ETV Bharat / city

ରାଉରକେଲାରେ ଲଜ୍ଜା, ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ !

author img

By

Published : Jan 8, 2020, 4:39 PM IST

ରାଉରକେଲା 20 ନମ୍ବର ସେକ୍ଟରରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ । ଟିଉସନ ପଢିବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା-ମାଆ । ଅଧିକ ପଢନ୍ତୁ...

ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଲଜ୍ଜା । ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ 20 ନମ୍ବର ସେକ୍ଟରରେ ରହୁଥିବା ପୀଡିତା ଗତ ଶନିବାର ଟିଉସନ ପଢିବାକୁ ପମ୍ପ ହାଉସ ନିକଟରେ ଥବା ଏକ ଘରକୁ ଯାଇଥିଲେ । ମାତ୍ର ସେ ଆଉ ରାତିରେ ଘରକୁ ଫେରିନଥିଲା । ବାପା ମାଆ ରାତିରେ ଖୋଜାଖୋଜି କରି ଝିଅକୁ ପାଇନଥିଲେ । ଉଭୟ ବାପା-ମାଆ ଦିନ ମଜୁରିଆ ଥିବାବେଳେ କିପରି ଝିଅକୁ ପାଇବେ ସେନେଇ ଚିନ୍ତିତ ଥିଲେ ।

ତେବେ ରବିବାର ସକାଳେ ଅଚାନକ ଟିଉସନ ପଢ଼ାଉଥିବା ଆଣ୍ଟି କିଛି ସୂଚନା ପାଇ କୋଏଲ ନଦୀର ଆରପଟୁ ଝିଅକୁ ଉଦ୍ଧାର କରିଥିଲେ । ଝିଅଟି କାନ୍ଦୁଥିଲା ଏବଂ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା । ପରେ ଏକ ସ୍ବେଛାସେବୀ ସଂଗଠନର କିଛି ସଦସ୍ୟ ନାବଳିକାକୁ ରାଉରକେଲା ସରକାରୀ ହସ୍ପିଟାଲରେ ଥିବା ଚାଇଲଡ଼ ଲାଇନର ‘ସଖୀ’ରେ ଭର୍ତ୍ତି କରିଛନ୍ତି । ସେଠାରେ ତାର ଚିକିତ୍ସା ସହ କାଉନସେଲିଂ ମଧ୍ୟ ଚାଲିଛି।

ନାବାଳିକାର ବାପା ମାଆ ମଙ୍ଗଳବାର ଝିରିପାଣି ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ତେବେ ଆଜି (ବୁଧବାର) ‘ସଖୀ’ ପକ୍ଷରୁ ଝିରିପାଣି ଥାନାରେ ଏତଲା ଦିଆଯିବା ପରେ ପୋଲିସ ନାବାଳିକାର ଡାକ୍ତରି ମଇନା କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନଅ ବର୍ଷୀୟା ବଳିକା କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରାଯାଇ ସରକାରୀ ହସ୍ପିଟାଲ ରେ ଭର୍ତି କରାଯାଇଛି ।

Body:20 ନମ୍ବର ସେକ୍ଟର ରେ ରହୁଥିବା ଏହି ବାଳିକା ଶନିବାର ଦିନ ଟିଉସନ ପଢିବାକୁ ପମ୍ପ ହାଉସ ନିକଟରେ ଥବା ଏକ ଘରକୁ ଯାଇଥିଲା । ମାତ୍ର ସେ ଆଉ ରାତିରେ ଘରକୁ ଫେରିନଥିଲା । ବାପା ମା ରାତିରେ ଖୋଜା ଖୋଜି କରି ଝିଅ କୁ ପାଇନଥିଲେ । ଉଭୟ ବାପା ମା ଦିନ ମଜୁରିଆ ହୋଇଥିବାରୁ କଣ କରିବେ ବୁଝି ପାରୁ ନଥିଲେ । ରବିବାର ସକାଳେ ଟିଉସନ ପଢ଼ାଉଥିବା ଆଣ୍ଟି କିଛି ସୂଚନା ପାଇ କୋଏଲ ନଦୀ ଅରପଟୁ ଝିଅ କୁ ଉଦ୍ଧାର କରିଥିଲେ । ଝିଅ ଟି କାନ୍ଦୁଥିଲା ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ଏକ ସ୍ବେଛାସେବୀ ସଂଗଠନର କିଛି ସଦସ୍ୟ ନବଳିକା କୁ ରାଉରକେଲା ସରକାରୀ ହସପିଟାଲ ରେ ଥିବା ଚାଇଲଡ଼ ଲାଇନ ର "ସଖୀ" ର ଭର୍ତ୍ତି କରିଛନ୍ତି । ସେଠାରେ ତାର ଚିକିତ୍ସା ଚାଲିଛି ଏବଂ କାଉନସେଲିଂ ମଧ୍ୟ ଚାଲିଛି। ନ ବାଳିକା ର ବାପା ମା ମଙ୍ଗଳବାର ଦିନ ଝିରିପାଣି ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

Conclusion:ଆଜି "ସଖୀ " ପକ୍ଷରୁ ଝିରିପାଣି ଥାନାରେ ଏତେଲା ଦିଆଯିବା ପରେ ପୋଲିସ ନାବାଳିକା ର ଡାକ୍ତରୀ ମଇନା କରିଛନ୍ତି । ଦୁଷ୍କର୍ମକାରୀ ଫେରାର ହୋଇଯାଇଥିବାରୁ ପୋଲିସ ତାକୁ ଧରିବକୁ ଉଦ୍ୟମ କରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.