତି ର ଘଟଣା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.